ଲାଇମ ଲାଇଟ ରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଭଉଣୀ Neena Kothari, ଏହି ସବୁ ବଡ ବଡ କମ୍ପାନୀର ସମ୍ଭାଳନ୍ତି କାମ

ମୁକେଶ ଅମ୍ବାନୀ ରିଲାଇନ୍ସ ଇଣ୍ଡଷ୍ଟ୍ରିର ମାଲିକ ଅଟନ୍ତି । ତାଙ୍କ ପରିବାରରେ ସମସ୍ତେ ବହୁତ ଖୁସିରେ ଜୀବନକୁ ଅତିବାହିତ କରନ୍ତି । ମୁକେଶ ଅମ୍ବାନୀଙ୍କ ଭଉଣୀଙ୍କ ବିଷୟରେ ବହୁତ କମ ଶୁଣିବାକୁ ମିଳିଥାଏ । ମୁକେଶ ଅମ୍ବାନୀଙ୍କ ଭଉଣୀ ମିଡିଆଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଅମ୍ବାନୀଙ୍କ ଭଉଣୀଙ୍କ ନାମ ନିନା କୋଠାରି ଅଟେ । ନିନା କୋଠାରି ଅମ୍ବାନୀ ଖାନଦାନର ସଦସ୍ୟ ହୋଇଥିଲେ ମଧ୍ୟ ସେ ଅଧିକ ଫଙ୍ଗସନରେ ଭାଗ ନିଅନ୍ତି ନାହି । ସେ ମୁମ୍ବାଇରେ ନିଜ ଘରେ ରୁହନ୍ତି ।

ନିନା କୋଠାରି ଏଚସି କୋଠାରି କମ୍ପାନୀର ଚେୟାରମ୍ୟାନ ଭଦ୍ରଶ୍ୟାମ କୋଠାରି ଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୧୫ରେ ଭଦ୍ରଶ୍ୟାମ କୋଠାରି  କ୍ୟାନ୍ସରେ ପୀଡିତ ଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା । ସ୍ଵାମୀଙ୍କର ମୃତ୍ୟୁ ପରେ ନିନା କୋଠାରି ପରିବାରର ବ୍ୟବସାୟକୁ ସମ୍ଭାଳିଛନ୍ତି । ନିନା କୋଠାରି ସୁଗାର ମିଲର ମାଲିକ ଅଟନ୍ତି । ନିନା କୋଠାରିଙ୍କର ଝିଅର ନାଁ ନୟନ ତାରା ଓ ପୁଅଙ୍କ ନାମ ଅର୍ଜୁନ କୋଠାରି ଅଟେ ।

୨୦୧୨ରେ ନିନାଙ୍କ ଝିଅ ନୟନତାରାଙ୍କ ବିବାହ ହୋଇଥିଲା । ତାଙ୍କ ପୁଅ ଅର୍ଜୁନଙ୍କର ବାହା ଘର ଆନନ୍ଦିତା କୋଠାରୀଙ୍କ ସହ ୨୦୧୯ରେ ହୋଇଥିଲା । ମୁକେଶ ଅମ୍ବାନୀ ନିଜ ଭାଣିଜୀର ବାହାଘରର  ପ୍ରି ୱେଡିଙ୍ଗ ପାର୍ଟି  ନିଜର ଏଣ୍ଟେଲିଆ ଘରେ ବହୁତ ଧୂମଧାମରେ ପାଳନ କରିଥିଲେ । ଅର୍ଜୁନ କୋଠାରି ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ହୋଇଥିବାରୁ ସୁଗର ମିଲସ, ପେଟ୍ରୋଲିୟମ ବ୍ୟବସାୟ, କେମିକାଲ ବ୍ୟବସାୟକୁ ସମ୍ଭାଳୁଛନ୍ତି ।

ନିନା କୋଠାରିଙ୍କର ତାଙ୍କ ବଡ ଭାଉଜ ନିତା ଅମ୍ବାନୀଙ୍କ ସହ ଭଲ ସମ୍ପର୍କ ରହିଛି । ଏହି ଦୁଇ ଜଣକ ଭିତରେ ବହୁତ ଭଲ ବନ୍ଧୁତା ମଧ୍ୟ ରହିଛି । ନିତା ଅମ୍ବାନୀଙ୍କ ଛଡା ନିନା କୋଠାରିଙ୍କର ତାଙ୍କ ଦିତୀୟ ଭାଉଜ ଟିନାଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି ।

ନିନା କୋଠାରିଙ୍କୁ ୫୮ବର୍ଷ ହୋଇଥିଲେ ମଧ୍ୟ ସେ ନିଜର ବ୍ୟବସାୟକୁ ବହୁତ ଭଲ ଭାବେ ସମ୍ଭାଳିଛନ୍ତି । ଆଜି ନିନା କୋଠାରି ଦେଶର ଜଣାଶୁଣା ବିଜନେସ ଓମେନ ଭାବେ ପରିଚିତ । ବ୍ୟବସାୟ ଦୁନିଆରେ ନିନା ନିଜର ଗୋଟେ ନୂଆ ଜାଗା ସୃଷ୍ଟି କରିପାରିଛନ୍ତି । ଯେବେ ପରିବାରର ସମ୍ପତିରେ ଦୁଇ ଭାଇ ମୁକେଶ ଓ ଅନିଲ ଅମ୍ବାନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ସେତେବେଳେ ନିନା ଓ ତାଙ୍କ ଭଉଣୀ ଦୀପ୍ତି ଏହି ସମ୍ପତିରୁ କୌଣସି ଭାଗ ନେଇ ନ ଥିଲେ । ନିଜ ଭାଇମାନଙ୍କ ଭିତରେ ପିତାଙ୍କ ସମ୍ପତିକୁ ନେଇ ଚାଲିଥିବା ବିବାଦକୁ ଦୂର କରିବା ପାଇଁ ନିନା କୋଠାରିଙ୍କର ମୁଖ୍ୟ ଭୂମିକା ରହିଛି ।

ନିନା କୋଠାରିଙ୍କର ଦୁଇ ଭାଇଙ୍କ ପରିବାର ସହ ଗଭୀର ସମ୍ପର୍କ ରହିଛି । ଭାଇ ଭଉଣୀଙ୍କ ଭିତରେ ନିବିଡ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି  । ଅନେକ ସମୟରେ ଏମାନେ ପରସ୍ପରର ଘରକୁ ଯିବା ଆସିବା କରିଥାନ୍ତି ।