ମା’ର ମମତା ଆଗରେ ହାର ମାନିଗଲା ରାଜନୀତି । ହେଲିକପ୍ଟରରୁ ଓହ୍ଲାଇ ପଡି ଜଣେ ମା’ଙ୍କ ପାଖକୁ ଦୌଡିଗଲେ ମୁଖ୍ୟମନ୍ତ୍ରୀ । କିଛି ସମୟ କଥା ହେଲେ ଓ ତାଙ୍କ ସହ ଫଟୋ ଉଠାଇବାକୁ ମଧ୍ୟ କହିଲେ । ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଫଟୋ ଏବଂ ଭି-ଡି-ଓ । ନିର୍ବାଚନ ଆସିଲେ ରାଜନେତା ଅନେକ ସ୍ଥାନକୁ ପ୍ରସ୍ଥାନ କରନ୍ତି ଅଅନେକ ପ୍ରତିଶୃତି ମଧ୍ୟ ଦିଅନ୍ତି । ଏହା ଆମେ ସମସ୍ତେ ଅଳ୍ପ ବହୁତ ଜାଣିଛୁ ।
କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଶିବ୍ରା ସିଂ ଚୌହାନ ଏପରି ଏକ କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ୟୁଜର୍ସ ମାନେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖୁଚୁ ଯେ, ମଧ୍ୟପ୍ରଦେଶ ଜୋବଟ ବିଧାନସଭା ମଣ୍ଡଳୀରେ ଆଗକୁ ଉପ ନିର୍ବାଚନ ହେବାକୁ ଯାଉଛି । ତେଣୁ ନିର୍ବାଚନ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ ।
ଆଉ ସେଠାରେ ହେଲିକପ୍ଟରରୁ ଅବତରଣ କରିବା ପରେ ମୁଖ୍ୟନ୍ତ୍ରୀ ଦେଖିଲେ କି ଜଣେ ମହିଳା ଡ଼ିଏସପି ଡ୍ଯୁଟି କରୁଛନ୍ତି ଓ ତାଙ୍କ ପାଖରେ ଗୋଟିଏ ଦେଢ ବର୍ଷର ଝିଅଟି ରହିଛି । ଏହି ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟକୁ ତରଳାଇ ଦେଇଥିଲା । ହେଲିପ୍ୟାଡରୁ ଯାଇ ସିଧା ଡ଼ିଏସପିଙ୍କ ପାଖରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ତାଙ୍କ ସହ କିଛି କଥାବାର୍ତ୍ତା କରିବା ସହ ଫଟୋ ନେବାକୁ ମଧ୍ୟ କହିଥିଲେ ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଫଟୋକୁ ନିଜ ଟ୍ବି-ଟ-ର ପେଜ୍ ରେ ଶେ-ୟା-ର ମଧ୍ୟ କରିଥିଲେ । ଯାହାକୁ ୟୁଜର୍ସ ମାନେ ଖୁବ ପସନ୍ଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କାର୍ଯ୍ୟକୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ମୋଟ ଉପରେ ମା’ର ମମତା ଓ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧତାକୁ ଏକାଠି ଦର୍ଶାଉଥିବା ଏହି ଚିତ୍ର ମଧ୍ୟପ୍ରଦେଶର ଜୋବଟରୁ ସାମନାକୁ ଆସିଛି । ସୂଚନା ଅନୁସାରେ ଉକ୍ତ ମହିଳା ଡ଼ିଏସପିଙ୍କ ଘରେ କେହି ନଥିବାରୁ ଡ୍ଯୁଟି ସମୟରେ ସେ ନିଜ ଝିଅକୁ ସାଙ୍ଗରେ ନେଇ କାର୍ଯ୍ୟ କରନ୍ତି ।
କାରଣ ଏତେ ଛୋଟ ପିଲାକୁ ସେ ଘରେ ଏକା ଛାଡି ପାରିବେ ନାହିଁ । ତେଣୁ ଡ୍ଯୁଟି ସହ ମା’ର କର୍ତ୍ତବ୍ୟ ଏକା ସାଙ୍ଗେ କରୁଥିବା ସେ କହିଛନ୍ତି । ସେ ଯାହା ବି ହେଉ ମହିଳା ପୋଲିସ ଅଫିସରଙ୍କ ଏହି କାର୍ଯ୍ୟକୁ ପୁରା ଦେଶରେ ଖୁବ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।