ବାପା ରାଗନାହିଁ, ମୁଁ ଜାତିରେ ବାହା ହେଇଛି, ଅଜାତିରେ ନୁହେଁ… କେନ୍ଦ୍ରପଡା ଜିଲ୍ଲାର ବର୍ତ୍ତମାନର ଚର୍ଚିତ ଖବର ମୁତାବିକ ଗୋଟେ ପଟେ ବାହାଘର ଓ ଅନ୍ୟପଟେ ତାହାର ଶୁଦ୍ଧିକ୍ରିୟା । ତେବେ ନିଜ ଭଲ ପାଇବା ପାଇଁ ନିଜ ପ୍ରେମିକ ସହ ପଳାଇ ଆସି ବାହା ହୋଇଥିବା ଦୀପାଞ୍ଜଳି ଗଣ ମାଧ୍ୟମରେ କହିଛନ୍ତି । ସମାଜରେ ମୋ ଭଳି ଅନେକ ଲୋକ ଭଲ ପାଇ ବାହା ହେଉଛନ୍ତି । ତେଣୁ ଭଲ ପାଇ ବାହା ହେଲେ ସେଥିରେ ଭୁଲ କ’ ଣ ଅଛି । ସବୁଠାରୁ ବଡ କଥା ବି ହେଉଛି ।
ମୁଁ କୋଉ ଅଜାତିରେ ନୁହେଁ, ବଂର ଜାତିରେ ବାହା ହେଇଛି । ହେଲେ ସେହି କଥା ଆମ ଘର ଲୋକ ବୁଝୁ ନାହାନ୍ତି । ମୁଁ ଭଲ ପାଇ ଘରୁ ପଳାଇ ଆସିଲି ବୋଲି ମୋର ଶୁଦ୍ଧିକ୍ରିୟା କରିଦେଲେ । ମୋ ବାପା, ମା ମୋ ବାହା ଘରରେ ଯାହା ଯେମିତି ରାଜି ହୋଇଯାଇଥିଲେ । ହେଲେ ଦାଦାଙ୍କ କଥାରେ ପଡି ମୋ ବାପା, ମାଆ ମଧ୍ୟ ମୋତେ ପର କରିଦେଲେ । ମୋର ଏପଟେ ବାହାଘର ହେଉଛି । ସେପଟେ ମୋ ଘର ପରିବାର ଲୋକେ ମୋତେ କୁମ୍ଭୀର ଖାଇଦେଲା କହି ଶୁଦ୍ଧିକ୍ରିୟା କରୁଛନ୍ତି ।
ଏମିତିକି ବ୍ରାହ୍ମଣ ମାନଙ୍କୁ ଡାକିକି ମୋର ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ଭୋଜନ ବି କରାଉଛନ୍ତି । ମୁଁ ରାଜେନ୍ଦ୍ରଙ୍କୁ ବର୍ଷେ ହେଲା ଭଲ ପାଉଥିଲି । ତାଙ୍କ ସହ ବାହା ହେବି ବୋଲି ଘରେ ଜଣେଇଥିଲି । ହେଲେ ଘରେ ରାଜି ନହେବାରୁ ତାଙ୍କ ସହ ପଳେଈ ଆସିଥିଲି । ହେଲେ ପୁଣି ଥରେ ଘର ଲୋକ ବୁଝାସୁଝା କରି ମୋତେ ଏଠାରୁ ନେଇଗଲେ । କହିଲେ ରାଜେନ୍ଦ୍ରଙ୍କ ସହ ତୋର ବାହାଘର କରେଇଦେବୁ । ହେଲେ ମୋତେ ଘରେ ରଖି ପୁଣି ଥରେ ମୋ ପାଇଁ ଅଲଗା ଆଡେ ପ୍ରସ୍ତାବ ଖୋଜିବା ପାଇଁ ଲାଗିଗଲେ ।
ମୁଁ ଯେମିତି ଜାଣିବାକୁ ପାଇଲି । ଘର ଲୋକେ ମୋ ପାଇଁ ଅଲଗା ଆଡେ ପ୍ରସ୍ତାବ ଖୋଜୁଛନ୍ତି । ସେତେବେଳେ ମୁଁ ଘର ଲୋକଙ୍କୁ ଛାଡି ତାଙ୍କ ସହ ତାଙ୍କ ଘରକୁ ପଳେଈ ଆସିଲି । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ