ଆଜିକୁ ପ୍ରାୟ ୩୭ ଦିନ ଧରି ପ୍ରେମିକ ଆଗରେ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଛନ୍ତି ପ୍ରେମିକା କେ. ଦୀପିକା । ସେ ଧାରଣାରେ ବସିବା ଦିନ ଠାରୁ ଏବେ ଯାଏଁ ଦିନେଶଙ୍କର ଦେଖାନାହିଁ । ତାଙ୍କ ଘର ଲୋକ ତାଙ୍କୁ ଜାଣିଶୁଣି କୁଆଡେ ଲୁଚେଇ ରଖିଛନ୍ତି ବୋଲି ଦୀପିକା ଅଭିଯୋଗ କରି ଆସିଛନ୍ତି । ସେପଟେ କୋର୍ଟରେ ମାମଲା ରହିଥିବା ବେଳେ ଦୀପିକା ଏପଟେ ଧାରଣାରେ ମଧ୍ୟ ବସିଛନ୍ତି ।

ହେଲେ ବିଭିନ୍ନ ସମୟରେ ଦିନେଶଙ୍କ ପରିବାର ତଥା ବାପା, ମା, ଜେଜେମା ଓ ଭାଇ ମନୀଷ ସମସ୍ତେ ମିଶି ବିଭିନ୍ନ ସମୟରେ ଦୀପିକାଙ୍କୁ ହଇରାଣ ହରକତ କରି ଆସୁଛନ୍ତି । ପୂର୍ବରୁ ଦିନେଶଙ୍କ ମା’ ଆସି ଦୀପିକା ଟାଣିଥିବା ପାଲ ଭାଙ୍ଗୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାସହ ସମସ୍ତଙ୍କ ଆଗରେ ସେ ଦୀପିକାଙ୍କୁ ଅନେକ ଅପମାନ ମଧ୍ୟ ଦେଇଥିଲେ ।
ସେହିପରି ଛାତ ଉପରୁ ନିଆଁ ଫୋପାଡିବା, କୁକୁର ଲୋମ ଫୋପାଡିବା ଏବଂ ଅଳିଆ ଆବର୍ଜନା ଦୀପିକାଙ୍କ ଉପରକୁ ଫୋପାଡିବା ସହ ନାନା ସମୟରେ ଘର ଭିତରୁ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିଲେ । ଆଉ ଏବେ ଦୀପିକା ଦିନେଶଙ୍କ ଘର ବାହାରେ ରୋଷେଇ କରି ଖାଉଛନ୍ତି । କାରଣ ତାଙ୍କର ଏବେ ରୋଜଗାର ବନ୍ଦ ଥିବାରୁ ସେ ସବୁଦିନ ବାହାରେ ଖାଇପାରିବେନି ବୋଲି କହିଛନ୍ତି ।

ହେଲେ ଶାଶୁଘର ଲୋକଙ୍କ ଯିବା ଆସିବା ପାଇଁ ସେ ବାଟ ଛାଡିଛନ୍ତି । ତଥାପି ସେ ସକାଳେ ନିକଟସ୍ଥ ଶୌଚାଳୟକୁ ନିତ୍ୟକର୍ମ ସାରିବା ପାଇଁ ଯାଇଥିବା ବେଳେ ଦିନେଶଙ୍କ ଜେଜେମା ଓ ବାପା ଆସି ଦୀପିକାଙ୍କ ସବୁ ଖାଦ୍ଯ ସାମଗ୍ରୀ ଉପରେ ସର୍ଫ ପାଣି ପକାଇ ଦେଇଥିଲେ ଓ ଜିନିଷପତ୍ର ମଧ୍ୟ ଫୋପାଡି ଦେଇଥିଲେ । ଏନେଇ ଦୀପିକା ତାଙ୍କ ଶ୍ଵଶୁରଙ୍କୁ ଗଣମାଧ୍ୟମ ଜରିଆରେ କହିବା ସହ ଶ୍ଵଶୁର ତାଙ୍କୁ ରୋଗୀ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆପଣଙ୍କୁ ଯଦି ଏତେ ସମସ୍ଯା ହେଉଛି ତେବେ ଆପଣ ଦିନେଶକୁ ଡାକି ଦିଅନ୍ତୁ ସବୁ ସମାଧାନ ହୋଇଯିବ । ଯଦି ଏମିତି ସବୁ କରି ତାଙ୍କୁ ଡରେଇକି ସେଠାରୁ ହଟେଇବା ପାଇଁ ଚାହୁଁଛନ୍ତି ତେବେ ଦୀପିକା ନ୍ୟାୟ ନ ମିଳିବା ଯାଏଁ ସେଠାରୁ ହଟିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।