KL Rahul ଓ Athiya ଙ୍କ ଗିଫ୍ଟ ଦେଖି ଆବାକାବା ହେଇଗଲେ Sunil Shetty, ଗିଫ୍ଟ ର ମୂଲ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କ୍ରିକେଟର କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ତଥା ବଲିଉଡ ର ଆନ୍ନା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ । ସେମାନଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ଏବେ ବାହାଘରରେ କେ.ଏଲ ରାହୁଲଙ୍କୁ ମିଳିଥିଲା ଉପହାର ନେଇ ଚର୍ଚ୍ଚା ଜୋର ଧରିଛି । ଆଉ କୁହାଯାଉଛି କି, ରାହୁଲଙ୍କ ଗିଫ୍ଟ ଦେଖି ସୁନିଲ ସେଟ୍ଟୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କେହି କେବେ ଭାବି ନଥିଲେ କି ରାହୁଲଙ୍କୁ ଏକେ ଦାମୀ ଉପହାର ସବୁ ମିଳିବ ।

ପୂର୍ବରୁ କୌଣସି କ୍ରିକେଟରଙ୍କ ବାହାଘରରେ ଏତେ ଦାମୀ ଗିଫ୍ଟ ମିଳିନାହିଁ । ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ଖୁବ ଜାକଜକମରେ ରାହୁଲ ଓ ଆଥିୟାଙ୍କ ବିବାହ ହୋଇଛି । ବାହାଘର ପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଏବେ ବି ଚର୍ଚ୍ଚା ଥମିବାର ନାଁ ନେଉନି । ଏହାସହ ରାହୁଲ ଓ ଆଥିୟାଙ୍କ ବାହାଘରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗିଫ୍ଟ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଥିୟା ଏବଂ ଜ୍ଵାଇଁ ରାହୁଲଙ୍କୁ ଶ୍ଵଶୁର ସୁନିଲ ସେଟ୍ଟୀ ମୁମ୍ବାଇ ସ୍ଥିତ ଏକ ଆପାର୍ଟମେଣ୍ଟ ଗିଫ୍ଟ କରିଛନ୍ତି, ଯାହାର ମୂଲ୍ୟ 50 କୋଟି ଟଙ୍କା । ତେବେ ବଲିଉଡ ଜଗତର ବ୍ୟକ୍ତିବିଶେଷଙ୍କ ବ୍ଯତୀତ କ୍ରିକେଟ ଷ୍ଟାରମାନେ ମଧ୍ୟ ରାହୁଲଙ୍କୁ ଦାମୀ ଦାମୀ ଉପହାର ଦେଇଛନ୍ତି । ଏହି ଉପହାରରେ ରହିଛି ତିନୋଟି ଦାମୀ କାର୍ ଗୋଟିଏ ଦାମୀ ବାଇକ ।

ଏହି ତିନୋଟି କାର୍ ର ମୂଲ୍ୟ ପାଖାପାଖି 4 କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଉଛି । ବଲିଉଡ ର ଭାଇଜାନ ତଥା ସଲମାନ ଖାନ ଉଭଯଙ୍କୁ ଉପହାର ଆକାରରେ 1 କୋଟି 64 ଲକ୍ଷ ଟଙ୍କାର ଅଡି A8L କାର୍ ଦେଇଛନ୍ତି । ସେହିପରି ବିରାଟ କୋହଲି ମଧ୍ୟ ରାହୁଲଙ୍କୁ ଏକ BMW କାର୍ ଦେଇଛନ୍ତି । ଏହି BMW କାର୍ ର ମୂଲ୍ୟ ରହିଛି 2 କୋଟି 17 ଲକ୍ଷ ଟଙ୍କା । ସେହିପରି ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ତଥା କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ଏକ କାୱାସାକି ନିଞ୍ଜା H2R ବାଇକ ଗିଫ୍ଟ କରିଛନ୍ତି ।

ଏହି ବାଇକର ମୂଲ୍ୟ 80 ଲକ୍ଷ ଟଙ୍କା ରହିଛି । ଝିଅ ଓ ଜ୍ଵାଇଁଙ୍କୁ ଏତେ ଦାମୀ ଗିଫ୍ଟ ମିଳିବା ଦେଖି ସୁନିଲ ସେଟ୍ଟୀ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।