ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଏକ ବଡ ଖବର ଆସି ପହଞ୍ଚିଛି ନବଜାତ ଶିଶୁ କୁ ନେଇ । ସୂଚନା ଅନୁଯାୟୀ ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବଜାତ ଶିଶୁ ର ବାପା । ସେ କହିଛନ୍ତି ଯେ “ଗତ କାଲି ରାତି ରେ ମୋ ସ୍ତ୍ରୀ ର ଲେବର ପେନ ଆରମ୍ଭ ହେଲା । ଆମେ ରାତି 4ଟା ପାଖା ପାଖି ହେବ କ୍ୟାପିଟାଲ ହସ୍ପିଟାଲ ନେଇକି ଆସିଲୁ । ନାଇଟ ଡାକ୍ତର ଥିଲେ ସେ କହିଲେ ଅଲଟ୍ରାସାଉଣ୍ଡ କରିବାକୁ ।

ତା ପରେ ମୁଁ ବେଡ ପାଇଁ ଯାହା ବି ପ୍ରୋଷିଜୀୟର ଥିଲା ତାହା ପୂରଣ କରିଲି । ତା ପରେ ସକାଳ 8:30 ବେଳକୁ ମୋର ଆଶା ଦିଦି ଆସିଛନ୍ତି ସେମାନେ ବି ସାଇନ କରିଲେ । ମୋର ପ୍ରଥମ ନମ୍ବର ଥିଲା ଷିଜାରିଆନ ହେବାକୁ । କାରଣ ଡାକ୍ତର କହିଲେ କିଛି ଅସୁବିଧା ଅଛି ତେଣୁ ନରମାଳ ହୋଇ ପାରିବ ନାହିଁ । ମୋ ସହ ଆଉ 4 ଜଣଙ୍କର ଏହା ସହ ସିଜରିୟାନ ହେବାର ଥିଲା ।
5 ଜଣଙ୍କୁ OT କୁ ନିଆଗଲା । ଆମେ ସବୁ ବାହାରେ ରହିଲୁ । ମୋର ପୁଅ ହୋଇଥିଲା ବୋଲି ନର୍ସ ଆସି କହିଲା । ମୋତେ ଘଣ୍ଟାଏ ଯାଏଁ ଡାକିଲେ ନାହିଁ । ତା ପରେ ଡାକିଲେ ଆଉ କହିଲେ ତୁମର ପୁଅ ହୋଇଛି । କିନ୍ତୁ ମୁଁ ଯେବେ ଦେଖିବାକୁ କହିଲି ସେତେବେଳେ ନର୍ସ ମୋତେ ଆଣି ଝିଅ ଧରାଉଛନ୍ତି । ପୁଅ କହିଲେ କିନ୍ତୁ ଝିଅ ଦେଲେ ମୋତେ । ମୁଁ ଏହା ବିରୁଦ୍ଧରେ ଅଭିଯୋଗ କରିବାରୁ ଡାକ୍ତର କହିଲେ ଭୁଲରେ କହି ଦେଇଛୁ ।

ମୁଁ ଏ ଯାଏଁ ଛୁଆ ଓ ମା କୁ ଦେଖି ନାହିଁ । ସେମାନେ ଏବେ ଯାଏଁ OT ଭିତରେ ଅଛନ୍ତି । ମୁଁ ଏଫାୟାର ଦେବି କ୍ୟାପିଟାଲ ର ଡାଇରେକ୍ଟର ଙ୍କୁ ଓ ଥାନା ରେ । ମୋର ଏତିକି ଅଭିଯୋଗ ଅଛି ମୋର ଭଲ ଭାବେ ଶୁଣାଣୀ ହେଉ । ମୋତେ ନ୍ୟାୟ ମିଳୁ । ମୋର ପ୍ରଥମ ପୁଅ ହୋଇଛି ତାର DNA ଟେଷ୍ଟ କରାଯାଉ । ଝିଅ ସହ ମଧ୍ୟ DNA ଟେଷ୍ଟ କରାଯିବ ।
ଯେମିତି ଆମ ପରିବାର ସହ ମ୍ଯାଚ ହେବ । ଯଦି ମ୍ଯାଚ ହେବ ତେବେ ମୁଁ ଝିଅକୁ ନେଇଜୀବୀ । ଆଉ ଯାହାର ପୁଅ ହୋଇଛି ବୋଲି କହିଛନ୍ତି ତାଙ୍କୁ ମଧ୍ୟ ଏ ଯାଏଁ ଦେଖାଇ ନାହାନ୍ତି ଛୁଆ କୁ । ତାଙ୍କର ମଧ୍ୟ DNA ଟେଷ୍ଟ କରାଯାଉ । ଯାହାର DNA ଠିକ ହେବ ତାକୁ ମୁଁ ହ୍ୟାଣ୍ଡ ଓଭର କରିବାକୁ ରାଜି ଅଛି । ସେତେବେଳେ ଯାଏଁ ମା କି ଛୁଆ କୁ ଧରିବାର ନାହିଁ କି ଦେଖିବାର ନାହିଁ ।
ଯାହା ବି ହେଉ ସରକାର ଦାୟୀ ହୁଅନ୍ତୁ କି କ୍ୟାପିଟାଲ କର୍ତ୍ତୁପକ୍ଷ ଦାୟୀ ହେବ । ମୁଁ ଏଠାକୁ ଆସିବା ପୂର୍ବରୁ ବହୁତ ଲୋକ କହିଛନ୍ତି କ୍ୟାପିଟାଲରେ ଛୁଆର ଅଦଳବଦଳ ହେଉଛି । ପଇସା ପାଇଁ ଛୁଆକୁ ବିକ୍ରି କରି ଦେଉଛନ୍ତି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।