ମୁଁ ମୋ ସାନ ଭାଇକୁ ବି ମୁଖାଗ୍ନି ଦେବି ? Amlan ଙ୍କ ଏହି ପ୍ରଶ୍ନର ଉତ୍ତରରେ ଏମିତି କହିଲେ ତାଙ୍କ ଦାଦା, ଦେଖନ୍ତୁ video

ଦିବଙ୍ଗତ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ହଠାତ ଦେହାନ୍ତ ଖବର ଏବେ ସାରା ଓଡିଶାବାସୀଙ୍କୁ ଚକିତ କରି ରଖିଦେଇଛି । ଏହାରି ମଧ୍ୟରେ ଗତକାଲି ସତୀଚଉରା ଶ୍ମଶାନ ଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ କରିଛନ୍ତି ବଡ ଭାଇ ତଥା ଅଭିନେତା ଅମ୍ଳାନ ଦାସ । ଆଖି ଆଗରେ ତାଙ୍କର ମା, ବାପା ଓ ପରେ ସାନ ଭାଇ ମଧ୍ୟ ଚାଲିଗଲେ । ଅମ୍ଳାନଙ୍କ ହୃଦୟରେ କଣ ଅନୁଭବ ହେଉଥିବ ତାହା ଆମେ ଚିନ୍ତା ସୁଦ୍ଧା କରିପାରିବା ନାହିଁ ।

ଏନେଇ ଅମ୍ଳାନଙ୍କର ଜଣେ ସମ୍ପର୍କୀୟ ଦାଦା ଗଣମାଧ୍ୟମ ସାକ୍ଷାତକାରରେ କିଛି କିଛି କଥା ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଅକ୍ଲାନ୍ତ ଗତ ଡିସେମ୍ବର 30 ତାରିଖ ଦିନ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ପ୍ରଥମେ କଟକର ସ୍ରିଷ୍ଟି ହସ୍ପିଟାଲ ନିଆ ଯାଇଥିଲା ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର AIIMS ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ପରେ ସେ ସୁସ୍ଥତା ଅନୁଭବ କରିଥିଲେ ଏବଂ ICU ରୁ ବାହାରିଥିଲେ ।

ଟିକେ ଭଲ ହେବା ପରେ ଅକ୍ଲାନ୍ତ ଭଲ କଣ ଖାଇବାକୁ ଇଚ୍ଛା କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମନା କରିଥିଲେ ଓ କେବଳ ସିଝା ଖାଦ୍ଯ ଖାଇବାକୁ କହିଥିଲେ । ଅକ୍ଲାନ୍ତ ଙ୍କର ହସ୍ପିଟାଲରେ ସଂପୂର୍ଣ୍ଣ ଯତ୍ନ ନିଆ ଯାଉଥିଲା । କିନ୍ତୁ ଗତ ଦୁଇଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ ଓ ପୁଣି ଥରେ ICU ରେ ଭର୍ତ୍ତି ହୋଇଥିଲେ । ତେବେ ରାତି ଠିକ 12ଟା ସମୟରେ ହଠାତ ହସ୍ପିଟାଲରୁ କଲ୍ ଆସିଥିଲା କି ଅକ୍ଲାନ୍ତ ଆଉ ନାହାନ୍ତି । ସେମାନେ ତୁରନ୍ତ ଯାଇ ପହଞ୍ଚିଥିଲେ ।

ଅମ୍ଳାନ ଶୁଟିଙ୍ଗରେ ଥିଲେ ତାଙ୍କୁ ଆସିବାକୁ ଟିକେ ସମୟ ଲାଗିଥିଲା । ଅମ୍ଳାନ ହୃଦୟରୁ ବହୁତ ଭାଙ୍ଗି ପଡିଛନ୍ତି, କିନ୍ତୁ ଯେହେତୁ ସେ ଜଣେ ଅଭିନେତା ତେଣୁ ସମସ୍ତଙ୍କ ସାମ୍ନାରେ ନିଜକୁ ସମ୍ଭାଳି ପାରୁଛନ୍ତି । ଅମ୍ଳାନ ଦାଦାଙ୍କୁ ପଚାରିଥିଲେ କି, ଅକ୍ଲାନ୍ତଙ୍କୁ ମୁଖାଗ୍ନି କିଏ ଦେବ ? ଦାଦା କହିଥିଲେ। ଏଇଟା କଣ ପଚାରିବା କଥା ? ତୁ ହିଁ ମୁଖାଗ୍ନି ଦେବୁ । ଏକଥା ଶୁଣି ଅମ୍ଳାନ କହିଥିଲେ, ମୋ ସାନ ଭାଇକୁ ମୁଁ ମୁଖାଗ୍ନି ଦେବି ? ଏହି ଗୋଟିଏ ପ୍ରାଶନରେ ତାଙ୍କ ମନରେ ଅନେକ ଯନ୍ତ୍ରଣା ବାରି ହୋଇ ପଡୁଥିଲା ।

ହେଲେ ଅମ୍ଳାନଙ୍କ ଆଈ ତାଙ୍କ ଆଖି ସାମ୍ନାରେ ସ୍ଵାମୀଙ୍କ ମୃତ୍ୟୁ, ଝିଅ ଓ ଜ୍ଵାଇଁଙ୍କ ମୃତ୍ୟୁ ଏବଂ ଗତ ବର୍ଷ ତାଙ୍କ ପୁଅର ମୃତ୍ୟୁ ମଧ୍ୟ ଦେଖିଛନ୍ତି । ଆଉ ଏବେ ନାତିର ମୃତ୍ୟୁ ଖବର ଶୁଣି ସେ ଏକଦମ ଭାଙ୍ଗି ପଡିଥିବେ । ତାଙ୍କ ପାଇଁ ସବୁଠୁ ବେଶୀ ଦୁଃଖ ଲାଗୁଛି ବୋଲି ଅମ୍ଳାନଙ୍କ ଦାଦା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।