ପାଠ ପଢିବା ପାଇଁ ସାହାରା ସାଜିଛି ବାଉଁଶ ପୋଲ ! ହେଲେ ପୋଲ ତଳେ ଜଗି ବସିଛି ମଣିଷଖିଆ କୁମ୍ଭୀର ! ଯେଉଁ ପୋଲ ତଳେ ଯାଉ ଯାଉ ଛାତ୍ରଙ୍କର ଖସିଗଲା ପାଦ । ତେବେ ଖବର ମୁତାବିକ କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକର ରଙ୍ଗଣୀ ପଂଚାୟତ ଭେକ୍ଟା ଗାଁରେ ଏଭଳି କିଛି ଅଘଟଣରୁ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତୀଗଲେ । କୁମ୍ଭୀର ଭୟରେ ସ୍କୁଲ ପିଲା ମାନେ ସ୍କୁଲକୁ ମଧ୍ୟ ଯାଇ ପାରୁ ନାହାନ୍ତି । କାରଣ ପିଲାମାନେ ଯେଉଁ ନାଳ ଦେଇ ସ୍କୁଲକୁ ପଢିବାକୁ ଯାଉଥିଲେ ।
ସେହି ନାଳ ରେ ହିଁ କୁମ୍ଭୀର ପଶି ଯାଇଛି । ଆଉ ଯେଉଁ ଭୟରେ ପିଲା ମାନେ କିଛି ଦିନ ଧରି ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଥିଲେ । ତେବେ ଏ ସମ୍ପର୍କରେ ଗ୍ରାମର ଲୋକେ ବନ ବିଭାଗକୁ ଜଣାଇଥିଲେ । ହେଲେ ବନ ବିଭାଗ କୁମ୍ଭୀର ଧରିବାକୁ କିଛି ତୁରନ୍ତ ପଦକ୍ଷେପ ନନେଇଥିବାରୁ ଗ୍ରାମ ଲୋକେ କିଛି ଏଭଳି ଉପାୟ ପାଞ୍ଚିଥିଲେ । ଯେଉଁ ଉପାୟରେ ଗ୍ରାମର ଲୋକେ ମାନେ ନାଳ ଉପରେ ଏକ ବାଉଁଶ ପୋଲ ଯିବା ଆସିବା ନିମନ୍ତେ ନିର୍ମାଣ କରିଥିଲେ ।
ସେହି ପୋଲ ଦେଇ ପ୍ରତିଦିନ ସ୍କୁଲ ପିଲା ମାନେ ସ୍କୁଲକୁ ଯାତାୟାତ କରନ୍ତି । ହେଲେ ସେହି ପୋଲ ଦେଇ ଏକ ଛାତ୍ରଟିଏ ଯାଉଥିବା ସମୟରେ ହଟାତ ତା’ ର ପାଦ ଖସିଯାଇଥିଲା । ଯାହାପରେ କୁନି ପିଲାର ଉପସ୍ଥିତି ବୁଦ୍ଧି ଯୋଗୁ ହିଁ ତା’ ର ପ୍ରାଣ କୁମ୍ଭୀର ମୁହଁରୁ ବଞ୍ଚି ଯାଇଥିଲା । କାରଣ ପୋଲ ତଳେ ଅର୍ଥାତ ନାଳ ମଧ୍ୟରେ କୁମ୍ଭୀର ଛକି ବସିଛି । ହେଲେ ଯେତେବେଳେ କୁନି ପିଲାଟିର ପୋଲ ଉପରୁ ପାଦ ଖସି ଯାଇଥିଲା । ସେତେବେଳେ କୁନି ପିଲାଟି ତତ୍କ୍ଷଣାତ ଆଣ୍ଠେଇ ଆଣ୍ଠେଇ ପୋଲଟି ଉପରେ ଯିବାକୁ ଲାଗିଲା ।
ତାପରେ କିଛି ବାଟ ପରେ ପିଲାଟି ଅତି ସହଜରେ ପୋଲଟି ପାର କରିଦେଇଥିଲା । ହେଲେ ଥରେ ଭାବନ୍ତୁ ତ ଯଦି କୁନି ପିଲାଟିର ପୋଲ ଉପରୁ ପାଦ ଖସି ଯାଇଥାନ୍ତା । ତେବେ ପିଲାଟିର ଅବସ୍ଥା କ’ ଣ ଯେ ହୋଇଥାନ୍ତା । ତେବେ ଛାତ୍ରଛାତ୍ରୀଙ୍କର ସ୍କୁଲ ଯିବା ଆସିବା ନିମନ୍ତେ ମୌଲିକ ସମାଧାନ ସରକାରଙ୍କ ପକ୍ଷରୁ କେବେ କରାଯାଉଛି ? ତାହା ଦେଖିବାକୁ ଅପେକ୍ଷା ରହିଲା । ତେବେ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ