“ମୋ ଦେହ ପ୍ରବଳ ଖରାପ ଥିଲା ମୋ ସ୍ତ୍ରୀକୁ ମାନିବାକୁ ପଡିବ…. ସେ ମାନସିକ କରିଥିଲା ଆଉ ଲଣ୍ଡା ହେଇଯାଇଥିଲା” ବିଶ୍ଵଭୂଷଣ

ନମସ୍କାର ବନ୍ଧୁଗଣ । ଆଜି ଆମେ ଏମିତି ଜଣେ ହସ୍ତୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଇଞ୍ଜିନିୟରିଙ୍ଗ ଛାଡି ଅଭିନୟରେ ପାଦ ଦେଲେ । ଅଭିନୟ ପାଇଁ ଏତେ ପାଗଳ କି ସବୁ କିଛି ଛାଡି ଅଭିନୟ ରେ ନିଜକୁ ହଜାଇ ଦେଲେ । କେବେ ହିରୋ ତ ଆଉ କେବେ ଖଳନାୟକ ଭାବେ ନଜର ଆସିଲେ । ଲୋକଙ୍କୁ ନିଜର ଅଭିନୟର ଯାଦୁ ରେ ବାନ୍ଧି ରଖିଛନ୍ତି । ସିରିଏଲ ଠାରୁ ଆରମ୍ଭ କରି ଯାତ୍ରା ଜଗତ ଯାଏଁ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତା ବିଶ୍ଵଭୂଷଣ ପଣ୍ଡା । ବିଶ୍ଵଭୂଷଣ ନିଜର ସ୍ତ୍ରୀ ଙ୍କୁ ନେଇ ଗଣମାଧ୍ୟମରେ ବଡ ଖୁଲାସା କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବିଶ୍ଵଭୂଷଣ କହିଛନ୍ତି ଯେ “ଇଞ୍ଜିନିୟରିଙ୍ଗ ମୁଁ ଛାଡିନି କରିସାରିଛି । ଆମେ ପିଲାଦିନେ ଗୋଟେ ଗୋଟେ ସିନ ସାଙ୍ଗ ମାନଙ୍କ ସହ କରେ । ସେଦିନରୁ ମୋର ଇଚ୍ଛା ଥିଲା ଅଭିନୟ ପ୍ରତି ।

ଘରେ ମୋତେ ବହୁତ ଭଲ ପାଆନ୍ତି କାରଣ ମୁଁ ସମସ୍ତଙ୍କ ଠାରୁ ସାନ । ସେଥିପାଇଁ ମୁଁ ବମ୍ବେ ଚାଲି ଯାଇଥିଲି । ମୁଁ ବମ୍ବେ ଯାଇ ନ ଥିଲି ପାଠ ପଢିବାକୁ ଖାଲି ଅଭିନୟ ପ୍ରତି ଆଗ୍ରହ ଥିଲା । ଯେ ହେତୁ ବହୁତ ବର୍ଷ ବାହାରେ ରହି ଯାଇଥିଲି ସେଥିପାଇଁ ଓଡିଆ କହିବା ପାଇଁ କଷ୍ଟ ହେଉଥିଲା । କିନ୍ତୁ ଡିବେଟ ରେ ମୁଁ ପ୍ରଥମ ହୁଏ । 15 ଦିନ ଭିତରେ ମୁଁ ଓଡିଆ କହିବାର ପ୍ରାଟିସ କରିଲି ।

ଆଉ ତା ପରେ ସିରିଏଲ ରେ ଅଭିନୟ କରିବା ଆରମ୍ଭ କରିଲି । ମୋତେ ଯାତ୍ରା ଦେଖିବାକୁ ବହୁତ ଭଲ ଲାଗେ । ପାଠ ପଢିବା ସମୟରେ ମୁଁ ଗାଁ ରେ ନାଟକ କରିବାକୁ ଭଲ ପାଏ । ଯାତ୍ରା ରେ ପ୍ରଥମ ରୁ ମୁଁ ନାୟକ ରୂପେ ଅଭିନୟ କରିଥିଲି । ପ୍ରତେକ ଚରିତ୍ର କୁ ଆପଣେଇବାକୁ ମୋତେ ଭଲ ଲାଗେ । ମୋ ସ୍ତ୍ରୀ ରୂପାଲୀ ଙ୍କର ବହୁତ ଲଙ୍ଗ ଚୁଟି ଥିଲା ।

ଏଇ ପୂର୍ବ ଦଶହରା ସମୟରେ ସେ ମାନସିକ କରିଥିଲା କାରଣ ମୋ ଦେହ ଖରାପ ଥିଲା । ମାନିବାକୁ ପଡିବ କୌଣସି ଝିଅ କେବେ ବି ଲଣ୍ଡା ହେବାକୁ ଚାହିଁବ ନାହିଁ । କିନ୍ତୁ ସେ ମୋ ପାଇଁ ଲଣ୍ଡା ହୋଇଥିଲା । କାରଣ ବହୁତ ଲୋକ ବହୁତ କଥା ହୁଅନ୍ତି କିନ୍ତୁ ମୁଁ ତା ପାଇଁ ବହୁତ ଗର୍ବ କରେ ।

ସେ ତିରୁପତି ରେ ଲଣ୍ଡା ହୋଇଥିଲା ମୋ ଦେହ ଭଲ କରିବା ପାଇଁ । ସେ ନିଜେ ଅନଲାଇନ ପ୍ଯାଣ୍ଟ ସାର୍ଟ ଅର୍ଡର କରେ ଆଉ ନିଜେ ଶାଢୀ ତିଆରି କରେ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ବିଶ୍ଵଭୂଷଣ ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।