ସକାଳେ ପୁଅର ମୃ-ତ୍ୟୁ, ସନ୍ଧ୍ୟା ସମୟରେ ଆର୍ମୀ ଯବାନ ପତ୍ନୀଙ୍କ ସହିତ ଲଗାଇଲେ ଫା-ସୀ, ସୁସା-ଇଡ ନୋଟରେ ଲେଖିଲେ ଏହି କଥା

ମଧ୍ୟପ୍ରଦେଶର ଜବଲପୁରରେ ଜଣେ ଦମ୍ପତି ନିଜର ପୁଅର ମୃତ୍ୟୁରେ ଦୁଖିତ ହୋଇ ଶେଷରେ ନିଜର ଜୀବନ ବି ଦେଇ ଦେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମୃତକର ପିତା ଜଣେ ଯବାନ ଥିଲେ । ସେ ଜାମ୍ମୁ କାଶ୍ମୀର ରାୟଫଳ ରେଜିମେଣ୍ଟରେ ନାୟବ ସୁବେଦାର ଥିଲେ । କହିବାକୁ ଗଲେ ସହରର କୈଂଟ ଥାନା କ୍ଷେତ୍ର ସ୍ଥିତ ଆର୍ମୀ ପରିସର ହୋଇଥିବା ଏହି ଘଟଣା ପରେ ସେହି ସ୍ଥାନରେ ହଙ୍ଗାମା ହୋଇ ଯାଇଛି । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ଦମ୍ପତିଙ୍କ ତିନି ବର୍ଷ ପୁଅ ରୋଗରେ ପୀଡିତ ଥିଲା ଓ ଗୁରୁବାର ଦିନ ସେହି ପୁଅର ନିଧନ ହୋଇଗଲା । ଏହି ଦୁଖକୁ ପିତା ମାତା ସହି ପାରିଲେ ନାହିଁ ଓ ଶେଷରେ ସେମାନେ ନିଜର ଜୀବନ ବି ଦେଇ ଦେଲେ ।

ଫାସୀର ଦୌଡିରେ ଝୁଲିଥିବା ଅବସ୍ଥାରେ ମିଳିଲେ ସ୍ଵାମୀ ସ୍ତ୍ରୀ

 

ଏଏସପି ସଂଜୀବ ଉଇକେଙ୍କ ଅନୁସାରେ ସୁବେଦାର ଜିତେନ୍ଦ୍ର ସିଂହ ଗୁରୁବାର ସକାଳେ ନିଜର ତିନି ବର୍ଷର ପୁଅର ମୃତ୍ୟୁ ପରେ ତାହାର ଅନ୍ତିମ ସଂସ୍କାର କରିଲେ ଓ ଘରକୁ ଫେରି ଆସିଲେ । ଏହା ପରେ ପଡୋଶୀ ଦ୍ଵିପହରେ ତାଙ୍କୁ ଖାଦ୍ୟ ଦେଲେ । ଏହା ପରେ ସନ୍ଧ୍ୟା ୫ ଟା ସମୟରେ ଯେତେବେଳେ ପଡୋଶୀମାନେ ତାଙ୍କ ସହିତ ଦେଖା କରିବା ପାଇଁ ତାଙ୍କ ଘରକୁ ଗଲେ ତେବେ ସେମାନଙ୍କୁ ଡାକିବା ସତ୍ବେ ବି ସେମାନେ ଶୁଣିଲେ ନାହିଁ ।

ତେବେ ପଡୋଶୀମାନଙ୍କୁ କିଛି ସନ୍ଦେହ ହେଲା ଓ ସେମାନେ ଆଖପାଖର କିଛି ଲୋକମାନଙ୍କୁ ଡାକିଲେ । ତେବେ ସମସ୍ତେ କବାଟ ଖୋଲି ଘରକୁ ପ୍ରବେଶ କରିଲେ ତ ଦେଖିଲେ କି ସ୍ଵାମୀ ସ୍ତ୍ରୀ ଫାସୀରେ ଝୁଲିଛନ୍ତି । ଏଏସପିଙ୍କ ଅନୁସାରେ ପଡୋଶୀମାନେ ପୋଲିସକୁ କହିଲେ କି ପୁଅର ମୃତ୍ୟୁ ପରେ ସେମାନେ ବହୁତ ଭାଙ୍ଗି ଯାଇ ଥିଲେ ଓ କାହା ସହିତ ବି କଥାବାର୍ତ୍ତ ବି କରୁ ନଥିଲେ ।

ଏହା ପରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦୁଇ ଶବକୁ ପୋସ୍ଟ ମର୍ଟମ ପାଇଁ ପଠାଇ ଦେଇଛି । ଏହି ଘଟଣା ସମ୍ବନ୍ଧରେ ମୃତକର ପରିଜନମାନଙ୍କୁ ବି ସୂଚନା ଦିଆ ଯାଇଛି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ପୋଲିସକୁ ଏକ ସୁସାଇଡ ନୋଟ ବି ମିଳିଛି, ଯେଉଁଥିରେ ଲେଖା ହୋଇ ଥିଲା କି ଆମେ ନିଜ ଇଚ୍ଛା ଅନୁସାରେ ଏହିଭଳି ପଦକ୍ଷେପ ଗ୍ରହଣ କରୁଛୁ ଓ ଏଥିରେ କାହାର ବି ଦୋଷ ନାହିଁ ।

ବର୍ଷ ୨୦୧୫ରେ ୪ ବର୍ଷ ପୁଅର ବି ହୋଇଥିଲା ମୃ-ତ୍ୟୁ

କହିବାକୁ ଗଲେ ସବୁଠୁ ଦୁଖର କଥା ଏହା ଅଟେ କି ୫ ବର୍ଷ ପୂର୍ବେ ୨୦୧୫ରେ ତାଙ୍କର ୪ ବର୍ଷ ପୁଅ ଅସୁସ୍ଥତା କାରଣରୁ ମୃ-ତ୍ୟୁ ବରଣ କରିଥିଲା । ତେବେ ସେହି ସମୟରେ ସେମାନେ ଅଳ୍ପ ସମ୍ଭାଳି ଯାଇଥିଲେ ଓ ନୂଆ ରୂପରେ ନିଜର ଜୀବନ ଆରାମ୍ଭ କରିଥିଲେ । କିନ୍ତୁ ଦ୍ଵିତୀୟ ପୁଅର ମୃ-ତ୍ୟୁ ପରେ ସେମାନେ ଦୁଖରେ ପୂରାପୂରି ଭାଙ୍ଗି ଗଲେ ଓ ଶେଷରେ ନିଜର ଜୀବନକୁ ହିଁ ସମାପ୍ତ କରିଦେଲେ ।