ସ୍ଵାମୀଙ୍କ ଯିବା ପରଠାରୁ ଆଖିରୁ ଶୁଖୁନି ଲୁହ, Naba Das ଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭୋ ଭୋ ହୋଇ କାନ୍ଦୁଛନ୍ତି ପତ୍ନୀ, ଦେଖନ୍ତୁ video

ଇତି ମାଧ୍ୟମରେ ଦିବଙ୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ-କୁ ପ୍ରାୟ 12 ଦିନ ବିତିଯାଇଛି । ନବ ଦାସଙ୍କ ଦ୍ଵାଦଶାହ ଉପଲକ୍ଷେ ତାଙ୍କ ବାସଭବନ ନିକଟରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ଶୁଣିବାକୁ ମିଳୁଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ ଯୋଗ ଦେବାକୁ ଆସିବେ । ଯେଉଁଥି ପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ପ୍ରାୟ 20 ପ୍ଲାଟୁନରୁ ଉର୍ଦ୍ଧ୍ଵ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରକୁ gullli-ମା-ଡ ଘଟଣାର ତଦନ୍ତ ଚାଲିଥିବା ବେଳେ ଏବେବି ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ନବ ଦାସ ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ତାଙ୍କ ମୃ-ତ୍ୟୁ-ରେ ରାଜ୍ୟ ରାଜନୀତିକୁ ଶକ୍ତ ଝଟକା ଲାଗିଛି । ପୂର୍ବରୁ ଝାରସୁଗୁଡା ଅଞ୍ଚଳରେ ଦୁଇ ଦୁଇଥର ବିଧାୟକ ହୋଇ ସାରିଥିବା ନବ ଦାସ ଶେଷ ନିର୍ବାଚନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ତାଙ୍କ ଉପରକୁ gullliମାଡ ହେବାପରେ ମୃ-ତ୍ୟୁ ଆଗରେ ହାରି ଯାଇଥିଲେ ନବ ଦାସ ।

ନବଙ୍କ ଦେହାନ୍ତରେ ତାଙ୍କ ପରିବାର ଲୋକ ଏକଦମ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ନବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାକୁ ଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡା କରିଛି ପ୍ରଶାସନ । ନବ ଦାସଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷାର ସହ ସଭାସ୍ଥଳକୁ ଅଣାଯାଇଛି । ନବ ଦାସଙ୍କ ଭିଣୋଇ କହିଛନ୍ତି ଯେ, ନବ ଦାସ ତାଙ୍କ ପରିବାର ମୁଖ୍ୟ ଲୋକ ଥିଲେ ।

ସାରା ପଶ୍ଚିମ ଓଡିଶାରେ ଲୋକେ ତାଙ୍କୁ ମାନନ୍ତି ଓ ତାଙ୍କ ମୃ-ତ୍ୟୁ-ରେ ସମସ୍ତେ ଦୁଃଖିତ ଅଛନ୍ତି । ନବ ଦାସଙ୍କ ମୃ-ତ୍ୟୁ ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମଧ୍ୟ ସେ କହିଛନ୍ତି । ନବ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ମରଶରୀର ପାଖେ ସ୍ତ୍ରୀ ଛାଟିପିଟି କାନ୍ଦୁଥିବାର ଦେଖିବାକୁ ମିଳିଛି । ଆଉ ଏବେ ନବଙ୍କ ଫଟୋ ଦେଖି ସେ ମନେ ମନେ ଅନେକ ଅକୁହା କଥା କହି ଯାଉଥିବାର ଦେଖିବାକୁ ମିଳିଛି । ସ୍ଵାମୀଙ୍କୁ ହରେଇ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ।

ଆଜି ବି ତାଙ୍କ ଆଖିରୁ ଲୁହ ଶୁଖିନି । ରୁମାଲକୁ ଆଖିରେ ଚାପି ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ନବ ଦାସଙ୍କ ପତ୍ନୀ । ଝିଅ ଦୀପାଳି ଦାସ ପାଖରେ ଠିଆ ହୋଇ ମା’ଙ୍କୁ ସାନ୍ତ୍ଵନା ଦେବାକୁ ଚେଷ୍ଟା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।