ମହଙ୍ଗା ହେବ ସବୁ ପ୍ରକାର ଲୋନ୍, ନୂଆ ରେପୋ ରେଟ ଘୋଷଣା କଲା RBI, ଦେଖନ୍ତୁ କଣ କହିଲେ RBI ଗଭର୍ଣ୍ଣର Shaktikant das

ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ସାଧାରଣ ଜନତାକୁ ପୁଣି ଥରେ ଝଟକା ଦେଇଛି । ଅସଲ କଥାଟି ହେଉଛି ଆରବିଆଇ ରେପୋ ରେଟରେ 0.25% ବୃଦ୍ଧି କରିଛି । ଯାହାପରେ ସବୁ ପ୍ରକାରର ଲୋନ୍ ମହଙ୍ଗା ହୋଇଯିବ ବୋଲି ଜଣାପଡିଛି । ଦେଶର ମହଙ୍ଗା ସମସ୍ଯା ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବା ପରେ ଆରବିଆଇ ପୁଣି ଥରେ ରେପୋ ରେଟ ବଢାଇବାକୁ ନିଷ୍ପତ୍ତି ନେଇଛି । ଏହି ବୃଦ୍ଧି ହେବା ପରେ ପ୍ରାୟ ସବୁ ପ୍ରକାର ଲୋନ ମହଙ୍ଗା ହୋଇଯିବ ।

ଦେଶର ମହଙ୍ଗା ସମସ୍ଯା ନିୟନ୍ତ୍ରଣକୁ ଆସି ସାରିଥିଲେ ମଧ୍ୟ ଆରବିଆଇ ଷଷ୍ଠ ଥର ପାଇଁ ରେପୋ ରେଟକୁ ବଢାଇ ଦେଇଛି । ପୂର୍ବରୁ ରେପୋ ରେଟ 6.25% ଥିବାବେଳେ ଏହା ବର୍ତ୍ତମାନ ବୃଦ୍ଧି ପାଇ 6.50% ହୋଇଛି । ଏହାର ଅର୍ଥ ଏବେ ହୋମ ଲୋନ ଠାରୁ ଆରମ୍ଭ କରି ଅଟୋ ଲୋନ ଏବଂ ପର୍ସନାଲ ଲୋନ ସବୁ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡିବ । ଦେଶରେ ସାଧାରଣ ବଜେଟ ପ୍ରସ୍ତୁତ କରାଯିବା ପରେ ଆରବିଆଇ ର ଏମପିସି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ତିନି ଦିବସୀୟ ମନିଟାରି ପଲିଶି ମିଟିଂରେ ରେପୋ ରେଟ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଧ୍ୟକ 2022 ରେ ରେପୋ ରେଟ 5.90% ରୁ ବୃଦ୍ଧି ପାଇଁ 6.25% ହୋଇଥିଲା । ଗତ ବର୍ଷକ ମଧ୍ୟରେ ରେପୋ ରେଟରେ ପ୍ରାୟ 6 ଥର ବୃଦ୍ଧି ହୋଇ ସାରିଲାଣି । ଆଗକୁ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ ସାମ୍ନା କରିବାକୁ ପଡିବାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

2024 ରେ 5.03% ଯାଏଁ ଦରଦାମ ବୃଦ୍ଧି ହୋଇପାରେ ବୋଲି ସେ ମତ ରଖିଛନ୍ତି । ଆପଣ ନିଶ୍ଚୟ ଜାଣିଥିବେ କି ଦେଶର ସମସ୍ତ ଜାତୀୟକରଣ ଓ ଘରୋଇ ବ୍ଯାଙ୍କ ମାନଙ୍କର ମୁଖ୍ୟ ହେଉଛି ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ । ଦେଶର ସମସ୍ତ ବ୍ଯାଙ୍କ ପାଇଁ ନୀତିଗତ ନିଷ୍ପତ୍ତି ନିଏ ଆରବିଆଇ ଓ ସେହି ଆଧାରରେ ବ୍ଯାଙ୍କ ଗୁଡିକ କାର୍ଯ୍ୟ କରନ୍ତି । ଆବଶ୍ୟକ ହେଲେ ବ୍ଯାଙ୍କମାନେ ରିଜର୍ଭ ବ୍ଯାଙ୍କ ଠାରୁ ଲୋନ ନିଅନ୍ତି ଯାହାକୁ ରେପୋ ରେଟ କୁହାଯାଏ । ରେପୋ ରେଟ କମ୍ ଥିବାର ଅର୍ଥ ହେଉଛି ବ୍ଯାଙ୍କଗୁଡିକ ପାଖରେ ଯଥେଷ୍ଟ କ୍ୟାଶ ଅଛି ।

ଫଳରେ ଗ୍ରାହକଙ୍କୁ ସେମାନେ କମ୍ ସୁଧରେ ଲୋନ ଦେଇଥାନ୍ତି । ହେଲେ ରେପୋ ରେଟ ବଢିବା ଅର୍ଥ ବ୍ଯାଙ୍କ ଗୁଡିକ ଆରବିଆଇ ଠାରୁ ସୁଧରେ ଲୋନ ନେଇଥାନ୍ତି । ଫଳରେ ନିଜ ଆର୍ଥିକ ସ୍ଥିତି ଠିକ ରଖିବାକୁ ବ୍ଯାଙ୍କମାନେ ଗ୍ରାହକଙ୍କୁ ଅଧିକ ସୁଧାରେ ଲୋନ ଦିଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।