“ମୋ ପିଲାର ଲୁଗା ଖସି ଯାଉଥିଲା ଯେ ଏମିତି ଛାତିରେ ଜାବୁଡି ଧରିଛି ଲୁଗାଟାକୁ…” 15 ବର୍ଷିୟା ଝିଅ Puja ର ଆତ୍ମହତ୍ୟାକୁ ନେଇ ତାଙ୍କ ମାଆଙ୍କ କଥା ଶୁଣିଲେ ଆପଣ ବି କାନ୍ଦି ପକେଇବେ

ମୋତେ କ୍ଷମା କରିଦେବା ବାପା । ମୋ ସହ ନାରାୟଣ ଗୌଡ ଯାହା କରିଛି ମୁଁ ଆଉ କୋଉ ମୁହଁ ନେଇ ବଞ୍ଚିବି । ମୋତେ ଆଜି ବହୁତ ଖରାପ ଲାଗୁଛି ଆଉ ମୁଁ ମୋ ନିଜକୁ ଧିକ୍ କରୁଛି । କାରଣ ତୁମେ ମୋ ପାଇଁ ଲଜ୍ଜିତ । ଏଥିପାଇଁ ମୁଁ ଆଉ ବଞ୍ଚିବାକୁ ଚାହୁଁନି ବରଂ ମରିବାକୁ ଚାହେଁ । ଗାଁ ମାଟିରେ ବଢୁଥିବା ଶାନ୍ତଶିଷ୍ଟ ଝିଅଟିଏ ୧୫ ବର୍ଷୀୟ ପୂଜା । ନୂଆ ନୂଆ ଯୌବନରେ ପାଦ ଦେଉଥିବା ନିରୀହ ଝିଅଟିଏ କଣ ଜାଣିଥିଲା ଯେ ଜୀବନ ଆରମ୍ଭ ନ ହେଉଣୁ ତା’ ଉପରକୁ ପାହାଡ ଭଳି ମାଡି ଆସିବ ବିପଦ !

ତେବେ ଏହା ଖାଲି ପୂଜାର କାହାଣୀ ନୁହେଁ ବରଂ ଆଜିକାଲି ବୋଧହୁଏ ଗାଁରେ ରହୁଥିବା ଅଧିକାଂଶ ଝିଅଙ୍କ କାହାଣୀ ହୋଇଗଲାଣି । କେହି କିଛି ବୁଝିବା ଆଗରୁ ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛି ପୂଜା । ଆଉ ଝିଅକୁ ହରେଇ ପାଗେଳିପ୍ରାୟ ହୋଇ ଯାଇଛନ୍ତି ଜନ୍ମ ଦେଇଥିବା ମାଆ । ଆଉ ବାହୁନି ବାହୁନି କାନ୍ଦି ଚେତାଶୂନ୍ୟ ହୋଇ ପଡ଼ୁଛନ୍ତି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଲକ ଜଡାହାଟି ଗ୍ରାମରେ ।

ରାଜେନ୍ଦ୍ର ଗୌଡଙ୍କ ଝିଅ ପୂଜା ଗୌଡ କିଛିଦିନ ତଳେ ନଦୀକୁ ଗାଧୋଇ ଯାଇଥିବା ବେଳେ ସେହି ଗାଁର ରମେଶ ଗୌଡଙ୍କ ପୁଅ ନାରାୟଣ ଗୌଡ ପୂଜାକୁ ଏକୁଟିଆ ଦେଖି ତା’ ସହ ଜୋର ଜବରଦସ୍ତ କରି କିଛି ଅଶ୍ଳୀଳ ଫଟୋ ଉଠାଇଥିଲେ । ଏ ବିଷୟରେ ଅନ୍ୟ କାହାକୁ କହିଲେ ଜୀବନରେ ମାରିବାକୁ ଧମକ ଦେଇଥିବାରୁ ପୂଜା କାହାକୁ ଏକଥା କହି ନଥିଲେ ।

ପରବର୍ତ୍ତୀ ସମୟରେ ପୂଜାଙ୍କ ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ନିଜ କୂଳ ସମାଜରେ ଏନେଇ ଆଲୋଚନା କରା ଯାଇଥିଲା । ପୁଅ ଓ ଝିଅର ବିବାହ ପାଇଁ ବୟସ ହୋଇ ନଥିବାରୁ ସମାଜର ବୁଦ୍ଧିଜୀବୀ ମାନେ ବିବାହ ପାଇଁ ଏକ ସମୟ ଧାର୍ଯ୍ୟ କରିଥିଲେ । ହଠାତ ଦିନେ ରମେଶ ଗୌଡ ଆସି ପୂଜାକୁ ନିଜ ପୁଅ ଶ ବିବାହ କରିବା ପାଇଁ ମନା କରିଥିଲେ ।

ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଇଥିଲା ଓ ପ୍ରତିଶୋଧ ନେବା ପାଇଁ ନାରାୟଣ ପୂଜାର ଉଠାଇଥିବା ଫଟୋକୁ ଭାଇରାଲ କରି ଦେଇଥିଲା ।ଶେଷରେ ଲୋକନିନ୍ଦା ଓ ଅପମାନ ସହି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପୂଜା । ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।