ପ୍ରେମ କରି ଭୁଲ କରିଦେଲି ! ସ୍ଵାମୀକୁ ଛାଡି ପ୍ରେମିକ ପଛରେ ପଡିବା ପଡିଗଲା ମହଙ୍ଗା, ଆଉ ତା’ ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ ତେବେ ସାରା ଦୁନିଆଁଟା ସ୍ୱାର୍ଥପରତାରେ ପରିପୂର୍ଣ୍ଣ ହୋଇ ଯାଇଅଛି । ସମସ୍ତେ ଏହି ଦୁନିଆଁରେ ନିଜ ନିଜ ବାଟରେ । କେହି ବି କାହା କଥା ଚିନ୍ତା କରିବାକୁ ଆଦୌ ରାଜି ନୁହଁନ୍ତି । ସମସ୍ତେ ଆଜି ଆସୁଛନ୍ତି ଆଉ କାଲି ଧୋକା ଦେଇ ଚାଲି ଯାଉଛନ୍ତି । ତେଣୁ ଏ ଦୁନିଆଁର ଲୋକଙ୍କୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରଥମେ ପ୍ରେମ ଆଉ ତାପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା ଦେଇ କୁଆଡେ ଚାଲି ଯାଉଛନ୍ତି ଯେ ତାଙ୍କୁ ଆଉ ଖୋଜି ହେଉନାହିଁ ।

ତେବେ ଏହା ଗୋଟିଏ ଦିନର କଥା ନୁହେଁ ନୀତିଦିନିଆ ଏଭଳି ଅନେକ ଖବର ସାମ୍ନାକୁ ଆସୁଅଛି । ଅନେକ ଲୋକ ବିବାହ କରିବା ପ୍ରତିଶ୍ରୁତି ଦେଇ ଏଭଳି କାଣ୍ଡ କରି ଯୁବତୀଙ୍କୁ ଧୋକା ଦେଇ ଚାଲି ଯାଉଛନ୍ତି ଆଉ କେତେକ ଯୁବତୀ ବିବାହିତା ହୋଇ ମଧ୍ୟ ସ୍ୱାମୀ ସୁଖ ନ ପାଇ ପର ପୁରୁଷ ଆଡକୁ ଆକର୍ଷିତ ହୋଇ ଯାଉଛନ୍ତି । ତେବେ ଏ ଦୁନିଆଁରେ ଏହି ଖବର କେବେ ବନ୍ଦ ହେବ ସେ କଥା କହି ହେବ ନାହିଁ ।

ବର୍ତ୍ତମାନ ଆଉ ଥରେ ଏଭଳି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଅଛି । ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିବାହିତା ହୋଇ ମଧ୍ୟ ପର ପୁରୁଷ ଆଡ଼କୁ ଢଳି ଯାଇଥିଲେ ମହିଳା ଆଉ ଶେଷରେ ତାଙ୍କୁ ଧୋକାର ଶିକାର ହେବାକୁ ପଡିଲା । ତେବେ ଖାଲି ବିବାହିତା ନୁହେଁ ବରଂ ଗୋଟିଏ ୮ ବର୍ଷର ସନ୍ତାନର ମା ଅଟନ୍ତି ମହିଳା । ପର ପୁରୁଷ ପାଇଁ ନିଜ ସ୍ୱାମୀ ଆଉ ପିଲା ଠାରୁ ଦୂରେଇ ଯାଇଥିଲେ ମହିଳା ।

ବାସ୍ତବରେ ଘଟଣାଟି ଯାଜପୁର ଅଞ୍ଚଳର ଅଟେ । ଏହି ଅଞ୍ଚଳର ଜଣେ ମହିଳା ନିଜ ସ୍ୱାମୀ ଏବଂ ପିଲା ଠାରୁ ଅଲଗା ହୋଇ ଯାଇ ନିଜ ପ୍ରେମିକ ଦୀପକଙ୍କ ସହ ଏକାଠି ରହୁଥିଲେ । ଆଉ ଦୀପକ ତାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀ-ରିକ ସମ୍ପର୍କ ରଖୁଥିଲେ ଆଉ ଏପରିକି ପିଲା ମଧ୍ୟ ନଷ୍ଟ କରୁଥିଲେ । ଏପଟେ ମହିଳାଙ୍କୁ ଦୀପକଙ୍କ ଘର ଲୋକେ ଗ୍ରହଣ କରିବାକୁ ରାଜି ନଥିଲେ କାରଣ ସେ ବିବାହିତା ଥିଲେ ।

ତେବେ ହଠାତ ଦିନେ ମହିଳା ଜଣକ ଶୁଣିବାକୁ ପାଇଥିଲେ କି ଦୀପକ ଆଉ କାହାକୁ ବିବାହ କରୁଛନ୍ତି । ତେଣୁ ମହିଳା ଜଣକ ପୋଲିସ ନିକଟକୁ ଯାଉଥିଲେ କିନ୍ତୁ ବାଟରେ ସେ ଦୀପକଙ୍କୁ ପାଇଥିଲେ ଆଉ ହାତରେ ପେଟ୍ରୋଲ ଧରି ଆତ୍ମହତ୍ୟା କରିବାପାଇଁ ଧମକ ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ଆସି ପହଞ୍ଚିଥିଲେ ଆଉ ସବୁ କଥା ବିଷୟରେ ଜାଣିବାକୁ ପାଇଥିଲେ । ତେବେ ଅନ୍ୟପକ୍ଷରେ ଦୀପକ ଏହି ସବୁ ଘଟଣା ଦେଖି ଭୟଭୀତ ହୋଇ ଯାଇଥିଲେ ଆଉ କାହାକୁ ଫୋନ କରି ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ ।

ତେବେ ଏହାପରେ ପୋଲିଆ ଦୀପକଙ୍କୁ ଥାନାକୁ ନେଇ ଯାଇ ଘଟଣାର ଅଧିକ ତଦନ୍ତ କରୁଛି । ଆଉ ଯୁବତୀ ଏବଂ ଦୀପକଙ୍କୁ ଅଧିକ ପଚରାଉଚରା କରୁଅଛି । ତେବେ ସେହି ମହିଳା ଜଣଙ୍କ କହୁଛନ୍ତି କି ସେମାନେ ମୁଁ ବିବାହିତା ବୋଲି ଜାଣିଥିଲେ ତେବେ ପ୍ରଥମେ ଗ୍ରହଣ କରି ବର୍ତ୍ତମାନ ମନା କରୁଛନ୍ତି କଣ ପାଇଁ ମୁଁ ମୋ ସ୍ୱାମୀ ର ହେଇ ପାରିଲିନି କି ମୋ ପ୍ରେକିକର ବି ହୋଇ ପାରୁନି । ମୋତେ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।