କଣ୍ଢେଇ ରୂପୀ ପ୍ରେମିକା କୁ ବାଇକରେ ବସାଇ ଆଣୁଛି ପ୍ରେମିକ । ଆଉ ପୋଲ ଉପରେ ତାକୁ ଓଲହାଇ ଦେଇଛି । କିଛି କଥାବାର୍ତ୍ତା ପରେ ପ୍ରେମିକ ପ୍ରେମିକା ର ଓଢଣି କୁ ବେକରେ ଛାପି ଧରୁଛି । ଆଉ ପକେଟରୁ ଗୋଟେ ଧାରୁଆ ଅସ୍ତ୍ର ବାହାର କରି ମାରି ଦେଉଛି । ତାପରେ କଣ୍ଢେଇ ଟି ତଳେ ପଡି ଯାଉଛି । ଆଉ ପ୍ରେମିକ ପ୍ରେମିକା ପୋଲ ତଳକୁ ଫିଙ୍ଗି ଦେଉଛି । ହଁ ଦର୍ଶକ ବନ୍ଧୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ ଆମେ ଏଭଳି କଣ କହୁଛୁ ।
ସତ କଥା ହେଉଛି ଏ ହେଉଛି ଗୋଟେ ହତ୍ୟା ଘଟଣାର ମାମଲା । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭଟଲି ଥାନା ଭାଡି ଗାଁ ଜୀରା ବ୍ରିଜ ଉପରେ ହୋଇଥିବା ହତ୍ୟାକାଣ୍ଡର ସିନ ଋକ୍ରିଏଟ କରିଛି ଅଭିଯୁକ୍ତ ପ୍ରେମିକ । କେମିତି ନିଜ ପ୍ରେମିକା କୁ ହତ୍ୟା କରି ପୋଲ ତଳକୁ ଫିଙ୍ଗି ଦେଇଥିଲା ତାହାର ପୁନଃରାବୃତ୍ତି କରିଛି ଅଭିଯୁକ୍ତ ପ୍ରେମିକ । ଗତ 6 ତାରିଖ ସକାଳେ ଜୀରା ବ୍ରିଜ ତଳେ ନଦୀ ପଠା ରେ ପଡିଥିଲା ମହିଳାଙ୍କର ମୃତ ଦେହ ।
ଖବର ପାଇବା ପରେ ପୋଲିସ ପହଞ୍ଚି ଥିଲା । ମୃତକଙ୍କ ବୟସ 40 ରୁ 45 ବର୍ଷ ହେବ । ପୋଲ ଉପରେ ରକ୍ତ ସହ ଧାରୁଆ ଅସ୍ତ୍ର ମଧ୍ୟ ପଡି ରହିଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୃତ ମହିଳା ଜଣକ ହେଉଛନ୍ତି ବୁର୍ଲା ଥାନା ଅଞ୍ଚଳର ସିଲା ବେହେରା । ପୋଲିସ ହତ୍ୟାକାରୀ କୁ ଖୋଜିଥିଲା । ଆଉ ଏହା ଭିତରେ ପୋଲିସ ହାତରେ ଲାଗିଥିଲା ଭାଇରାଲ ଭିଡିଓ ।
ଯେଉଁଥିରେ ଶିଲା ଙ୍କୁ ଜଣେ ଯୁବକଙ୍କ ସହ କଥା କଟା କାଟି ଓ ଗାଳି ଗୁଲଜ ଏବାର ଦେଖିବାକୁ ମିଳିଥିଲା । ଭିଡିଓ ରେ ଥିବା ଯୁବକଙ୍କୁ ଖୋଜୁ ଖୋଜୁ ପୋଲିସ ଅଟୋ ଚାଳକ ପାଖରେ ପହଞ୍ଚିଥିଲା । ଅଟୋ ଚାଳକ ଗୋପୀନାଥ କୁ ଅଟକ ରଖି ପଚାରିବା ପରେ ସତ ସାମନାକୁ ଆସିଥିଲା । ସିଲା ବେହେରା ଥିଲେ ସ୍ଵାମୀ ପରିତକ୍ତା । ଫେସବୁକରୁ ଗୋପୀନାଥଙ୍କ ସହ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା ଆଉ ପରେ ପ୍ରେମର ରୂପ ନେଇଥିଲା ।
ଦୁହିଙ୍କ ସମ୍ପର୍କ ନିବିଡ ହେବା ପରେ ଟଙ୍କା ଲେନଦେନ ବି ହେଲା । ଆଉ ତାପରେ ଗୋପୀନାଥଙ୍କୁ ବାହା ହେବାକୁ କହିଥିଲେ ସିଲା ହେଲେ ଗୋପୀନାଥର ଉଦ୍ଦେଶ୍ୟ କିଛି ଅଲଗା ଥିଲା । ଅଭିଯୁକ୍ତ ସିଲା ଙ୍କ ଠାରୁ 18 ହଜାର ଟଙ୍କା ଧାର ରେ ଆଣିଥିଲା । ସିଲା ବାହା ହେବା କଥା କହିବାରୁ ଗୋପୀନାଥ ମନା କରିଥିଲେ ଓ ସିଲା ତାଙ୍କୁ 18 ହଜାର ଫେରାଇବାକୁ କହିଥିଲେ ।
ପ୍ରେମିକା ସିଲା ଙ୍କୁ ବାଟରୁ ହଟାଇବାକୁ ଚିନ୍ତା କରିଥିଲା ଅଭିଯୁକ୍ତ ଆଉ ବାହନ କରି ବ୍ରିଜ ଉପରକୁ ଡାକି ଆଣିଥିଲା । ତାପରେ ଏମିତି ଢଙ୍ଗରେ ସିଲା ଙ୍କୁ ହତ୍ୟା କରିଥିଲା ଗୋପୀନାଥ । ମାତ୍ର 18 ହଜାର ଟଙ୍କା ପାଇଁ ପ୍ରେମିକାକୁ ହତ୍ୟା କରିଛି ବୋଲି ପ୍ରେମିକ ସ୍ଵୀକାର କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।