‘ମତେ ସେ ପ୍ରେମ କରିବା ଶିଖେଇଥିଲା, ସେ ମୋ ପାଣ୍ଡି ମୁଁ ତା ପାଣ୍ଡା ଥିଲି, ହେଲେ ସେ ଆଜି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାଏଙ୍କର ଗତ କାଲି ଦେହାନ୍ତ ଘଟିଛି । ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ଓ ଓଡିଆ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ଅଭିନେତ୍ରୀ ରାଜେଶ୍ଵରୀ ରାଏଙ୍କ ସ୍ଵାମୀ ଙ୍କ ସ୍ତ୍ରୀ ଙ୍କ ବିଷୟରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭଲ ପାଇବା କଣ ସେ ରାଜେସ୍ଵରୀଙ୍କ ଠାରୁ ଶିଖାଇଛନ୍ତି ।

ନିଜ ସ୍ତ୍ରୀ ଙ୍କ ପାଇଁ ଦୁଇ ପଦ କହିଲେ ବହୁତ କମ ପଡିବ ବୋଲି ସେ କହିଛନ୍ତି । ସେ ଲୋକ ମାନଙ୍କ ପାଇଁ ବହୁତ କିଛି କରିଛନ୍ତି ଯାହାକୁ କେବେ ଭୁଲି ହେବ ନାହି । ଲୋକ ମାନେ ଭଲ ପାଇଥାନ୍ତି ସତ କିନ୍ତୁ ରାଜେଶ୍ଵରୀ ଭଲ କେମିତି ପାଇଥାନ୍ତି ତାହା ଶିଖାଇଛନ୍ତି । ଆହୁରି ଆଗକୁ ରାଜେଶ୍ଵରୀଙ୍କ ସ୍ଵାମୀ କହିଛନ୍ତି ସେ ମୋ ପାଣ୍ଡି ଆଉ ମୁ ତା ପାଣ୍ଡା ଥିଲି । ସେ ନିଜ ସ୍ତ୍ରୀ ଙ୍କୁ ବହୁତ କିସ କରୁଛନ୍ତି ।

ତାଙ୍କ ଭଳି ସ୍ତ୍ରୀ ପାଇବା ବହୁତ କଷ୍ଟକର କଥା ଅଟେ । ସମସ୍ତଙ୍କର ସେ ବହୁତ କରିଛନ୍ତି କିନ୍ତୁ ତାଙ୍କ ପାଇଁ କେହି କିଛି କରି ପାରିଲେ ନାହି ତାହା ସବୁଠାରୁ ଦୁଖର କଥା । ଯେବେ ରାଜେଶ୍ଵରୀ ଙ୍କୁ ହସ୍ପିଟାଲ ନେଇକି ଗଲେ ସେହି ସମୟରେ ସେ ଭଗବାନଙ୍କୁ ଡାକୁଥିଲେ କେମିତି ସେ ଭଲ ହୋଇ ଘରକୁ ଫେରି ଆସିବେ । ଆଗରୁ ମଧ୍ୟ ଏମିତି ଅନେକ ଥର ତାଙ୍କର ଦେହ ଖରାପ ହୋଇଥିଲା ଆଉ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।

ଆଉ ସେ ଠିକ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ ଏଥର ହସ୍ପିଟାଲ ପହଞ୍ଚିବା ବେଳକୁ ବହୁତ ଡେରି ହୋଇ ଯାଇଥିଲା ବୋଲି ରାଜେଶ୍ଵରୀ ଙ୍କ ସ୍ଵାମୀ କହିଛନ୍ତି । ଯାହା ସବୁଠାରୁ ଦୁଖର କଥା ।  ପୂର୍ବରୁ ରାଜେଶ୍ଵରୀ ଭୁବନେଶ୍ବର ରେ ରହୁଥିଲେ ତେଣୁ ହସ୍ପିଟାଲ ପହଞ୍ଚିବାରେ କୌଣସି ଅସୁବିଧା ହେଉ ନ ଥିଲା । କିନ୍ତୁ ମୃତ୍ୟୁ ପୂର୍ବ ରୁ ସେ ତାଙ୍କ ବାଲେଶ୍ଵର ରେ ତାଙ୍କ ବାପାଙ୍କ ପାଖରେ ଥିଲେ ।

ସେଠାରେ ନୂଆ ଡାକ୍ତର ସହ ନୂଆ ହସପିଟାଲ ରେ ତାଙ୍କର ଚିକିତ୍ସା କରା ଯାଇଥିଲା । ବାଲେଶ୍ଵର ହସପିଟାଲ ରେ ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିଲା । କିନ୍ତୁ ସେଠାରେ ଫେରାଇ ଦେବରୁ ତାଙ୍କୁ ସମ ହସ୍ପିଟାଲ ଆଣିବାରେ ଟିକେ ସମୟ ଲାଗିଗଲା । ଯାହା ପାଇଁ ତାଙ୍କୁ ବଞ୍ଚାଇ ହୋଇ ପାରିଲା ନାହି । ଯେତେ କହିଲେ ବି ରାଜେଶ୍ଵରୀ ଙ୍କ ସପକ୍ଷରେ ବହୁତ କମ ପଡିବ । ଦୁଇ ପଦ ରେ କହିଲେ ବି ତାଙ୍କ ବିଷୟରେ କଥା ସରିବ ନାହି ।

ତେବେ ନିଜ ସ୍ତ୍ରୀ ବିଷୟରେ ଏମିତି କିଛି କହିବା ସମୟରେ ରାଜେଶ୍ଵରୀ ଙ୍କ ସ୍ଵାମୀ କାନ୍ଦି ପକାଇଛନ୍ତି । ତେବେ ସେ ଯାହା ବି ହେଉ ରାଜେଶ୍ଵରୀଙ୍କ ଭଳି ମଣିଷ ପାଇବା ଆଉ ସମ୍ଭବ ନୁହେ ବୋଲି ତାଙ୍କ ସ୍ଵାମୀ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ରାଜେଶ୍ଵରୀ ରାଏ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ ।