ତୁ ଖୁସିରେ ରହ ଦିନେଶ, ମୁଁ ତୋ ଜୀବନରୁ ଚାଲିଯାଉଛି । ଏଇଠୁ ଉଠିବ ମୋ କୋକେଇ, ତୋ ଦୁଆରୁ ହିଁ ମୁଁ ଛଅ ଖଣ୍ଡ କାଠ କୋକେଇରେ ଚାଲିଯିବି । ମୋ ଉପରେ ଖଇ କଉଡି ବିଞ୍ଚା ହେଉଥିବ ଆଉ ‘ରାମନାମ ସତ୍ୟ ହେ’ କହି ଘରଲୋକେ ମୋତେ ନେଇ ଯାଉଥିବେ । ମୋ ଦେହରେ ପଡିଥିବ ଧଳାଲୁଗା ଆଉ ତା’ ଉପରେ ସିନ୍ଦୂର । ମୁଁ ମଲା ପରେ ମୋତେ ସଧବା ବେଶ କରି ନାଲି ଶାଢୀ, ନାଲି ଚୁଡି ପିନ୍ଧାଇବେ । ଆଉ ପଦରେ ଅଳତା ହାତରେ ମେହେନ୍ଦି ଲଗାଇବେ ।

ଆଉ ମୋ କଥାରେ ସିନ୍ଦୂର ଦେବା ବେଳେ ଦିନେଶ ତୁ ଟିକେ ଆସିବୁ ରେ । ମୋ ମଥାରେ ତୁ ହିଁ ସିନ୍ଦୂର ଦେବୁ । ବଞ୍ଚି ଥାଉ ଥାଉ ତ ସିନ୍ଦୂର ପାଇଲିନି ହେଲେ ମୁଁ ମରିଗଲା ପରେ ଟିକେ ପିନ୍ଧେଇ ଦେବୁ ରେ । ଏଇଆଟା ମୋ ଶେଷ ଇଚ୍ଛା ବୋଲି ଭାବିବୁ ଆଉ କୋ କୋକେଇରେ ବି ଟିକେ କାନ୍ଧ ଦେବୁ । ମୋତେ ମଶାଣି ନେଇ ତୁମ ମୋତେ ଟେକି ଜୁଇରେ ଶୁଆଇ ଦେବୁ । ତୋ ହାତର ସ୍ପର୍ଶ ପାଇ ମୁଁ ଜୁଇରେ ଶାନ୍ତିରେ ଶୋଇଯିବି ।
ଆଉ ମୋ ପୁଅକୁ କହିବୁ ସେ ମୋତେ ମୁଖାଗ୍ନି ଦେବ ଆଉ ତୁ ତା’ ହାତକୁ ଧରିଥିବୁ । ମୁଁ ହସି ହସି ଏ ଦୁନିଆରୁ ବିଦାୟ ନେଇଯିବି । ଆଉ ତୋର ଦୁଃଖ ନଥିବ କି ତୋ ଘର ସାମ୍ନାରେ କେହି ଧାରଣା ଦେଇ ନଥିବେ । ଏ ଦୀପିକା ସବୁଦିନ ପାଇଁ ଦିନେଶର ଜୀବନରୁ ଚାଲିଯିବ । ଆଉ କିଛିଦିନ ପରେ ଦିନେଶ ଓ ଦୀପିକାର ପ୍ରେମ କାହାଣୀ ଓଡିଶାବାସୀ ବି ଭୁଲିଯିବେ ।

ସେତେବେଳେ ତୋତେ କହିବାକୁ କେହିବି ନଥିବେ । ମୁଁ ମରିଗଲା ପରେ ମୋ ପୁଅର ଟିକେ ଯତ୍ନ ନେବୁ । ମୁଁ କଣ କରିବି କହିଲୁ ମୋତେ ଭାରି କଷ୍ଟ ହେଉଛି । ବଞ୍ଚି ଥାଉ ଥାଉ ମୁଁ ମରିଗଲିଣି । ସମସ୍ତଙ୍କ ନଜରରେ ମୁଁ ଏବେ ଚରିତ୍ରହୀନା । ମୁଁ ଆଉ କେତେ ସହିବି ? ସେଦିନ ତୋ ବାପମା’ ମୋତେ ମାରିଲେ ଆଉ ଅଶ୍ଳୀଳ ଭାଷାରେ ଗାଳି କଲେ ।
ଏତେ ସବୁ ହେବା ପରେବି ତୁ ସେଇଠି ଥାଇବି କିଛି କହିଲୁନି । ଭଲରେ ବୁଝିଗଲିଣି ମୁଁ ତୋ ପ୍ରେମ । ଡ଼ଓ ଭଲପାଇବାକୁ ମୁଁ ହସି ହସି ସାଲ୍ଯୁଟ ମାରୁଛି । ଆଉ ମୋ ଭାଗ୍ୟ ଆଉ ପ୍ରେମ ଉପରେ ମୁଁ ହସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।