“ମୋର ଖରାପ ଭିଡିଓ ସବୁ Tunguru ତା’ ମୋବାଇଲରେ ରଖିଛି, ସେଥିପାଇଁ ମୁଁ…” Tunguru ଙ୍କ ସହ ସମ୍ପର୍କକୁ ନେଇ ବଡ ଖୁଲାସା କଲେ Barsha, ଦେଖନ୍ତୁ Video

ଗତ କିଛିଦିନ ଧରି ଟୁଙ୍ଗୁରୁ ଭୋଳ ଓ ବର୍ଷା ଭାଉଜଙ୍କ ଲଭ ଷ୍ଟୋରି ସୋସିଆଲ ମମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଯେଉଁଠି ଦେଖିଲେ ସେଇଠି ସମସ୍ତେ ଟୁଙ୍ଗୁରୁ ଭୋଳଙ୍କ ଚର୍ଚ୍ଚା କରୁଛନ୍ତି । ଏବେ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ବିବାଦକୁ ନେଇ ଏକ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ଏକ ଅଡିଓ ଭାଇରାଲ ହେବା ପରେ ଟୁଙ୍ଗୁରୁ ଭୋଳଙ୍କ ସତ ସାମ୍ନାକୁ ଆସିଛି । ଯାହାପରେ ବର୍ଷା ଭାଉଜ ପ୍ରମାଣ କରି ଦେଖେଇଛନ୍ତି ଯେ ସେ ଟୁଙ୍ଗୁରୁଙ୍କୁ ଯେତିକି ଭଲ ପାଉଥିଲେ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ସେତିକି ଭଲ ପାଉଛନ୍ତି ।

ଟୁଙ୍ଗୁରୁ ଅନ୍ୟ କାହାକୁ କୋର୍ଟ ମ୍ୟାରେଜ କରିଥିବା କଥା ଶୁଣିବା ପରେ ବର୍ଷା ଫୁଲମାନ, ଶଙ୍ଖା, ସିନ୍ଦୂର ଓ ଗୋଲାପ ଫୁଲ ଧରି ଯାଇ ଥାନାରେ ବସିଥିଲେ ଓ ଗୋଟିଏ ଜିଦ୍ ଧରିଥିଲେ ଟୁଙ୍ଗୁରୁ ଭୋଳଙ୍କୁ ବିବାହ କରିବେ । ବର୍ଷା ଟୁଙ୍ଗୁରୁଙ୍କ ପାଇଁ ତାଙ୍କ ସ୍ଵାମୀ ଓ ଦୁଇ ପୁଅଙ୍କୁ ଛାଡି ଦେଇଥିବା କଥା ମଧ୍ୟ କହିଥିଲେ । ଟୁଙ୍ଗୁରୁ କିନ୍ତୁ ପ୍ରଥମ ଦିନରୁ ବର୍ଷାଙ୍କ କଥା ସବୁ ମିଛ ବୋଲି କହି ଆସୁଥିଲେ । ଅଟୋ ଭଡାରୁ ଚିହ୍ନା ପରିଚୟ ହେବା ପରେ ବର୍ଷା ତାଙ୍କୁ ଏକତରଫା ପ୍ରେମ କରି ହଇରାଣ କରୁଥିଲେ ବୋଲି କହିଥିଲେ ଟୁଙ୍ଗୁରୁ ।

ଟୁଙ୍ଗୁରୁଙ୍କ ଅଟୋଷ୍ଟାଣ୍ଡରେ ଯାଇ ତାଙ୍କ ସହ ଝଗଡା କରିବା ସହ ତାଙ୍କର ମୋବାଇଲ ମଧ୍ୟ ଭାଙ୍ଗି ଦେଉଥିଲେ ବୋଲି ଟୁଙ୍ଗୁରୁ ଅଭିଯୋଗ ଆଣୁଥିଲେ । ସେପଟେ ଟୁଙ୍ଗୁରୁଙ୍କୁ ନେଇ ମ୍ୟୁଜିକ ସଂସ୍ଥା ମାନେ ଗୀତ ବନେଇ ଚାଲିଥିଲେ । ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଉପରେ ସମସ୍ତଙ୍କ ନଜର ରହିଥିଲା ।

କିନ୍ତୁ ଟୁଙ୍ଗୁରୁ କାନ୍ଦି କାନ୍ଦି ବର୍ଷାଙ୍କ ଶ କଥା ହେଉଥିବା ସମୟର ଏକ ଅଡିଓ କ୍ଲିପ ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଛି । ଏନେଇ ବର୍ଷା କହିଛନ୍ତି ଯେ ସେ ଟୁଙ୍ଗୁରୁ ଭୋଳଙ୍କୁ ଷ୍ଟାର ବନେଇଛନ୍ତି । ଟୁଙ୍ଗୁରୁଙ୍କ ବାପାମା’ ତାଙ୍କୁ ଷ୍ଟାର ବନେଇ ନାହାନ୍ତି । ସେ ଆଜି ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରିବାରୁ ଟୁଙ୍ଗୁରୁ ଲୋକଲୋଚନ ଆସିଲେ । ବର୍ଷାଙ୍କୁ ବଦନାମ କରି ଟୁଙ୍ଗୁରୁ ଷ୍ଟାର ହେଲେ । ଟୁଙ୍ଗୁରୁ ବର୍ଷାଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏକଥାକୁ ପ୍ରଥମ ଦିନରୁ ଅସ୍ଵୀକାର କରି ଆସୁଥିଲେ ।

ଏହାସହ ଟୁଙ୍ଗୁରୁ ତାଙ୍କ ଫୋନରେ ବର୍ଷାଙ୍କର ଖରାପ ଭିଡିଓ ସବୁ ରଖିଥିଲେ ଯାହା ସେ ଅନ୍ୟମାନଙ୍କୁ ଦେଖାଇବାର ଭୟ ରହିଥିଲା । ସେଥିପାଇଁ ବର୍ଷା ତାଙ୍କ ଫୋନ ବାରମ୍ବାର ଭାଙ୍ଗି ଦେଉଥିଲେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।