ଗାଲରେ ଗୋଟିଏ ପରେ ଗୋଟିଏ ଚାପୁଡା ବାଜିବା ପରେ ଶେଷ ହୋଇଗଲା ୯ ବର୍ଷର ପ୍ରେମ ସମ୍ପର୍କ । ସାମାନ୍ଯ ସନ୍ଦେହ ସମ୍ପର୍କ ଭାଙ୍ଗିବା ସହ ଜୀବନ ବି ନେଇଗଲା । ସାରା ଜୀବନ ଏକାଠି ରହିବା ପାଇଁ ଦୁହେଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରେମ ପରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦିଆନିଆ ହୋଇଥିଲେ । କିନ୍ତୁ ଚାରି ଚାପୁଡାରେ ସେହି ସବୁ ପ୍ରତିଶ୍ରୁତି ଅଚାନକ ଭାଙ୍ଗିଗଲା । ଚାପୁଡା ସେତିକି କଷ୍ଟ ଦେଇ ନଥିଲା ଯେତିକି ୯ ବର୍ଷ ଭଲ ପାଇଥିବା ପ୍ରେମିକର କଟୁ କଥା ମନକୁ ବାଧିଥିଲା ।

ଆଉ ସତ୍ୟପ୍ରକାଶଙ୍କ ହୃଦୟ ତଳେ ଆଶ୍ରା ନେଇଥିବା ଆଶ୍ରିତା ତାଙ୍କ ଜୀବନକୁ ଅଧା ରଖିବା ପାଇଁ ବାଧ୍ୟ ହୋଇଥିଲେ । ଆଶ୍ରିତା ଓ ସତ୍ୟପ୍ରକାଶଅଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଥିଲା ଓ ଆଶ୍ରିତା ଏମସିଏ ଛାତ୍ରୀ ଥିଲେ । କିନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କରେ ସନ୍ଦେହ ପ୍ରବେଶ କରିବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା କଳହ । ଆଶ୍ରିତା ଭୁବନେଶରକୁ ପଢିବାକୁ ଆସିଥିଲେ । ଆଉ ଏହାର କିଛିଦିନ ତଳେ ତାଙ୍କର ଅନ୍ୟ ଜଣେ ପୁଅଙ୍କ ସହ ସମ୍ପର୍କ ଥିବା ସତ୍ୟପ୍ରକାଶ ଶୁଣିବାକୁ ପାଇଥିଲେ ।
କିନ୍ତୁ ସେମିତି କିଛିବି ନାହିଁ କହି ଆଶ୍ରିତା ସବୁବେଳେ ଏହାକୁ ଏଡାଇ ଦେଉଥିଲେ । କିନ୍ତୁ ଅନ୍ୟ ଜଣେ ପୁଅଙ୍କ ସହ ଆଶ୍ରିତାଅଙ୍କ ଫଟୋ ଦେଖିବା ପରେ ନିଜକୁ ସମ୍ଭାଳି ପାରି ନଥିଲେ ସତ୍ୟପ୍ରକାଶ । ସେ ରାତି ରାତି ଭୁବନେଶ୍ବରରେ ରହୁଥିବା ପ୍ରେମିକା ଆଶ୍ରିତାଙ୍କ ରୁମ୍ ରେ ଆସି ପହଞ୍ଚିଥିଲେ । ସେ ଆଶ୍ରିତାଙ୍କ ସହ ପ୍ରବଳ ଝଗଡା କରିବା ସହ ତାଙ୍କୁ ପ୍ରଚୁର ମାଡ ମାରି ତାଙ୍କ ଆଖି ତଳ ଫତେଇ ଦେଇଥିଲେ । ମାଡ ମାରିବା ସହ ତୁ ମରିଯା ବୋଲି ବି କହିଥିଲେ ସତ୍ୟପ୍ରକାଶ, ଯାହାକୁ ଆଶ୍ରିତା ସମ୍ଭାଳି ପାରି ନଥିଲେ ।

ଏହାପରେ ଆଶ୍ରିତା ମା’ଙ୍କୁ ଫୋନ କରି ସବୁକଥା କହିଥିଲେ । ମା ତାଙ୍କୁ ବହୁତ ବୁଝାଇଥିଲେ ତଥାପି ଶେଷରେ ଏକ ଚିଠି ଲେଖି ଏଇ ଦୁନିଆ ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ ଆଶ୍ରିତା । ଚିଠିରେ ଆଶ୍ରିତା ଲେଖିଥିଲେ କି, “ମା ମୁଁ ଆଉ ପାରୁନି ଦୁଇଦିନ ହେଲା ବହୁତ କଷ୍ଟରେ ଅଛି । ସେ ମୋତେ ବହୁତ ମାଡ ମାରିଛି । ଦୁଇଦିନ ହେଲା ମୁଁ କିଛିବି ଖାଇନି । ମୋର ବଞ୍ଚିବାକୁ ଇଚ୍ଛା ଥିଲେ ବି ମୁଁ ଆଉ ପାରୁନି ମା । ମୁଁ ଯାଉଛି ମା ହେଲେ ମୁଁ ତୋ ପାଖରେ ସବୁବେଳେ ଥିବି ।
ମୋତେ ସବୁଦିନ ଖାଇବାକୁ ଦେବୁ । ବାପାଙ୍କୁ କହିବୁ ମନ ଦୁଃଖ କରିବେନି । ମୁଁ ଭଲ ଚାକିରି କରିବି ଓ ତାଙ୍କ ସ୍ଵପ୍ନ ସାକାର କରିବି ବୋଲି ତାଙ୍କର ଇଚ୍ଛା ଥିଲା ହେଲେ ମୁଁ ପାରିଲିନି ମା । ସବୁକଥା ମୋ ମୋବାଇଲରେ ଅଛି ।” ଏହି ଚିଠି ଲେଖିବା ପରେ ୯ ବର୍ଷର ସମ୍ପର୍କ ୯ ସେକେଣ୍ଡରେ ଶେଷ ହୋଇ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।