ଗ୍ରାହଙ୍କ ପାଇଁ ଖୁସି ଖବର ! ପୁଣି ଥରେ ଏତିକି ଟଙ୍କା କମିଯିବ ପେଟ୍ରୋଲ ଓ ଡିଜେଲ ଦର, ପେଟ୍ରୋଲ ଉତ୍ପାଦନ ବଢିବା ପରେ ନିଆଗଲା ଏହି ନିଷ୍ପତ୍ତି

ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ ଖବର । କାରଣ ପୁଣି କମିପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ଏକ ଟଙ୍କା କମିଲେ ମଧ୍ୟ ଏହା ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ବସ୍ତିକର ଓ ଖୁସି ଖବର ବୋଲି କୁହାଯାଏ । ଏବେ ପେଟ୍ରୋଲ ଓ ଡିଜେଲର ଦର ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି । ତୈଳ ରପ୍ତାନି କରୁଥିବା ଦେଶ ଗୁଡିକର ସଂଗଠନ ତଥା ଋଷ ସମେତ ଅନ୍ୟ ସହଯୋଗୀ ଦେଶ ଗୁଡିକ ଜୁଲାଇ ଓ ଅଗଷ୍ଟରୁ ଅଶୌଧିତ ତୈଳର ଉତ୍ପାଦନ ଆହୁରି ବଢାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଉତ୍ପାଦନ ବଢିଲେ ତୈଳ ଦର ହ୍ରାସ କରାଯିବ ଆଶା କରାଯାଉଛି । ଅଶୌଧିତ ତୈଳ ଉତ୍ପାଦନ ବୃଦ୍ଧି କରିବା ସହ ପ୍ରତିଦିନ ୬.୪୮ ଲକ୍ଷ ବ୍ୟାରେଲ ତୈଳ ଉତ୍ପାଦନ କରିବା ପାଇଁ ଓପିଇସି ଋଷ ସମେତ ଅନ୍ୟ ସହଯୋଗୀ ଦେଶଗୁଡିକ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି । ସେମାନଙ୍କର ଏହି ନିଷ୍ପତ୍ତି ଯୋଗୁଁ ସାରା ଦୁନିଆରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବା ବୋଲି କୁହାଯାଉଛି । କରୋନା ସମୟରେ ପ୍ରାୟ ସବୁ ଦେଶରେ ଲକଡାଉନ ଯୋଗୁଁ ଅଶୌଧିତ ତୈଳର ବ୍ୟବହାର ଅନେକ ମାତ୍ରାରେ ହ୍ରାସ ପାଇଥିଲା ।

ଫଳରେ ତୈଳ ଡାଃ ମଧ୍ୟ ହ୍ରାସ ପାଇଥିଲା । ଏହାପରେ ତୈଳ ଉତ୍ପାଦନକାରୀ ଦେଶଗୁଡିକ ତୈଳ ଦର ସ୍ଥିର କରିବା ଲାଗି ଅଶୌଧିତ ତୈଳ ଉତ୍ପାଦନ ପରିମାଣ ହ୍ରାସ କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ତୈଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହି ଦେଶମାନଙ୍କ ଦ୍ଵାରା ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ଦିନକୁ ୪ ଲକ୍ଷ ୩.୨ ବ୍ୟାରେଲ ଅଶୌଧିତ ତୈଳ ଉତ୍ପାଦନ ହେଉଛି । ଚଇତ ବର୍ଷ ଫେବୃୟାରୀ ଶେଷଭାଗକୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ପରେ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ପାଇଥିଲା । ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିବା ଯୋଗୁଁ ଅଶୌଧିତ ତୈଳ ସପ୍ଲାଇ ବ୍ଯାହତ ହୋଇଥିଲା । ଯାହାଫଳରେ ଲଗାତାର ତୈଳ ଦର ମହଙ୍ଗା ହେବାରେ ଲାଗିଲା ।

କିଛିଦିନ ପୂର୍ବରୁ ଭାରତ ସରକାର ପେଟ୍ରୋଲ ଉପରେ ଲିଟର ପିଛା ୯ ଟଙ୍କା ୫୦ ପଇସା କମାଇଥିବା ବେଳେ ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇ ଦେଇଥିଲେ । ଫଳରେ ବହୁଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା । ଏହି ସୂଚନା ଅନୁଯାୟୀ ଯଦି ତୈଳ ଦର ପୁଣି ହ୍ରାସ ପାଏ ତେବେ ସାଧାରଣ ଜନତା ଆହୁରି ଆଶ୍ଵସ୍ତ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।