ନମସ୍କାର ବନ୍ଧୁଗଣ, ଅନେକକା ଦିନ ହେବ ଧାରଣାରେ ବସିଥିବା ଦୀପିକା ପୁଣି ଥରେ ଚର୍ଚାର ବିଷୟ ପାଲଟିଛନ୍ତି । ପୁଣି ଥରେ ଦିନେଶଙ୍କ ଘର ସାମ୍ନାରେ ଘଟିଲା କିଛି ଘଟଣା ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଏହି ଘଟଣାରେ କାହାକୁ ନ୍ୟାୟ ମିଳିବ ତାହର କୌଣସି ଅନୁମାନ ଲଗା ଯାଇପାରୁନଥିବା ବେଳେ ସାମ୍ନାକୁ ପୁଣି ଆସିଛି ଏଭଳି ଗୋଟିଏ ଘଟଣା ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ।
ଦିନେଶର ମା ଖୋଲମ ଖୁଲା କହୁଛନ୍ତି ମୋର 10ଟା ଘର ଅଛି କାହାର କଣ କରିବାର ଅଛି କରିକି ଦେଖାଅ । ଏବଂ ଦିନେଶର ବାପା କହୁଛନ୍ତି ମୁ ବମ୍ବେ ଗଲେ ଲୋକେ ଆଣି ମୋ ପକେଟରେ ପଇସା ପୁରେଇ ଦେଇ ଯିବେ । ଏବଂ କହୁଛନ୍ତି ଦିନେଶ ଏହି ବ୍ରହ୍ମପୁରରେ ଅଛି ଏହି ସାହିରେ ଅଛି କାହାର ଦମ ଅଛି ତାକୁ ବାହାର କରି ଦେଖା ଏଭଳି ଚ୍ୟାଲେଞ୍ଜ ଦେଉଛନ୍ତି ଦିନେଶର ଘର ଲୋକ । 2ମାସ ହେବ ବସିଥିବା ଧାରଣାରେ କେ ଦୀପିକାଙ୍କ ପ୍ରେମିକଙ୍କ ବାପା ମା ଏହି କଥା କହୁଛନତି ସମସ୍ତଙ୍କ ସାମ୍ନାରେ ।
ଏବଂ ପୁଅକୁ ସମ୍ପୂର୍ଣ ଭାବେ ଘଣ୍ଟ ଘୋଡାଇ ପୁଅ ସମ୍ପର୍କରେ ଏଭଳି ସବୁ କଥା କହୁଛନ୍ତି ଦିନେଶଙ୍କ ବାପା ମା । ଏହି କଥା ଏବେ ସୋସିଆଲ ମିଡିଆରେ ଖୁବ ଜୋରେ ଭାଇରାଲ ହେବାରେ ଲାଗିଛି । ନିଜ ପାଖରେ ଥିବା ପଇସାର ରୋବାବ ବହୁତ ଜୋରେ ଦେଖାଉଛନ୍ତି ଦିନେଶଙ୍କ ବାପା ମା । ସେ ଭାବୁଛନ୍ତି ତାଙ୍କ ପୁଅ କରିଥିବା ଦୋଷର ଦଣ୍ଡ ତାଙ୍କୁ କେହି ଦେଇପାରିବେ ନାହିଁ କାରଣ ତାଙ୍କ ପାଖରେ ପଇସା ଅଛି ।
ସେମାନେ ଭାବୁଛନ୍ତି ପଇସା ବଳରେ ନିଜ ପୁଅକୁ ନିର୍ଦୋଷ ସଜାଇଦେବେ । ନିଜର ଘର ଟଙ୍କାର ହିସାବ ଦେଖାଇଛନ୍ତି ଲୋକଙ୍କ ସାମ୍ନାରେ । ଏଭଳି ବ୍ୟବହାରକୁ ଦେଖି ସାରିବା ପରେ ସାହି ପଡିସା ଲୋକେ କହୁଛନ୍ତି ତୁମର ଏହି ଟଙ୍କାର ଗରମ ବେଶି ଦିନ ରହିବ ନାହିଁ । ସମସ୍ତେ ଚାହୁଁ ଛନ୍ତି ବାପା ମାଙ୍କ କର୍ତ୍ତବ୍ୟ କରନ୍ତୁ ବୋଲି ।
ଯଦି ପୁଅ ଭୁଲ କରିଛି ତେବେ ସେହି ଭୁଲ ଉପରେ ପରଦା ନ ପକେଇ ପୁଅର ସେହି ଭୁଲକେ ସମାଧାନ କରି ସୁଧାରିବା ଦରକାର । ଗୋଟିଏ ଝିଅର ଜୀବନକୁ ଠିକ କରିବା ବଦଳରେ ପଇସାର ଗରମ ଦେଖେଇ ଗୋଟିଏ ଝିଅର ଜୀବନକୁ ନଷ୍ଟ କରୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।