‘ମୁଁ ବଡ ଘର ଝିଅ ନୁହେଁ ବୋଲି ମୋତେ ଏତେ ସବୁ ଭୋଗିବାକୁ ପଡୁଛି, ସେ ତ ମନ୍ତ୍ରୀଙ୍କ ଭାଣିଜୀକୁ ବାହା ହେବେ…’, ତପସ୍ଵିନୀ ମିଡିଆ ଆଗରେ ଖୋଲି କହିଲେ ନିଜ ମନର ବ୍ୟଥା’, ଦେଖନ୍ତୁ video

ବ୍ରହ୍ମପୁରର ତପସ୍ଵିନୀ ଦାଶ ଯେଉଁ ତପସ୍ୟା ଆରମ୍ଭ କରିଥିଲେ ତାହା ଏବେବି ଜାରି ରହିଛି । ଆଉ ସ୍ଵାମୀ ସୁମିତ କୁମାର ସାହୁ ଏବେବି ଫେରାର ଅଛନ୍ତି । ଏପଟେ ତପସ୍ଵିନୀ ମିଡିଆ ଆଗରେ ପ୍ରକାଶ କରିଛନ୍ତି ନିଜ ମନର ବ୍ୟଥା । ଯାହା ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ସୁମିତ ଓ ତାଙ୍କ ଘରଲୋକ ତପସ୍ଵିନୀଙ୍କୁ ଦୋଷ ଦେଉଥିବା ବେଳେ ସେ କହିଛନ୍ତି କି, ଜଣେ ସାଧାରଣ ଘରର ଝିଅ ହେବା ହିଁ ତାଙ୍କର ସବୁଠୁ ବଡ ଭୁଲ୍ । ତାଙ୍କ ବାପାଙ୍କର କୋଟି କୋଟି ସମ୍ପତ୍ତି ନାହିଁ କି ମୁଣ୍ଡ ଉପରେ ନେତା, ମନ୍ତ୍ରୀଙ୍କର ହାତ ନାହିଁ ।

ତପସ୍ଵିନୀ କୌଣସି ମନ୍ତ୍ରୀଙ୍କ ଭାଣିଜୀ ମଧ୍ୟ ନୁହଁନ୍ତି, ସେଥିପାଇଁ ଆଜି ତାଙ୍କୁ ଏତେ ସବୁ ଭୋଗିବାକୁ ପଡୁଛି । ସୁମିତଙ୍କ ପାଇଁ ମାତ୍ର ୨୪ ବର୍ଷ ବୟସରୁ ତାଙ୍କ ଜୀବନ ନଷ୍ଟ ହୋଇଗଲା । ସୁମିତ ତାଙ୍କୁ ଭଲ ପାଇଲେ ଆଉ ବାପାଙ୍କର ବିନା ଇଚ୍ଛାରେ ତାଙ୍କୁ ରେଜିଷ୍ଟ୍ରି ମ୍ୟାରେଜ ବି କରିଦେଲେ । ତାଙ୍କ ସହ ସମ୍ବନ୍ଧ ରଖିଲେ ଆଉ ସେ ଗର୍ଭବତୀ ହେବା ପରେ ତାଙ୍କର ଆବୋର୍ଶନ ମଧ୍ୟ କରିଦେଲେ । ଶେଷରେ ଘରୁ ମଧ୍ୟ ବାହାର କରିଦେଲେ ।

ସୁମିତ କେବେ ମଧ୍ୟ ତାଙ୍କ ସମ୍ପର୍କରେ ସୀମା ମଧ୍ୟରେ ରହି ନାହାନ୍ତି । ଆଉ ସେ କିପରି ଏବେ ତପସ୍ଵିନୀ ସୀମା ମଧ୍ୟରେ ରୁହନ୍ତୁ ବୋଲି ଆଶା କରୁଛନ୍ତି । ତପସ୍ଵିନୀ ଯେଉଁ ଲଢେଇ ଜାରି ରଖିଛନ୍ତି ତାହା ଆଗକୁ ଜାରି ରଖିବେ ଏବଂ ସେ ଏହା କରି ବିଲକୁଲ ମଧ୍ୟ ଭୁଲ୍ କରୁନାହାନ୍ତି ବୋଲି କହିଛନ୍ତି । ଝିଅ ସରସ୍ଵତୀ ବି ହୋଇପାରେ ଏବଂ ମା କାଳୀଙ୍କର ରୂପ ବି ହୋଇପାରେ ।

ତପସ୍ଵିନୀ ଅନେକ ଅ-ତ୍ୟା-ଚା-ର ସହିଛନ୍ତି ସେଥିପାଇଁ ସେ ଆଜି ବାହାରକୁ ବାହାରିଛନ୍ତି । ଆଉ ଏବେ ବି ବୋଧେ ତପସ୍ଵିନୀ ମରିଲେ ହିଁ ସୁମିତ ଏବଂ ତାଙ୍କ ପରିବାର ଶାନ୍ତିରେ ରହିବେ ବୋଲି ଭାବୁଛନ୍ତି । କିଛି ଦିନ ବିତିଗଲା ପରେ ସୁମିତଙ୍କ ଜୀବନରେ ସବୁକିଛି ଠିକ୍ ହୋଇଯିବ ଆଉ ସେ ଅନ୍ୟ କାହାକୁ ମଧ୍ୟ ବିବାହ କରିପାରିବେ । କିନ୍ତୁ ଗୋଟେ ଝିଅର ଇଜ୍ଜତ ଥରେ ଗଲେ ଆଉ କେବେ ମଧ୍ୟ ଫେରି ଆସେନି ।

ସେ କେବଳ ମରିବାକୁ ହିଁ ରାସ୍ତା ବାଛିନିଏ । ତେବେ ତାଙ୍କୁ କେବେ ମଧ୍ୟ ଏଭଳି ଚିନ୍ତାଧାରା ନଆସୁ, ଏବଂ ସେ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ତାହା ଜାରି ରଖିବେ ବୋଲି କହିଛନ୍ତି ତପସ୍ଵିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।