ନାଭିରେ ଲଗାଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ, ଧଳା ବାଳ ମୂଳରୁ କରିଦେବ କଳା, 40 ବର୍ଷରେ ବି ଲାଗିବେ 22 ବର୍ଷ ଅପରି ଯବାନ !

ନାଭି ଆମ ଶରୀରର କେନ୍ଦ୍ରବିନ୍ଦୁ ଅଟେ । ନାଭି ସହ ଆମ ଶରୀରର ପ୍ରାୟ ୭୨ ହଜାର ଶିରା ପ୍ରଶିରା ସଂଯୁକ୍ତ ରହିଛି । ଆମ ଧର୍ମଗ୍ରନ୍ଥ ମାନଙ୍କରେ ନାଭି ବିଷୟରେ ଅନେକ କିଛି ଉଲ୍ଲେଖ ରହିଛି । ବିଶେଷ କରି ଜୈନ ଧର୍ମରେ ମଧ୍ୟ ନାଭିକୁ ନେଇ ଧ୍ୟାନ କରିବାର ଅନେକ ଉପାୟ ରହିଛି । ଏହାରି ସାହାଯ୍ୟରେ ଆପଣଙ୍କ ଶରୀରର ଅନେକ ସମସ୍ଯା ତଥା ରୋଗ ଭଲ ହୋଇପାରିବ । ଆଜି ଆମେ ଆପଣଙ୍କୁ ନାଭି ଦ୍ଵାରା କରା ଯାଉଥିବା କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ।

ନାଭିରେ ରାତିରେ ଶୋଇବା ପୂର୍ବରୁ ଦୁଇ ବୁନ୍ଦା ସୋରିଷ ତେଲ ପକାନ୍ତୁ । ଆପଣ କୌଣସି ଡ୍ରପ ବା ତୁଳା ସାହାଯ୍ୟରେ ନାଭିରେ ତେଲ ପକାଇ ପାରିବେ । ଉପରକୁ ମୁହଁ କରି ଶୋଇଯାନ୍ତୁ ଓ ଏକ ତୁଳା ସାହାଯ୍ୟରେ ଦୁଇ ବୁନ୍ଦା ସୋରିଷ ତେଲ ନାଭିରେ ପକାଇ ଦିଅନ୍ତୁ । ତେଲ ପକାଇବାର ୨୦ ରୁ ୨୫ ମିନିଟ ଯାଏଁ ସେହିଭଳି ଶୋଇ ରୁହନ୍ତୁ ।

ଏପରି କରିବା ଦ୍ଵାରା ଶୀତଦିନେ ଯେଉଁମାନଙ୍କ ଓଠ କଳା ପଡିଯାଏ, ସେମାନଙ୍କ ଓଠ ଗୋଲାପି ହୋଇଯିବ । ନାଭିରେ ସୋରିଷ ତେଲ ପକାଇବା ଦ୍ଵାରା ଆପଣଙ୍କ ଚର୍ମ ମଧ୍ୟ କୋମଳ ଓ ସତେଜ ରହିବ । ଠିକ ସମାନ ପ୍ରକାର ଭାବେ ଆପଣ ଯଦି ନାଭିରେ ନଡିଆ ତେଲ ପକାଇବେ ତେବେ ଏହାର ମଧ୍ୟ ଅନେକ ଫାଇଦା ରହିଛି । ରାତିରେ ଶୋଇବା ପୂର୍ବରୁ ନାଭିରେ ନଡିଆ ତେଲ ପକାଇବା ଦ୍ଵାରା ଆପଣଙ୍କ ଚେହେରାରେ ଚମକ ଆସିବ ।

ଆପଣଙ୍କ ଚେହେରା ଏତେ ତେଜ ଏବଂ ଚମକଦାର ହୋଇଯିବ କି ଦେଖିବା ଲୋକ ମଧ୍ୟ ଭାବିବାକୁ ଲାଗିବେ କି ଆପଣଙ୍କ ତ୍ଵଚା କିପରି ଏତେ ଉଜ୍ଜ୍ଵଳ ଦିଶୁଛି । ଏହି ଉପାୟ ସବୁ ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଦିନେ ଛାଡି ଛାଡି କରି ଦେଖନ୍ତୁ ଦେଖିବେ ନିଶ୍ଚୟ ସୁଫଳ ପାଇବେ । ବାହାରକୁ ଗଲେ ଯେଉଁମାନଙ୍କ ତ୍ଵଚା କଳା ପଡିଯାଏ ବା ଟ୍ୟାନ ହୋଇଯାଏ, ସେମାନଙ୍କ ପାଇଁ ଏହି ଉପାୟ ସବୁଠୁ ଅଧିକ ଲାଭଦାୟକ ହେବ ।

ଏହା ସହ ଯଦି ଆପଣଙ୍କ କେଶ ଅତ୍ୟଧିକ ମାତ୍ରାରେ ଝଡୁଛି ବା ବୟସ ହେବା ପୂର୍ବରୁ ବାଳ ଧଳା ପଡି ଯାଉଛି ତେବେ ରାତିରେ ଶୋଇବା ପୂର୍ବରୁ ଏହି ଉପାୟ ନିଶ୍ଚୟ କରି ଦେଖନ୍ତୁ । ସମାନ ଉପାୟରେ ଆପଣ ନଡିଆ ଏବଂ ସୋରିଷ ତେଲ ବଦଳରେ ନାଭିରେ ଦୁଇ ବୁନ୍ଦା ଶୁଦ୍ଧ ଗୁଆଘିଅ ପକାନ୍ତୁ । ଏପରି କରିବା ଦ୍ଵାରା ସର୍ବପ୍ରଥମେ ଆପଣଙ୍କ ବାଟ, ପିତ ଓ କଫରେ ସନ୍ତୁଳନ ଆସିବ ।

ଏହିସବୁ ଯୋଗୁଁ ହିଁ କେଶ ଶୀଘ୍ର ଧଳା ହୋଇଯାଏ ବା କେଶ ଝଡିବା ସମସ୍ଯା ଉପୁଜେ । ଏହା ଠିକ ହେବା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇଯିବ । ଏହି ଉପାୟ ଦିନେ ଛାଡି ଦିନେ କଲେ ଦେଖିବେ, ଏକ ସପ୍ତାହ ମଧ୍ୟରେ ଫରକ ଦିଶିବା ଆରମ୍ଭ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।