Interesting GK Q&A: ମୋତେ ଯିଏ ଖାଇବା ମୋତେ ପଠେଇଥିବା ଲୋକ ତାକୁ ଖାଇଯିବ ? ମୁଁ କିଏ ? Odia Dhaga Dhamali

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ମୁଣ୍ଡ ଓ ଲାଞ୍ଜ ଅଛି ହେଲେ ବି ସେ ନିର୍ଜୀବ ?

ଉ: ମୁଦ୍ରା ବା କଏନ୍ ।

2- ତାହା କଣ ଯାହା ପୁରା କୋଠରିରେ ଭରିଯାଏ ହେଲେ ଜମା ଜାଗା ନିଏ ନାହିଁ ?

ଉ: ଆଲୋକ ।

3- ଏପରି ଏକ ଜିନିଷର ନାମ କୁହ ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉ: ଧୋକା ।

4- ମାଆ ଝୁଲିକି ଥାଏ ପୁଅ ଏଠି ସେଠି ବୁଲୁଥାଏ, କୁହରେ ପିଳେ ସେ କିଏ ?

ଉ: ତାଲା ଚାବି ।

5- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଦେଖିପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?

ଉ: ସ୍ଵପ୍ନ ।

6- ଏମିତି ଏକ ଜିନିଷର ନାମ କୁହ ଯାହାକୁ ଆମେ କାଟିଥାଉ, ଫେଣ୍ଟିଥାଉ, ବାଣ୍ଟିବି ଥାଉ ହେଲେ ଖାଇ ନଥାଉ ?

ଉ: ତାସପତି ।

7- ଏମିତି ଏକ ଜିନିଷ ଅଛି ଯାହାକୁ ଆମେ 1 ମିନିଟରୁ ଅଧିକ ସମୟ ରଖି ପାରିବାନି ?

ଉ: ନିଃଶ୍ଵାସ ।

8- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, ଏମିତି କିଏ ଅଛି ଯିଏ ଦୁଇଟି ଯାକ ଦିଏ ?

ଉ: ଦୋକାନୀ ।

9- ମୁଁ କାଠରୁ ତିଆରି ନୁହେଁ କିନନ୍ତୁ ଗଛରୁ ତିଆରି, ମୁଁ ପାଠପଢାରେ କାମରେ ଆସେ, ମୋ ଶରୀର ଗୋରୀ ?

ଉ: କାଗଜ ।

10- ଏମିତି କଣ ଅଛି ଯାହା ସଫା ଥିଲେ କଳା ଓ ଅଳିଆ ଥିଲେ ଧଳା ଦିଶେ ?

ଉ: କଳାପଟା ।

11- ତୁମ ସ୍ତ୍ରୀ ସମସ୍ତଙ୍କୁ ଦେଖାଏ କିନ୍ତୁ ତୁମକୁ ଦେଖାଏ ନାହିଁ, ତାହା କଣ ?

ଉ: ବିଧବା ବେଶ ।

12- ମାରିଦେଲି ଟେକା ଟିଏ ହୋଇଗଲା ଟଙ୍କାଟିଏ, କୁହନ୍ତୁ ସେ କିଏ ?

ଉ: ତେଲୁଣି ପୋକ ,

13- ପଶ୍ଚିମ ଦିଗକୁ ଅନାଇ ଥାଏ, କଞ୍ଚା ଖାଏ ନାହିଁ ଶୁଖିଲା ଖାଏ, ମୁଁ ନ ଜଳିଲେ ଜଳେ ଉଦର, କିଏ କହି ପାରିବ ନାମ ମୋହର ?

ଉ: ଚୁଲି ।

14- ଫାଟ ଫାଟ ସିଏ ଜନମ ଫାଟ, ଫାଟ ଚାରିପଟେ ବାଳ, ବୁଜି ଦେଲେ ସିଏ ବୁଜି ହୋଇଯାଏ, ଖୋଲିଦେଲେ ନିରିମଳ ?

ଉ: ଆଖି ।

15- ମୋତେ ଯିଏ ଖାଇବା ମୋତେ ପଠେଇଥିବା ଲୋକ ତାକୁ ଖାଇଯିବ ?

ଉ: ବଂଶୀ କଣ୍ଟା ବା ମାଛ ଧରିବା କଣ୍ଟା ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।