ବାପା, ମାଆ ଓ ସାନ ପୁଅ ସମସ୍ତଙ୍କ ଶେଷ ଠିକଣା ସେଇ ଗୋଟିଏ ସ୍ଥାନ, ଏକା ହୋଇଗଲେ Amlan Das !

ଆଜିକୁ 12 ବର୍ଷ ତଳେ ଦିଗଜ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ପତ୍ନୀ ସଙ୍ଗୀତା ଦାସ ସ୍ଵାମୀ ଓ ଦୁଇ ପୁଅଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଥିଲେ । ଗତ ବର୍ଷ ମିହିର ଦାସ ମଧ୍ୟ ଦୁଇ ପୁଅଙ୍କୁ ଛାଡି ଆରପାରିର ଅତିଥି ହୋଇ ଯାଇଥିଲେ । ବାପା ମା’ଙ୍କୁ ହରାଇଥିବା ଦୁଇ ଭାଇ ଅମ୍ଳାନ ଓ ଅକ୍ଲାନ୍ତ ପରସ୍ପର ମୁହଁ ଚାହିଁ ଜୀବନ ଜିଇଁବାକୁ ଶିଖୁଥିଲେ । ଅମ୍ଳାନଙ୍କ ପତ୍ନୀ ଓ ଛୋଟିଆ ଝିଅଟିକୁ ନେଇଥିଲା ଛୋଟିଆ ପରିବାର ।

ହେଲେ ହଠାତ ଅକ୍ଲାନ୍ତ ମଧ୍ୟ ଅସୁସ୍ଥ ହୋଇ ପଡିଲେ । ଡାକ୍ତରୀ ପରୀକ୍ଷା ପରେ ଜଣାପଡିଲା କି ସେ ଲିଭର ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି । ଯେଉଁଥି ପାଇଁ ସେ ମାସାଧିକ କାଳ ଭୁବନେଶ୍ବର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଶେଷରେ ଶେଷ ନିଃଶ୍ଵାସ ତ୍ୟାଗ କଲେ । ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରି ସମେତ ସମଗ୍ର ଓଡିଶାରେ ଚହଳ ପଡିଛି ।

ଏହି ନିଷ୍ଠୁର ସତକୁ ଅନେକ ଲୋକ ବିଶ୍ବାସ ମଧ୍ୟ କରି ପାରୁ ନଥିଲେ । ବଡ ଭାଇ ଅମ୍ଳାନ ଛାତିରେ ପଥର ରଖି ସାନ ଭାଇର ଶେଷକୃତ୍ୟ ସମ୍ପନ୍ନ କଲେ । କଟକ ସତୀଚଉରା ସ୍ଥିତ ଶ୍ମଶାନରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଲେ ଅକ୍ଲାନ୍ତ ଦାସ । ସେହି ସମାନ ସତୀଚଉରା ଶ୍ମଶାନରେ 12 ବର୍ଷ ତଳେ ମାଆ ସଙ୍ଗୀତାଙ୍କ ଚିତା ମଧ୍ୟ ଜଳିଥିଲା । ଆଉ ମାତ୍ର ବର୍ଷକ ତଳେ ବାପା ମିହିର ଦାସଙ୍କ ଚିତା ମଧ୍ୟ ସେଇଠି ଜଳିଥିଲା ।

ଆଉ ଗତକାଲି ସାନ ପୁଅ ଅକ୍ଲାନ୍ତର ଚିତା ମଧ୍ୟ ଠିକ ସେଇଠି ଜଳିଛି । ପ୍ରଥମେ ମାଆ, ତା’ପରେ ବାପା ଓ ପରେ ସାନ ପୁଅ ସମସ୍ତଙ୍କର ସେହି ଗୋଟିଏ ସ୍ଥାନରେ ଅନ୍ତିମ ସଂସ୍କାର ଶେଷ ହୋଇଛି । ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରିବାର ପାଇଁ ସେହି ସତୀଚଉରା ଶ୍ମଶାନ ଶେଷ ଠିକଣା ପାଲଟି ଯାଇଛି । ଯେଉଁଠି ପରକୁ ପର ଗୋଟିଏ ପରିବାରର ତିନିଜଣଙ୍କର ଅନ୍ତିମ ସଂସ୍କାର କରିଛନ୍ତି ବଡ ପୁଅ ଅମ୍ଳାନ ଦାସ ।

ଅକ୍ଲାନ୍ତଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କି ସାନ ପୁଅକୁ ମିହିର ଦାସ ସବୁଠୁ ଅଧିକ ଭଲ ପାଉଥିଲେ । ସେଥିପାଇଁ ହୁଏତ ପୁଅକୁ ନିଜ କୋଳକୁ ଡାକିନେଲେ । ତେବେ ସେ ଯାହା ହେଉ ନା କାହିଁକି ବିଧିର ବିଧାନ ବୁଝିବା ସତରେ ଭାରି କଷ୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।