ମୁହଁ ଖୋଲିଲେ Nandini, ଶ୍ଵଶୁର ଘର ଲଗାଇଥିବା ଅଭିଯୋଗକୁ ନେଇ ଦେଲେ ଚାଞ୍ଚଲ୍ୟକର ବୟାନ… ଶୁଣନ୍ତୁ କଣ କହୁଛନ୍ତି ନନ୍ଦିନୀ

ବାହାଘର ପରଦିନ ବୋହୁ ସୁନଗହଣା ଧରି ବୟଫ୍ରେଣ୍ଡ ସହ ଛୁ ମାରିବା ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି । ବୋହୁ ବାହାଘର ଦିନ ରାତିରେ ଭିଣୋଇଙ୍କୁ ଉଲଗ୍ନ ହୋଇ ଭିଡିଓ କଲ୍ କରିବା ଠୁ ନେଇ ତା’ ପରଦିନ ସକାଳେ ମନ୍ଦିର ଯିବି କହି ଫେରାର ହେବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପୂର୍ବରୁ ସାମ୍ନାକୁ ଆଣିଥିଲେ ବର ବଳରାମଙ୍କ ପରିବାର । ସେମାନେ ନନ୍ଦିନୀଙ୍କ ଓ ତାଙ୍କ ଘରଲୋକଙ୍କ ନାଁରେ ଅନେକ ଅଭିଯୋଗ ଉଠାଉଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ନନ୍ଦିନୀ ।

ନନ୍ଦିନୀଙ୍କ କହିବା ଅନୁଯାୟୀ ତାଙ୍କର ବାହାଘର ଠିକ ହେବା ସମୟରେ ଘରକୁ ଉଭୟ ପୁଅଘର ଏବଂ ଝିଅଘର ପକ୍ଷରୁ ମଧ୍ୟସ୍ଥି ଆସିଥିଲେ । ବଳରାମଙ୍କ ପରିବାର ଓ ତାଙ୍କ ମଧ୍ୟସ୍ଥି ସେମାନଙ୍କ ଭିତରେ କଥା ହୋଇ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । କିନ୍ତୁ ନନ୍ଦିନୀଙ୍କ ମାଆ କହିଥିଲେ କି ସେ କିଛି ବି ଦେବାକୁ ସକ୍ଷମ ନୁହନ୍ତି । ତେଣୁ ନନ୍ଦିନୀଙ୍କୁ ସେମିତି ବୋହୂ କରି ନେବେ ବୋଲି ସେମାନେ ରାଜି ହୋଇ ଯାଇଥିଲେ । ଯେଉଁଥି ପାଇଁ ବଳରାମଙ୍କ ଘରେ ବାହାଘର ହୋଇଥିଲା ।

ନନ୍ଦିନୀ କହୁଛନ୍ତି କି ଯଦି ତାଙ୍କର କେହି ଲଭର ଥିଲେ କି ତାଙ୍କ ଭିଣୋଇଙ୍କ ସହ ଯଦି ତାଙ୍କର ସମ୍ପର୍କ ଅଛି ତେବେ ସେ ସେମିତି ରହି ଯାଇଥାନ୍ତେ । ଘରଲୋକଙ୍କ ପସନ୍ଦରେ କେବେବି ବାହା ହୋଇ ନଥାନ୍ତେ । ବଳରାମଙ୍କ ପରିବାର ତାଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସେ ସ୍ପଷ୍ଟ କହିଛନ୍ତି । ନନ୍ଦିନୀ ଆହୁରି ମଧ୍ୟ କହିଛନ୍ତି ଯେ, ବାହାଘର ରାତି ଦିନ ସେ କାହାକୁ ବି ଭିଡିଓ କଲ୍ କରି ନଥିଲେ । ବରଂ ବଳରାମ ଓ ସେ ବସି ରାତିସରା କଥା ହେଉଥିଲେ । ବଳରାମ ତାଙ୍କ ପରିବାର ବିଷୟରେ ସବୁ କଥା ତାଙ୍କୁ କହୁଥିଲେ ।

ଯୌତୁକ ନିର୍ଯ୍ୟାତନା ଯୋଗୁଁ ତାଙ୍କ ବଡ ବୋହୂ ମଧ୍ୟ ଘରଛାଡି ପଳେଇଥିଲେ । ସେଦିନ ରାତିରେ ଯୌତୁକ କଥା କହି ବଳରାମଙ୍କ ପରିବାର ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ବୋଲି ନନ୍ଦିନୀ ପାଲଟା ଅଭିଯୋଗ କରିଛନ୍ତି । ତା’ ପରଦିନ ସକାଳେ ତାଙ୍କୁ ଭାତ ଏବଂ ଆଚାର ଖାଇବାକୁ ଦେଇଥିଲେ । ବଳରାମ ନିଜେ ନନ୍ଦିନୀଙ୍କୁ ବୁଲେଇ ନେବା କଥା କହିବାରୁ ସେ ମନ୍ଦିର ଯିବେ ବୋଲି କହିଥିଲେ ।

କିନ୍ତୁ ବଳରାମଙ୍କ ଘରଲୋକଙ୍କ ବ୍ୟବହାର କିଛି ଠିକ ନ ଲାଗିବାରୁ ସେ ଡରିଯାଇ ତାଙ୍କ ଘରଲୋକଙ୍କୁ ଏନେଇ ଜଣାଇଥିଲେ । ସେ ତାଙ୍କ ଘରଲୋକଙ୍କ ସହ ସେଠାରୁ ଖସି ପଳେ ଆସିଥିଲେ । ବଳରାମ ତାଙ୍କ ହାତ ମୋଡିବାରୁ ସେ ବାଧ୍ୟ ହୋଇ ତାଙ୍କୁ ଦି ଚାପୁଡା ମାରିଥିଲେ ବୋଲି କହିଛନ୍ତି । ତେବେ କିଏ ସତ କହୁଛି କିଏ ମିଛ କହୁଛି ତାହା ସ୍ପଷ୍ଟ ଜଣାପଡୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।