ମୋବାଇଲ ନେଲା ବାପ ପୁଅଙ୍କ ଜୀବନ !!

ମୋବାଇଲ ଏହି ଶବ୍ଦ ସହ ଆଜି ଛୋଟରୁ ବଡ ସମସ୍ତ ପରିଚିତ ଏମିତିକି ବର୍ଷେ ଦେଢବର୍ଷର ପିଲା ମଧ୍ଯ ମୋବାଇଲ ଶବ୍ଦ ସହ ପରିଚିତ ହୋଇଜାଇଛି ଛଅ ମାସର ଛୁଆକୁ ଗୀତ ଶୁଣିବା,ଅଜା ଆଇଙ୍କ ସହ ଭିଡିଓ ଚାଟିଙ୍ଗ କରି ବାପା ମାନେ ଦେଖାଇବା ପାଇଁ ମଧ୍ଯ ପଛଘୁଞ୍ଚା ଦେଉନାହାନ୍ତି।ହୁଏତ 20 ବର୍ଷ ତଳେ ଏଇ ସବ୍ଦ ପ୍ରତି କାହାର ନଜର ନଥିଲା ବା କେହି ମୋବାଇଲ ଜାଣିନଥିଲେ।ମୋବାଇଲ ବର୍ତ୍ତମାନ ସଭ୍ୟ ସମାଜ ପାଇଁ ବିଜ୍ଞାନ ପାଇଁ ବଡ ଅବଦାନ ହୋଇପାରେ କିନ୍ତୁ ମୋବାଇଲ ଅନେକ ସମୟରେ ଅନେକ ଜୀବନ ନେଉଛି।

ଆପଣ ଦେଖିଥିବେ ଶୁଣିଥିବେ ପୂର୍ବରୁ ବ୍ଲୁହ୍ବୋଲ ମାଧ୍ୟମରେ କେମିତି ମୋବାଇଲରେ ଅତ୍ମହତ୍ୟା କରୁଥିଲେ ଏବଂ ତାହା ସହିତ ମୋବାଇଲ୍ ରେ କଥା ହୋଇ ଗାଡି ଚାଳନା କରି ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି।ମୋବାଇଲ ଚାର୍ଜ କଲାବେଳେ ମୋବାଇଲ ର ବ୍ୟାଟାରି ଫାଟି ଲୋକ ପ୍ରାଣ ହରାନ୍ତି।କଥା ଆସୁଛି ମୋବାଇଲ ସଭ୍ୟ ସମାଜ ପାଇଁ ଜେମିତି ବରଦାନ ସଦୃଶ ହୋଇଛି ସେହିପରି ପ୍ରାଣ ହାନୀ ର ବଡ ଏକ କାରଣ ବନିଛି ଏବଂ ଏକ ସର୍ଭେ କୁହେ ସାରା ବିଶ୍ୱରେ ବର୍ତ୍ତମାନ ସମୟର 16 ଲକ୍ଷ ଲୋକ ପ୍ରତି ବର୍ଷ ମୋବାଇଲ ଲାଗି ପ୍ରାଣ ହରାନ୍ତି।ହୁଏତ ମୋବାଇଲ ରେ କଥାହୋଇ ସଡକ ଦୃଘଟଣା ହୋଇପାରେ ବାପ ମା ଙ୍କ ତାଗିଦ ପାଇଁ ପିଲା ମାନେ ଆତ୍ମହତ୍ୟା କରି ପାରନ୍ତି ମୋବାଇଲ ଯୋଗୁ କିମ୍ବା ଏମିତିବି ହୋଇପାରେ ଯେ ମୋବାଇଲ ବ୍ୟାଟାରି ଫାଟିଯାଇ ପାରେ

କିମ୍ବା ନୂଆ ମୋବାଇଲ କିଣିବା ପାଇଁ ପିଲାମାନେ ଆତ୍ମହତ୍ୟା କରନ୍ତି।ମୋବାଇଲ କୁ ନେଇ ଯୋଉ ସର୍ଭେ କରାଯାଉଛି ମୋବାଇଲ 16 ଲକ୍ଷ ଲୋକଙ୍କ ଜୀବନ ନେଉଛି ପ୍ରତି ବର୍ଷ।ଆମେ ଏଇ କଥା ଏଇଥି ପାଇଁ କହୁଛୁ ଏକ ହୃଦୟ ବିଦାରକ ଘଟଣା ଆସିଛି ସେ ସମ୍ପର୍କରେ ଜାଣିବା।କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋବାଇଲ ବିନା ଆଜିକାର ଜୁବ ପିଡି ବଞ୍ଚିବା ସତେ ଯେମିତି ମୁସ୍କିଲ ହୋଇ ଜାଉଛି।ଆପଣ ଚିନ୍ତା କରନ୍ତୁ ଗୋଟିଏ ଘଣ୍ଟା ମୋବାଇଲ ବିନା ବଞ୍ଚିବା ସମ୍ଭବ ପର କି?ସମୟ ବଦଳିବା ସହ ମୋବାଇଲ ରେ ନୂଆ ଫିଚର ଆସିଛି କଳା ଧଳା ମୋବାଇଲ ରେଡିଓ ଆସିଛି କ୍ୟାମେରା ଆସିଛି ଧରେ ଧିରେ ସେଥିରେ ଗୋଟେ ଗୋଟେ ଫିଚର ଆସିଛି।ସର୍ବଶେଷ ଫିଚର ଯଦି କୁହାଯାଏ ତାହା ହେଉଛି ଇଣ୍ଟରନେଟ।ଇଣ୍ଟରନେଟ ହେବା ପରେ ମୋବାଇଲରେ

ଫେସବୁକ,ହ୍ବାସ୍ଆପ,ଇଁଷ୍ଟଗ୍ରାମ କୁହନ୍ତୁ ସେସବୁରେ ମାତି ଯାଉଛନ୍ତି ଏବଂ ସମୟ ମଧ୍ୟ ମୋବାଇଲ ମାଧ୍ୟମରେ ଅପଚୟ ହେଉଛି।ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୋବାଇଲ ଜୀବନ ନେବାର ବଡ ମାଧ୍ୟମ ବର୍ତ୍ତମାନ ସମୟରେ ପାଲଟିଛି।ବର୍ତ୍ତମାନ ସମୟରେ ମୋବାଇଲ ମାୟାରେ ବାୟା ହୋଇ ଯାଇଛନ୍ତି।ବର୍ତ୍ତମାନ ସମୟରେ ମୋବାଇଲ ବିନା ବଞ୍ଚିବା ମୁସ୍କିଲ ।ମୋବାଇଲ ପ୍ରେମରେ ପାଗଳ ହୋଇଯାଇଛନ୍ତି ଯୁବପିଡି।ଓଡିଶା ର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ଏମିତି ଏକ ଘଟଣା।ମୋବାଇଲ ଲାଗି ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ ଜାଇଛି ପୁଅର ବାପାଙ୍କର।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗଞ୍ଜାମ ଜିଲ୍ଲାର ଧରାକୋଟ ର କୁଷପଡା ଗ୍ରାମରେ।
କଳ୍ପେଶ୍ବର ନାମକ ଏକ ଯୁବକ ଜାହାର ବୟସ 22 ବର୍ଷ ସେ ଆଇଟି ପାସ କରିଛନ୍ତି ସେ ସବୁବଳେ ମୋବାଇଲ ଧରି ବ୍ୟସ୍ତ ରହୁଥିଲେ ତାଙ୍କ ବାପା ରାଜେନ୍ଦ୍ର ପଣ୍ଡା(56) ଏହି ବ୍ୟକ୍ତିଜଣଙ୍କ ପୁଅକୁ ସବୁବେଳ ତାଗିଦ କରନ୍ତି କିନ୍ତୁ ହୁଏତ 56 ବର୍ଷିୟ ରାଜେନ୍ଦ୍ର 22 କଳ୍ପେଶ୍ବର ମୋବାଇଲ ର ଭାବନା ବୁଝିପାରି ନାହାନ୍ତି।କିନ୍ତୁ ପୁଅକୁ ପାଠ ପଢିବା ପାଇଁ ତାଗିଦ କରନ୍ତି ବାରମ୍ବାର।ଗତକାଲି ରାତି 8ଟା ବେଳେ ରାଜେନ୍ଦ୍ର ଦେଖିଥିଲେ ପୁଅ ପୁଣି ମୋବାଇଲରେ ଅଛି ଗାଳି ଦେଇଥିଲେ ପୁଅ ଗାଳି ଶୁଣି ବାହାରକୁ ଚାଲିଯାଇ ଥିଲେ ଏବଂ ରାତିଯାକ ଖୋଜା ଖୋଜି କଲେ ମାତ୍ର ମିଳିନଥିଲେ ଆଜି ସକାଳୁ ଋଷିକୂଲ୍ୟା ନଦୀ ପଠାରୁ ପିଜୁଳି ଗଛରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା।

ଏହି କଥା ଶୁଣି ରାଜେନ୍ଦ୍ର ମଧ୍ଯ 30 ମିଟର ଦୂରରେ ଥିବା ପଣଷ ଗଛରେ ଦଉଡି ଦେଇ ମୃତ୍ଯୁବରଣ କରିଥିଲେ।ରାଜେନ୍ଦ୍ର ଖୁବ୍ ସରଳ ସ୍ବାଭିମାନୀ ମଣିଷ ଥିଲେ।ପୁଅର ଅତ୍ମହତ୍ୟା ତାଙ୍କୁ ଏମିତି ଭାଙ୍ଗିଦେଇ ଥିଲା ସେ ମଧ୍ଯ ଆତ୍ମହତ୍ୟା କରିଦେଇ ଥିଲେ।