ପ୍ରେମିକ ଫୋନରେ କହୁଛି, ଭଲରେ କହୁଛି ମୋ ଗାଁ ଛାଡି ପଳେଇ ଯା, ମୋ ଘର ଆଗରୁ ଉଠିଯା । ତୋତେ ଦେଖି ଗାଁ ଲୋକେ କଣ ସବୁ କହିବେ ! ଆଉ ଏପଟୁ ଝିଅଟି କହୁଛି, ଏ ଗାଁ ପୁରା ମୋ ସପୋର୍ଟରେ ଅଛି । ମୁଁ ଏଠୁ ମୋତେ ଯିବିନି । ମୋତେ ତୁ ଏଇଠିକୁ ଆଣିଥିଲୁ ମୁଁ ଏଇଠି ହିଁ ରହିବି । ଯେପର୍ଯ୍ୟନ୍ତ ତୁ ନ ଆସିଛୁ ମୁଁ ଏଠୁ ମୋଟେ ଉଠିବିନି । ଆଉ ଏହାପରେ ପ୍ରେମିକଜଣକ କହୁଛି ମୁଁ ତୋତେ ଖାଲି ଘରକୁ ଆଣି ନଥିଲି ହୋଟେଲକୁ ବି ଆଣିଥିଲି, ଯା ହୋଟେଲ ଦୁଆର ମୁହଁରେ ବସିବୁ ।
ମୋ ଘର ଦୁଆର ମୁହଁରେ ବସିଲେ ମୋର ଇଜ୍ଜତ ଯାଉଛି, ମୋଟେ ଲାଜ ଲାଗୁଛି । ଆଜିର ଜମାନାରେ ପ୍ରେମର ପରିଭାଷା ଏବଂ ସଜ୍ଞା ଏକଦମ ବଦଳି ଯାଇଛି । ଆଜିକାଲି ବଦଳି ଯାଇଛି ଭଲ ପାଇବାର ଅର୍ଥ । ଏବେ ଖାଲି ପ୍ରେମ କହିଲେ କେବଳ କାମନା ଏବଂ ଧୋକାକୁ ବୁଝାଉଛି । ଏଭଳି ଏକ ଭବନୀୟ ଘଟଣା ଏବେ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ମାର୍ସାଘାଇ ଥାନା ଅନ୍ତର୍ଗତ ଖୁସିଆ ପଞ୍ଚାୟତର ବାନ୍ଧକୁଦ ଗ୍ରାମରେ । ଏ
ହି ଗ୍ରାମର ରମେଶ ଚନ୍ଦ୍ର ଓଝାଙ୍କ ପୁଅ ହେଉଛି ୨୮ ବର୍ଷୀୟ ରଞ୍ଜନ ଓଝା । ଝାଡଖଣ୍ଡର ରୁମୁଟା ମାଇନ୍ସରେ ଜଣେ ଓଲ୍ଡର ଭାବେ ରମେଶ କାର୍ଯ୍ୟ କରୁଥିଲେ । ଆଉ ସେଠାରେ ରହି କାମ କରୁଥିବା ଯାଜପୁର ସଦର ଥାନା ଅନ୍ତର୍ଗତ ଜଣେ ଝିଅଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ଆରମ୍ଭ କଲେ । ଆଉ ବନ୍ଧୁତାର ଆରମ୍ଭ ହେଲା ଦିନରାତି ଚାଟିଂ ।
ଏହାପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ଆଉ ତା’ପରେ ନିଜ ଘର, ଭଉଣୀ ଘର ସହ ଓୟୋ ହୋଟେଲ ସବୁଠି ଯାଇ ଶାରୀରିକ ସମ୍ପର୍କ ରଖିଲେ । ଏହିପରି ବାରମ୍ବାର ହୋଟେଲ ଏବଂ ନିଜ ଗାଁରେ ଥିବା ଘରକୁ ନେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ରଞ୍ଜନ ଏବେ ଯୁବତୀଙ୍କୁ ବାହା ହୋଇ ପାରିବ ନାହିଁ ବୋଲି କହୁଛି । ଯେଉଁଥି ପାଇଁ ଯୁବତୀ ଥାନାର ଦ୍ଵାରସ୍ଥ ହେବା ପରେ ରଞ୍ଜନ କହିଥିଲା ତାଙ୍କୁ ବାହା ହୋଇ ପାଖରେ ରଖିବ ବୋଲି ।
ହେଲେ ଥାନା ବାହାରେ ସବୁକିଛି ବଦଳିଗଲା । ଆଉ ଏବେ ନ୍ୟାୟ ପାଇବା ପାଇଁ ଯୁବତୀ ଜଣକ ତାଙ୍କ ପ୍ରେମିକର ଦୁଆର ମୁହଁରେ ଧାରଣାରେ ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।