ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ହେବା ପରେ ତା’ବାଟ ଚାହିଁ ଆକୁଳ ହୋଇ କାନ୍ଦୁଛି ସ୍ଵାମୀ । କିନ୍ତୁ ଏ ପର୍ଯ୍ୟନ୍ତ ସ୍ତ୍ରୀର ଦେଖାନାହିଁ । ଦୁଇ ବର୍ଷ ଧରି ଭଲପାଇବା ପରେ ଛଅ ମଶେବ ବାହାଘର ହୋଇଥିଲା ଓ ସ୍ତ୍ରୀ ଗର୍ଭବତୀ ବି ଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ କଲେଜକୁ ଯାଇ ସେଠାରୁ କୁଆଡେ ପଳାଇ ଯାଇଛନ୍ତି ଯେ କିଛି ଖୋଜଖବର ନାହିଁ । ସ୍ଵାମୀ ରାହୁଲ ନିଜ ସ୍ତ୍ର୍ରି ହରପ୍ରିୟାଙ୍କ ଫଟୋକୁ ଧରି ପାଗଳଙ୍କ ପରି କାନ୍ଦି କାନ୍ଦି, ଧନ କୋଉଠି ଅଛୁ ଫେରିଆ ତୋ ବିନା ମୁଁ ବଞ୍ଚି ପାରିବିନି କହି ରଡି କରୁଛି ।
କେବଳ ଏତିକି ନୁହେଁ ବରଂ ସ୍ତ୍ରୀ ତାଙ୍କ ପାଖକୁ ନିଶ୍ଚୟ ଫେରିଆସିବ ବୋଲି ରାହୁଲ ଭରସା ରଖିଛନ୍ତି ଓ ସେ ଆସିଲେ ତାଙ୍କୁ ସ୍ଵୀକାର କରିବେ ବୋଲି କହୁଛନ୍ତି । ରାହୁଲଙ୍କ ସ୍ତ୍ରୀ ହରପ୍ରିୟା ଦେଢ ମାସର ଗର୍ଭବତୀ ମଧ୍ୟ ଅଛନ୍ତି। ତେଣୁ ବୋହୂକୁ ନପାଇ ଶାଶୁଘର ଲୋକ ଚିନ୍ତାରେ ରହିଛନ୍ତି । ନୂଆ ବୋହୂ ଘରଛାଡି ପଳାଇବା ପରେ ନୂଆ ଅତିଥିକୁ ଅପେକ୍ଷା କରିବା ଖୁସି ଭାଙ୍ଗିଯାଇଛି । ଏହି ଘଟଣାଟି ବର୍ତ୍ତମାନ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ରାହୁଲ ଓ ହରପ୍ରିୟା ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ତା’ପରେ ଉଭୟ ଘରେ ଣ ଜଣାଇ ଫେରାର ହୋଇ ଯାଇଥିଲେ । କିଛିଦିନ ପରେ ରାହୁଲଙ୍କ ଘରଲୋକ ଉଭୟଙ୍କ ସନ୍ଧାନ ପାଇଥିଲେ ଓ ନୃସିଂହନାଥ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ କରି ଘରକୁ ଆଣିଥିଲେ । ଛଅ ମାସ ଧରି ଘରେ ରହିବା ପରେ ବୋହୂ ହରପ୍ରିୟା ପାଠ ପଢିବାକୁ ଜିଦ୍ ଧରିଥିଲା ।
ପରିବାର ଲୋକେ ରାଜି ହେବା ପରେ ହରପ୍ରିୟାଙ୍କୁ ନିକଟସ୍ଥ ଯୁକ୍ତ ତିନି କଳାରେ ଆଡମିଶନ କରାଯାଇଥିଲା । ସ୍ବାମୀଙ୍କ ସହ ସ୍କୁଟିରେ ପରୀକ୍ଷା ଦେବାକୁ ଯାଇଥିଲେ ହରପ୍ରିୟା, କିନ୍ତୁ ପରୀକ୍ଷା ଶେଷ ହେବା ପରେ ଏକ ଅଜଣା କାର୍ ରେ କେଉଁଆଡେ ପଳାଇଛନ୍ତି । ସେପଟେ ଝିଅର ବାପାମା’ କହୁଛନ୍ତି ଯେ ତାଙ୍କ ଝିଅ ସେମାନଙ୍କର କୌଣସି ଯୋଗାଯୋଗ ନାହିଁ । ସେପଟେ ହରପ୍ରିୟା କିନ୍ତୁ ମା’ଙ୍କ ସହ କଥା ହେଉଥିଲେ ବୋଲି ରାହୁଲ ଓ ତାଙ୍କ ମାଆ କହିଛନ୍ତି ।
ତେବେ ଯଦି ମା’ଙ୍କ ସହ ସମ୍ପର୍କ ନାହିଁ ତେବେ ହରପ୍ରିୟା କାହା ସହ କଥା ହେଉଥିଲେ ତାହା ଏବେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ରାହୁଲଙ୍କ ଅବସ୍ଥା ତାଙ୍କ ଘରଲୋକ ଦେଖି ପାରୁନାହାନ୍ତି । ଦେଖାଯାଉ ହରପ୍ରିୟା କେବେ ଫେରୁଛନ୍ତି ସ୍ଵାମୀ ରାହୁଲଙ୍କ ପାଖକୁ । ଆମ ପୋଷ୍ଟ ଅନ୍ୟମାନଏନକେ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।