ମୃତ୍ୟୁ ପରେ ଆତ୍ମା ସହ କ’ ଣ ହୋଇଥାଏ ? ଆତ୍ମା କୁଆଡେ ଯାଇଥାଏ ? ଜାଣନ୍ତୁ ଶାସ୍ତ୍ରସମ୍ମତ ମତ, Garud Purana

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟର ଜନ୍ମ ଅଛି । ତେବେ ମୃତ୍ୟୁ ମଧ୍ୟ ସେହିପରି ସୁନିଶ୍ଚିତ ହୋଇଥାଏ । ହେଲେ ମନୁଷ୍ୟର ମୃତ୍ୟୁ ପରେ ସେହି ଶରୀରକୁ ତ ପୋଡା ହୋଇ ଯାଇଥାଏ । ହେଲେ ସେଥିରୁ ବାହାରିଥିବା ଆତ୍ମା କୁଆଡେ ଯାଇଥାଏ ? ଏହି ସମ୍ବଧିୟ ତଥ୍ୟ ଆଜି ଆଲୋଚନା କରିବା । ଏକଦା ଥରେ ଗରୁଡ ଭଗବାନ ବିଶନୁଙ୍କୁ ମନୁଷ୍ୟ ଜୀବନ ଚକ୍ର ଓ ମନୁଷ୍ୟର ମୃତ୍ୟୁ ପରେ ତା’ ର ଆତ୍ମା କୁଆଡେ ଯାଇଥାଏ ପଚାରିଥିଲେ ।

ତେବେ ଗରୁଡ ମହାରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଭଗବାନ ନାରାୟଣ ଏପରି କିଛି ବାକ୍ଷା କରି କହିଥିଲେ । ମନୁଷ୍ୟ ମରିବା ପୂର୍ବରୁ ତା’ ର ପାଦ ପୃଥିବୀ ଠାରୁ ଧୀରେ ଧୀରେ ବିଚ୍ଛିନ୍ନ ହେବା ଆରମ୍ଭ ହୋଇଯାଇଥାଏ । ଯେଉଁ କାରଣରୁ ମୃତ୍ୟୁ ସମୟରେ ମନୁଷ୍ୟର ପାଦ କାଲୁଆ ହୋଇଯାଇଥାଏ । ମନୁଷ୍ୟର ଶରୀର ସହ ଯେତେବେଳେ ତା’ ର ଆତ୍ମାର ବନ୍ଧନ କଟିଯାଇଥାଏ ।

ସେତେବେଳେ ଯମଲୋକରୁ ଆସିଥିବା ୨ ଯମଦୂତ ଏକ ପ୍ରକାଶମୟ ପଥରେ ସେହି ଆତ୍ମାକୁ ନେଇ ଚାଲିଯାଇଥାନ୍ତି । ଯମଲୋକରେ ଆତ୍ମା ପହଞ୍ଚିବା ପରେ କ୍ରମଶଃ ଯମରାଜାଙ୍କ ଆଦେଶ ଅନୁସାରେ ଯମଦୂତ ସେହି ଆତ୍ମାକୁ ନେଇ ନିଜର ପରିବାର ପାଖରେ ୧୩ ଦିନ ପାଇଁ ଛାଡି ଦେଇଆସିଥାନ୍ତି । ତେବେ ମନୁଷ୍ୟ ମରିବାର ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଆତ୍ମା ଭୋକିଲା ଓ ଶୋଷିଲା ଅବସ୍ଥାରେ ରହିଥାଏ ।

କାରଣ ଦଶାହ ପିଣ୍ଡ ଦାନ କରାନଯିବା ପର୍ଯ୍ୟନ୍ତ ଆତ୍ମା ଖାଦ୍ୟ, ପାନୀୟ କିଛି ପାଇପାରିନଥାଏ । ପିଣ୍ଡଦାନ କରିବା ପରେ ଯାଇ ଆତ୍ମାକୁ ଶକ୍ତି ମିଳିଥାଏ । ୧୩ ଦିନ ପରେ ପୁଣିଥରେ ଯମଦୂତ ମାନେ ଆସି ଆତ୍ମାକୁ ସାଙ୍ଗରେ ନେଇ ଯମଲୋକ ଚାଲି ଯାଇଥାନ୍ତି । ଯମଲୋକ ଯିବା ସମୟରେ ସେମାନଙ୍କୁ ଏକ ଅଗ୍ନୀ ଥିବା  ବୈତରଣୀ ନଦୀ ପାର କରିବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ଏହି ନଦୀ ଗଙ୍ଗା ନଦୀର ଉଗ୍ର ରୂପକୁ ଦର୍ଶାଇଥାଏ ।

ଯେଉଁ ବ୍ୟକ୍ତି ଭଲ କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତିର ଆତ୍ମା ବହୁ ସହଜରେ ଏହି ନଦୀକୁ ପାର ହୋଇଯାଉଥିବା ବେଳେ କୁକର୍ମ କରିଥିବା ଲୋକକୁ ଏହି ନଦୀ ପାର ହେବା ସମୟରେ ବହୁ କଷ୍ଟ ଭୋଗିବାକୁ ପଡିଥାଏ । ଯମଲୋକରେ ଆତ୍ମା ପହଞ୍ଚିବା ପରେ ଚିତ୍ରଗୁପ୍ତ ସେହି ଆତ୍ମାର ପାପ ଓ ପୂଣ୍ୟର ହିସାବ କରନ୍ତି । ତେବେ ସେହି ଆତ୍ମାର କର୍ମ ଅନୁସାରେ ତାକୁ ସ୍ଵର୍ଗ କି ନର୍କ ଯିବାକୁ ହେବ ତାହା ଯମରାଜା ନିଷ୍ପତ୍ତି ନେଇଥାନ୍ତି ।

ଗରୁଡ ପୁରାଣ ଅନୁସାରେ ପ୍ରାୟ ୩୬ ପ୍ରକାର ନର୍କ ରହିଥାଏ । ଏହି ସବୁ ନର୍କ ମାନଙ୍କରେ ଥିବା ଦଣ୍ଡ ବିଧାନ ଗୁଡିକ ଆପଣଙ୍କ ଭାବନା ଠାରୁ ମଧ୍ୟ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ