ମୁଁ ସିନା ଜନ୍ମରୁ ଅନ୍ଧ ହେଲେ ସରକାର ବି କଣ ଅନ୍ଧ ? ବିଡିଓ, ତହସିଲଦାର, ସବକଲେକ୍ଟର ସମସ୍ତେ କଣ ଅନ୍ଧ ? ମୁଁ ଅନ୍ଧ ବୋଲି ସରକାରୀ ବ୍ୟବସ୍ଥା ବି କଣ ଅନ୍ଧ ? ୩୦ ଜଣ ପିଲାନୁ ଗୋଟିଏ ମାଷ୍ଟର ଦରକାର । ପ୍ରଶାସନକୁ ଆନ୍ଦୋଳିତ କରିଦେବା ଭଳି ଏଭଳି ପ୍ରଶ୍ନ ସବୁ ପଚାରିଛି ଜଣେ ଷଷ୍ଠ ଶ୍ରେଣୀର ଦୃଷ୍ଟିବାଧକ ଛାତ୍ର । ତାହା ପୁଣି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ପ୍ରଶ୍ନ କରିଛି ଛାତ୍ରଟି । ମୁଁ ଜନ୍ମରୁ ଅନ୍ଧ ହେଲି ବୋଲି କଣ ସରକାର ବି ଅନ୍ଧ କି ?

ବିଡିଓ, ତହସିଲଦାର, ସବକଲେକ୍ଟର ସମସ୍ତେ କଣ ଅନ୍ଧ ହୋଇଗଲେ କି ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଛି ଏହି ଦିବ୍ୟାଙ୍ଗ ବାଳକ । ଆମ ସମସ୍ଯା କଣ କାହାକୁ ଦେଖା ଯାଉନାହିଁ ? ୩୦ ଜଣ ପିଲାଙ୍କ ପାଇଁ ଜଣେ ମାଷ୍ଟର ଦରକାର ବୋଲି ଦାବି କରିଛି ଏହି ଦିବ୍ୟାଙ୍ଗ ବାଳକ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ହେଉଛନ୍ତି ଯଶବନ୍ତ ଛତ୍ରିଆ ।
ସେ ବ୍ଲକ ଶିକ୍ଷାଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ନିଜ ସ୍କୁଲ ସମସ୍ଯା ବିଷୟରେ ଜଣାଉଛନ୍ତି । ଖରାଛୁଟି ପରେ ତାଙ୍କ ସ୍କୁଲ ଖୋଲିଥିଲା । କିନ୍ତୁ ସ୍କୁଲରେ ଶିକ୍ଷକଙ୍କ ଅଭାବ ଯୋଗୁଁ ସ୍କୁଲ ପାଠପଢାରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିଲା । ସେହି ସ୍କୁଲରେ ୪୨୫ ଜଣ ପିଲା ପାଠ ପଢୁଥିବା ବେଳେ ସ୍କୁଲରେ ମାତ୍ର ସାତ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି ।

ଯେଉଁଥି ପାଇଁ ସ୍କୁଲର ଏହି ଅବ୍ୟବସ୍ଥା ବିରୋଧରେ ଛାତ୍ର ଛାତ୍ରୀମାନେଆନ୍ଦୋଳନରେ ବସିଥିଲେ । ଦୀର୍ଘ ଦଶ ଦିନ ଧରି ବିଦ୍ୟାର୍ଥୀମାନେ ଏହି ଆନ୍ଦୋଳନରେ ବସିଛନ୍ତି । କିନ୍ତୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ସମସ୍ଯା ଉପରେ କେହି ବି ଦୃଷ୍ଟିପାତ କରି ନଥିଲେ । ତେବେ କୌଣସି ସମାଧାନ ନ ହେବାରୁ ଗତକାଲି ବ୍ଲକ ଶିକ୍ଷାଧିକାରୀଙ୍କ ସହ ପୋଲିସ ଅଧିକାରୀ ମଧ୍ୟ ସେହି ସ୍ଥାନରେ ପହଞ୍ଚିଥିଲେ ।
ଯାହାପରେ ଦିବ୍ୟାଙ୍ଗ ବାଳକ ଯଶବନ୍ତ ସେମାନଙ୍କ ସାମ୍ନାରେ ନିଜ ଦାବି ରଖିଥିଲେ ଓ ପ୍ରଶ୍ନବାଣରେ ସେମାନଙ୍କୁ ଘାଇଲା କରି ଦେଇଥିଲେ । ଯଶବନ୍ତଙ୍କ ଏଭଳି ଦାବି ପରେ ତୁରନ୍ତ ଦୁଇଜଣ ଶିକ୍ଷକଙ୍କୁ ତାଙ୍କ ସ୍କୁଲରେ ନିୟୋଜିତ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।