ମୋତେ ପାକିସ୍ତାନ ସେନା ପଠାଇଥିଲା କହି ନିଜ ସୁଇସାଇଡ ମିଶନ ସମ୍ପର୍କରେ କ୍ୟାମେରା ଆଗରେ ବଖାଣିଛି ଆତଙ୍କବାଦୀ । ସେ କହିଛି କି ମୋତେ ୩୦ ହଜାର ପାକିସ୍ତାନୀ ମୁଦ୍ରା ଦେଇ ଭାରତୀୟ ସେନାକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନର ଚୌଧୁରୀ ୟୁନୁସ ପଠାଇଥିଲେ । ଗତ ୨୧ ତାରିଖ ଦିନ ଅନୁପ୍ରବେଶ ଉଦ୍ୟମ ବେଳେ ପାକ୍ ଅଧିକୃତ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ତବରକ ହୁସେନକୁ LOC ନିକଟରେ ଧରିଥିଲା ଭାରତୀୟ ସେନା ।
ଜାମୁ କାଶ୍ମୀର ରଜୋରେ ସେକ୍ଟର ନୌସେନା ରେଶରେ ସେ ଗୁରୁତର ଅବସ୍ଥାରେ ଧରା ପଡିଥିଲା । ତାଙ୍କୁ ବର୍ତ୍ତମାନ ଭାରତୀୟ ସେନା ପକ୍ଷରୁ ଚିକିତ୍ସା କରାଯାଉଛି । ଆତଙ୍କବାଦୀ ତବରକ ହୁସେନର ଘର ପିଓକେ ଅଧୀନସ୍ଥ ସବୋସକୋଟରେ ବୋଲି ଜଣାପଡିଛି । ତେବେ ସେ ପୂର୍ବରୁ ମଧ୍ୟ ୨୦୧୬ରେ ଏଲଓସି ଡେଇଁ ଭାରତ ଆସିଥିବା କହିଛି । ତା’ର ଚିକିତ୍ସା କରୁଥିବା ସେନା ଡାକ୍ତର ବ୍ରିଗେଡିୟର ରାଜୀବ ନାୟର କହିଛନ୍ତି, ତବରକ ର ଜଙ୍ଘ ଏବଂ କାନ୍ଧରେ ଦୁଇଟି ଗୁଳି ବାଜିଥିଲା ଏବଂ ପ୍ରଚୁର ରକ୍ତ ବୋହି ଯାଇଥିଲା ।
ତାକୁ ବଞ୍ଚାଇବା ପାଇଁ ସର୍ଜରୀ କରାଯିବା ସହ ତିନି ବୋତଲ ବିରଳ ଓ ନେଗେଟିଭ (O-) ରକ୍ତ ମଧ୍ୟ ଦିଆଯାଇଛି । ଏବେ ସେ ସେନା ହସ୍ପିଟାଲ ଆଇସିୟୁରେ ଅଛି ଏବଂ ତା’ର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି । ସେ ଆତ୍ମଘାତୀ ହମଲା କରି ଯେଉଁ ଭାରତୀୟ ସେନାର ରକ୍ତ ବୁହାଇବାକୁ ଆସିଥିଲା ସେହି ଭାରତୀୟ ସେନା ତାକୁ ରକ୍ତ ଦେଇ ବଞ୍ଚେଇଛି ।
ଗତ ୪୮ ଘଣ୍ଟା ମଧ୍ୟରେ ସୀମାରେ ଦୁଇଟି ଅନୁପ୍ରବେଶ ଉଦ୍ୟମ ରୋକା ଯାଇଥିବା ଭାରତୀୟ ସେନା ତରଫରୁ ସୂଚନା ମିଳିଛି । ଏଥିରେ ଦୁଇଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ପାକିସ୍ତାନୀ ମୁଦ୍ରାଦି ଜବତ କରାଯାଇଛି । ଧରା ପଡିଥିବା ଆତଙ୍କବାଦୀ ତବରକ ୨୦୧୬ରେ ଅନୁପ୍ରବେଶ କରି ଧରା ପଡିଥିଲା ଏବଂ ଭାରତ ମାନବିକତା ଦେଖାଇ ତାଙ୍କୁ ଭାରତରୁ ପାକିସ୍ତାନକୁ ପ୍ରତ୍ୟାର୍ପଣ କରିଥିଲା ସେନା କହିଛି ।
ତା’ସହ ଆହୁରି ୪-୫ ଜଣ ଆସିଥିବା ବେଳେ ସେମାନେ ଭାଗି ଯାଇଛନ୍ତି ବୋଲି କହିଛି ତବରକ । ଏହାସହ ପାକିସ୍ତାନ ସେନା ତାକୁ ପଠାଇଥିବା କଥା ସେ ସ୍ପଷ୍ଟ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।