ବଲୀଉଡର ଅଭିନେତ୍ରୀମାନଙ୍କ ବିଷୟରେ କହିଲେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ଅଳ୍ପ ସମୟ ମଧ୍ୟରେ ଦର୍ଶକ ମାନଙ୍କର ହୃଦୟରେ ରାଜ କରିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଆଜି ଏହି ଦୁନିଆରେ ଆଉ ନାହାନ୍ତି । କହିବାକୁ ଗଲେ ସେହି ଅଭିନେତ୍ରୀମାନେ ବହୁତ ଅଳ୍ପ ବୟସରେ ସଫଳତା ହାସଲ କରିଥିଲେ ଓ କିଛି ବହୁତ ବର୍ଷ ହେବ ଇଣ୍ଡଷ୍ଟ୍ରିରେ ରାଜ ବି କରିଛନ୍ତି ।
କିନ୍ତୁ ମୃତ୍ୟୁ ପରେ ସେମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇଛନ୍ତି । ଏହି ସମସ୍ତ ଅଭିନେତ୍ରୀମାନେ କୌଣସି ନା କୌଣସି ଦୁର୍ଘଟଣାରେ ନିଜର ଜୀବନ ହରାଇଛନ୍ତି ।
ମୁର୍ତ୍ୟୁ ପରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ଏହି ଅଭିନେତ୍ରୀମାନେ
ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଅଚାନକ ମୃତ୍ୟୁ ହୋଇ ଯାଇଛି ଓ ସେ ଦୁନିଆକୁ ଅଲବିଦା କହି ଦେଇଛନ୍ତି । ଏମାନଙ୍କ ପାଖରେ ଭଲ ସମ୍ପତ୍ତି ମଧ୍ୟ ଥିଲା ଯାହା ଆଜି ତାଙ୍କର ପରିଜନମାନଙ୍କ ନାମରେ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କର ନାମ ।
ଦିବ୍ୟା ଭାରତୀ
ବଲୀଉଡର ସବୁଠୁ ସୁନ୍ଦର ଅଦାକାରା ରହି ସାରିଥିବା ଦିବ୍ୟା ଭାରତୀ ୧୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଦେଇଥିଲେ । ସୂଚନା ଅନୁସାରେ କହିଦେଉଛୁ କି ଦିବ୍ୟା ଭାରତୀ ନିଜର ପରିବାର ପାଇଁ ପାଖାପାଖି ୭୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ।
ଶ୍ରୀଦେବୀ
ହିନ୍ଦୀ ସିନେମାର ସବୁଠୁ ସୁନ୍ଦର ଓ ବଲୀଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ବି ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ସେ ୪ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ । ଆପଣଙ୍କୁ କହିଦେଉଛୁ କି ତାଙ୍କର ନିଧନ ୨୦୧୮ରେ ହୋଇଥିଲା । ଶ୍ରୀଦେବୀଙ୍କର ମୃତ୍ୟୁ ପରେ ତାଙ୍କର ୨୪୭ କୋଟି ଟଙ୍କାର ସମ୍ପତ୍ତି ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁରଙ୍କ ନାମରେ ହୋଇଯାଇଛି ।
ସୌନ୍ଦର୍ୟା
୧୯୯୯ରେ ଆସିଥିବା ଫିଲ୍ମ ସୂର୍ୟବଂଶମରେ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ସୌନ୍ଦର୍ୟାଙ୍କର ମୁର୍ତ୍ୟୁ ୨୦୦୪ରେ ଏକ ପ୍ଲେନ କ୍ରାଶରେ ହୋଇଥିଲା । ଏମିତି କୁହାଯାଉଛି କି ସୌନ୍ଦର୍ୟା ନିଜ ପଛରେ ୫୦ କୋଟି ଟଙ୍କା ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ।
ରିମା ଲାଗୁ
ଅଭିନେତ୍ରୀ ରିମା ଲାଗୁଙ୍କର ନିଧନ ବର୍ଷ ୨୦୧୭ରେ ହାର୍ଟ ଆଟାକ ଆସିବା ଦ୍ଵାରା ହୋଇଥିଲା । ସେ ନିଜର କ୍ୟାରିୟରରେ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଖବର ଅନୁସାରେ ରିମା ଲାଗୁଙ୍କ ପାଖରେ ୧୫ ରୁ ୨୦ କୋଟି ଟଙ୍କାର ସମ୍ପତ୍ତି ଥିଲା ଯାହାକି ତାଙ୍କର ପରିବାରଲୋକଙ୍କୁ ମିଳିଛି ।
ଜିୟା ଖାନ
୧୯ ବର୍ଷ ବୟସରେ ଜିୟା ଖାନ ଆତ୍ମହତ୍ୟା କରିଥିଲେ । କହିବାକୁ ଗଲେ ବହୁତ କମ ବୟସରେ ସେ ସଫଳତା ହାସଲ କରିଥିଲେ । ମିଡିଆରୁ ମିଳିଥିବା ସୂଚନା ଅନୁସାରେ ଜିୟା ଖାନଙ୍କ ପାଖରେ ପାଖାପାଖି ୧୦ ରୁ ୧୫ କୋଟି ଟଙ୍କାର ସମ୍ପତ୍ତି ଥିଲା ।