ମୋ ଭଳି ଭଉଣୀ ସମସ୍ତଙ୍କୁ ମିଳୁ, ହେଲେ ତା’ ପରି ଭାଇ କାହାକୁ ନ ମିଳୁ…ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ।


ତେବେ ଭାଇରାଲ ହେଉଥିବା ଭିଡିଓରେ କୁନି ପିଲା ପରି ଦେଖା ଯାଉଥିବା ଏ ଝିଅର ବୟସ ୨୦ ବର୍ଷ । ଡାକ୍ତରଙ୍କ କହିବା କଥା ଏହି ଝିଅଟି ଏକ ମାରାତ୍ମକ ରୋଗରେ ପୀଡିତ ଅଛି ଯାହା ଫଳରେ ତାର ମସ୍ତିସ୍କର ବିକାଶ ଘଟିବ ହେଲେ ଶାରୀରିକ ବିକାଶ ଘଟିବ ନାହିଁ । ବାପା ମାଆ ଏବଂ ଭାଇଙ୍କ ସହ ବେଙ୍ଗାଲୁରୁ ରହୁଥିଲେ ନୀଳିମା ମହାରଣା ।

ବାପା-ମାଆଙ୍କ ମୃତ୍ୟୁ ପରେ ଆହା ପଦ କହିବାକୁ କେହି ରହିଲେ ନାହିଁ । ତେବେ ଆଉ ଏମିତି ଭାଇ ରହିବା ଯାହା ନ ରହିବା ସେଇଆ । ରୋଗିଣା ଭଉଣୀ ପଛରେ କିଏ ଟଙ୍କା ଖର୍ଚ୍ଚ କରିବ ଏଇଆ ଭାଇ ବ୍ରହ୍ମପୁର ବସ୍ ଷ୍ଟାଣ୍ଡରେ ଭଉଣୀକୁ ଛାଡି ପଳେଇଲା ଭାଇ । ଭାଇ ନୁହେଁ ତ ସେ ଭଗାରି । ଭଉଣୀ ରାକ୍ଷୀର ପାଉଣା ଭାଇ ଏମିତି ସୁଜିଲା ଯେ, ଜୀବନ ସାରା ମନେ ରଖିଥିବ ସେ ଭଉଣୀ ।

ବାପା-ମାଆ ଥିଲା ବେଳେ ଭଉଣୀ କେତେ ସ୍ନେହ ଆଦରରେ ବଢୁ ଥିଲା ହେଲେ ବାପା-ମାଆ ଯିବା ପରେ ଭାଇ ଏଭଳି ଲଜ୍ଜା ଜନକ କାମ କରିଛି । ବସ ଷ୍ଟାଣ୍ଡରେ ଭଉଣୀକୁ ଛାଡି ପଳେଇବା ପରେ କିଛି ହୃଦୟବାନ ବ୍ୟକ୍ତି ମିଶି ନୀଳିମାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଲେ । ବନ୍ଧୁଗଣ ନୀଳିମାଙ୍କ ବାପା ତାଙ୍କ ପିଲା ଦିନରେ ମୃତ୍ୟୁ ବରଣ କରିଥିଲେ । ମାଆ, ଭାଇ ଓ ଭଉଣୀଙ୍କ ସହ ନୀଳିମା ରହୁଥିଲେ ।


ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିବାରୁ ସେ ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପଢା ଛାଡି ଦେଲେ ଆଉ କାମ କରିଲେ । ତେବେ ସେ ଘର ଚଳେଇବା ପାଇଁ ମାଆଙ୍କୁ ସାହାର୍ଯ୍ୟ କରୁଥିଲେ । ହେଲେ ତାଙ୍କ ମାଆଙ୍କ ମୃତ୍ୟୁ ଗତ ୨୮ରେ ହେଇଗଲା ଏହା ପରେ ତାଙ୍କ ଭାଇ ଏଭଳି ଅବସ୍ଥା ଦେଖି ତାଙ୍କୁ ଛାଡି ଦେଲା । ଏବେ ନୀଳିମାଙ୍କୁ ସୁସ୍ଥ କରିବା ପାଇଁ କେବଳ ହୃଦୟବାନ ବ୍ୟକ୍ତି ନୁହେଁ ଗଞ୍ଜାମ ପ୍ରଶାସନ ସହଯୋଗର ହାତ ବଢାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।