ଏହି ଭିଡିଓର ଆପଣ ଦେଖି ପାରୁଥିବେ କି ଜଣେ ମହିଳା ଜନଗହଳି ପୂର୍ଣ୍ଣ ରାସ୍ତାରେ ଏଣେତେଣେ ଦୌଡୁଛନ୍ତି ଆଉ କହୁଛନ୍ତି, “ମୁଁ ଆଜି ଏଇଠି ସୁଇସାଇଡ କରିବି, ଆମ ଦୋକାନ ଭାଙ୍ଗିଦେଲେ ଆମକୁ ଜୀଅନ୍ତା ମାରିଦେଲେ ମୁଁ ଆଉ ବଞ୍ଚିବାକୁ ଚାହୁଁନି ।” ଏପରି କହି କହି କାନ୍ଦି କାନ୍ଦି ବ୍ୟଥିତ ହୋଇ ପଡ଼ୁଛନ୍ତି ମହିଳା । ଏହି ଦୃଶ୍ୟଟି ହେଉଛି ଭୁବନେଶ୍ଵର ଝାରପଡା ଗଣେଶ ମଣ୍ଡପ ହାଟର । ଯେଉଁଠି ଛୋଟ ଛୋଟ ବ୍ୟବସାୟୀ ମାନେ ଦେଇଥିବା ଦୋକାନୀ ସବୁକୁ ପୋଲିସ ଏବଂ ସୁରକ୍ଷା କର୍ମୀ ଭାଙ୍ଗି ଦେଇଛନ୍ତି ।
ଏନେଇ ଗତକାଲି ରାତିରେ ଏକ ବାଇକ ଯୋଗେ ପ୍ରଚାର କରା ଯାଇଥିଲା ଓ ଆଜି ସକାଳେ ପୋଲିସ କର୍ମୀଙ୍କ ଦ୍ଵାରା ହାଟକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ବେପାରୀ ଓ ସେମାନନକ ପରିବାର ଲୋକେ ଏହାକୁ ବିରୋଧ କରିଛନ୍ତି । ଅନେକଙ୍କ ଜୀବନ ଜୀବିକା ଚାଲିଯାଇ ଥିବାରୁ ସେମାନେ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି । ସେମାନଙ୍କ ମଧ୍ୟରେ ଏହି ମହିଳା ଜଣକ ଦୁଃଖରେ ଭାଙ୍ଗିପଡି ସୁଇସାଇଡ କରିବେ ବୋଲି ଧମକ ଦେଉଛନ୍ତି ।
ତାଙ୍କ ଦୋକାନ ଭାଙ୍ଗିବା ସହ ତାଙ୍କ ସ୍ଵାମୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ କେବଳ ତାଙ୍କ ସ୍ଵାମୀ ନୁହେଁ ବରଂ ସେଠାରେ ଆନ୍ଦୋଳନରେ ବସିଥିବା ପ୍ରାୟ ସମସ୍ତଙ୍କୁ ଗୋଟି ଗୋଟି କରି ପୋଲିସ ଉଠାଇ ନେଉଛି ।
ତେବେ ଗତ ନିର୍ବାଚନରେ ଉକ୍ତ ଅଞ୍ଚଳରେ ବିଜେପି ପ୍ରାର୍ଥୀ ଜିତିଥିଲେ । ତେଣୁ ଏହାକୁ କେନ୍ଦ୍ର କରି ସ୍ଥାନୀୟ ଲୋକଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନେ ବିଜେପିକୁ ଭୋଟ ଦେଇ ଜିତେଇଥିବାରୁ ତାଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ଉକ୍ତ ମହିଳା ଜଣକ ଏହି ସବୁ କଥା ନିଜେ ପ୍ରକାଶ କରିଛନ୍ତି । ଆଉ ବଞ୍ଚିବାକୁ ଚାହୁଁନି ମରିଯିବି କିରୋସିନ ଏବଂ ଦିଆସିଲି ମଧ୍ୟ ଖୋଜି ହେଉଛନ୍ତି ।
ତାଙ୍କ ଦୋକାନକୁ ସେମାନେ ନିଜ ହାତରେ ତିଆରି କରିଥିଲେ ବୋଲି ବାହୁନି କାନ୍ଦୁଛନ୍ତି ମହିଳା ଜଣକ । ଯାହା ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ତେବେ ଏ ଦୃଶ୍ୟ ଦେଖିବା ପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।