ମୋ ବୁଢା କୁଆଡେ ଗଲା ! ଅଜଗର ଖାଇଛି କି ନା ଜଣା ପଡିଲାନି ! ଏହି ବୁଢୀ ମାଉସୀ କାନ୍ଦି କାନ୍ଦି ଯାହା କହୁଛନ୍ତି ଶୁଣିଲେ ଆପଙ୍କ ଛାତି ଫାଟିଯିବ, ଦେଖନ୍ତୁ video

ମୁଁ ସିନ୍ଦୂର ପୋଛିବି କି ଶଙ୍ଖା ଭାଙ୍ଗିବି ! ମୋ ସ୍ଵାମୀ ବଞ୍ଚିଛନ୍ତି ନା ଆଉ ଏ ଦୁନିଆରେ ନାହାନ୍ତି ! ଏମିତି ଭାବି ଭାବି ଗୁମୁରି କାନ୍ଦୁଛନ୍ତି ନିଖୋଜ ଲୁଗା ବ୍ୟବସାୟୀ ନନ୍ଦକିଶୋରଙ୍କ ସ୍ତ୍ରୀ । ସେ ସିନ୍ଦୂର ପୋଛିବେ କି ନାଇ ଧଳା ଲୁଗା ପିନ୍ଧିବେ କି ନାହିଁ କିଛି ବୁଝି ପାରୁନାହାନ୍ତି । ଭଲରେ ଦେଖିଲେ ଆପଣ ଅନୁଭବ କରିପାରିବେ ଇଏ ମିଛିମିଛିକା ଲୁହ ନୁହେଁ ବରଂ ବୁକୁଫଟା କାନ୍ଦ । ସ୍ଵାମୀଙ୍କୁ ହରାଇବାର ଦୁଃଖରେ ଆଖିରୁ ଝରି ପଡୁଛି ଅବିଶ୍ରାନ୍ତ ଲୁହ । ଏକ ମାସ ହେବ ପାଟିକୁ ଦାନା ରୁଚୁନି, ଭୋକ ଉପାସରେ ଦିନ କଟୁଛି ।

ମାସେ ହେବ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଘରକୁ ଫେରିନାହାନ୍ତି ସ୍ଵାମୀ । କିଏ କହୁଛି ତାଙ୍କୁ ଅଜଗର ସାପ ଖାଇଦେଲା ତ ଔ କିଏ କହୁଛି ନନ୍ଦକିଶୋର ଆଉ ଏ ଦୁନିଆରେ ନାହାନ୍ତି । ବାସର ଅପରାହ୍ନରେ ଯାହା ମୁହଁ ଚାହିଁ ବଞ୍ଚିଥାନ୍ତେ ସେ ଆଉ ପାଖରେ ନାହାନ୍ତି । କେତେ ଗୁହାରି କଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି । ବୃଦ୍ଧାଙ୍କ ଅଭିଯୋଗକୁ ପୋଲିସ ବି କର୍ଣ୍ଣପାତ କରୁନି । କିଛି କହିଲେ ଅଲତାକହୁଛି, ଭଲ ହେଇଛି ତୁମ ସ୍ଵାମୀକୁ ଅଜଗର ଗିଳି ଦେଇଛି ।

କିଏ ପୋଛିବ ଏହି ବୃଦ୍ଧାଙ୍କ ଲୁହ ! ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ବନବିଭାଗ ପର୍ଯ୍ୟନ୍ତ ସମସ୍ତେ ବଡବଡିଆଙ୍କ ପାଇଁ । ଆଉ ଏହି ଗରିବ ବୃଦ୍ଧାଙ୍କୁ ନ୍ୟାୟ ଦେବ କିଏ ! ସୂଚନା ମୁତାବକ, ଆଠଗଡ ଅଞ୍ଚଳର ନନ୍ଦ ମଉସା ଦୀର୍ଘ ଏକ ମାସ ହେବ କୁଆଡେ ଗାୟବ ହୋଇ ଯାଇଛନ୍ତି । ନନ୍ଦ ମଉସାଙ୍କୁ ଅଜଗର ସାପ ଗିଳି ଦେଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ହେଲେ ବନବିଭାଗ ସଫେଇ ଦେଇଥିଲା କି ଅଜଗର ନନ୍ଦ ମଉସାଙ୍କୁ ଗିଳିନି । ଯଦି ତାଙ୍କୁ ଅଜଗର ଗିଳିନି ତେବେ କୁଆଡେ ଗଲେ ବୃଦ୍ଧଜଣକ ? ବୃଦ୍ଧଙ୍କୁ ଖୋଜିବା ପାଇଁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ପୋଲିସକୁ ଅନୁରୋଧ କରିଥିଲେ ସୁଦ୍ଧା କେହି ହେଲେ ବି ତାଙ୍କ ଦୁଖ ବୁଝୁନାହାନ୍ତି । ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ଏହିୟ ଗରିବଗୁରୁବାଙ୍କୁ ନ୍ୟାୟ ଦେବା ପାଇଁ କଣ ପାଇଁ ଏତେ ଅବହେଳା ହେଉଛି ?

ଏମାନଙ୍କର ମଧ୍ୟ ନ୍ୟାୟ ପାଇବାର ଅଧିକାର ରହିଛି । କିଛି ତଦନ୍ତ ନକରି ନନ୍ଦ ମଉସାଙ୍କୁ ଅଜଗର ଖାଇନି ବୋଲି ରାୟ ଦେଇଦେଲା ବନବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।