ମୋ ଭାଇକୁ ବ୍ଲାକ ମ୍ୟାଜିକ କରାଯାଇଛି – Babushan ଙ୍କ ଭଉଣୀ Prakruti ଙ୍କୁ ନେଇ କଲେ ବଡ ଖୁଲାସା

ବାବୁଶାନ ଓ ପ୍ରକୃତି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାବୁଶାନଙ୍କ ଭଉଣୀ ତୃପ୍ତି । ସେ ଏବେ ମୁମ୍ବାଇରେ ଅଛନ୍ତି ଓ ଭାଇ ବିଷୟରେ ଶୁଣିବା ପରେ ଏକଦମ ସ୍ତବ୍ଧ ହୋଇ ଯାଇଛନ୍ତି । ସେ କହିଛନ୍ତି କି ତାଙ୍କ ଭାଇ ବହୁତ ଭଲ ଓ ପରିବାରକୁ ନେଇ ଚାଲିବା ପିଲା । ସେ ନିଜ ସ୍ତ୍ରୀ, ପୁଅ ଓ ପରିବାରର ସମସ୍ତଙ୍କୁ ଖୁବ ଭଲ ଭାବେ । କିନ୍ତୁ ଗତ କିଛିଦିନ ତଳେ ସେ ଯେତେବେଳେ ଘରକୁ ଆସିଥିଲେ ଏକଦମ ଅଲଗା ବାବୁଶାନଙ୍କୁ ଦେଖିବାକୁ ପାଇଥିଲେ । ବାବୁଶାନ ଏକଦମ ବଦଳି ଯାଇଛନ୍ତି ଦେଖି ତାଙ୍କୁ ଖୁବ ଦୁଃଖ ଲାଗିଥିଲା ।

ପ୍ରକୃତି ପୂର୍ବରୁ ମୁମ୍ବାଇରେ ରହୁଥିଲେ । ତେଣୁ ପ୍ରକୃତି କେମିତି ଚରିତ୍ରର ଝିଅ ସେ ଭଲ ଭାବେ ଜାଣିଥିଲେ । ଆଉ ତାଙ୍କ ଭାଇ ବାବୁଶାନଙ୍କ ସହ ପ୍ରକୃତିଙ୍କ ସମ୍ପର୍କ ଥିବା ଜାଣିବା ପରେ ସେ ବହୁତ ବ୍ୟସ୍ତ ହୋଇ ଯାଇଥିଲେ ଏବଂ ଖାସ ସେଥିପାଇଁ ସେ ଓଡିଶା ଆସିଥିଲେ ବୋଲି କହିଛନ୍ତି । ତାଙ୍କ ପରିବାରର ସମସ୍ତେ ମିଶି ବାବୁଶାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରକୃତି ବି ବାବୁଶାନଙ୍କୁ ସହଜରେ ଛାଡୁ ନଥିଲେ ।

ଏପରିକି ତାଙ୍କ ଭାଇଙ୍କୁ ହୁଏତ ବ୍ଲାକ ମ୍ୟାଜିକ ମଧ୍ୟ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । କାରଣ ତାଙ୍କ ଭାଇ ହଠାତ ଏକ ଭିନ୍ନ ମଣିଷ ହୋଇଯିବା କାହାରିକୁ ମଧ୍ୟ ବିଶ୍ବାସ ହେଉନାହିଁ । ବାବୁଶାନଙ୍କ ଭଉଣୀ ସ୍ପଷ୍ଟ କହିଛନ୍ତି କି, ତାଙ୍କ ପ୍ରକୃତି ମିଶ୍ର ତାଙ୍କ ଭାଇର ସଂସାର ଭାଙ୍ଗି ଦେଇଛନ୍ତି । ବାବୁଶାନ ସହଜରେ ଅନ୍ୟକୁ ବିଶ୍ବାସ କରିନିଏ ଏଇଟା ତାଙ୍କର ସବୁଠୁ ବଡ ଭୁଲ ବୋଲି ସେ କହିଛନ୍ତି । ଆଉ ପ୍ରକୃତିଙ୍କୁ ନିଜର ଭଲ ବାନ୍ଧବୀ ବୋଲି ଭାବି ସେ ଫସିଯାଇଛି ।

ବାବୁଶାନ ଓ ପ୍ରକୃତିଙ୍କ ସମ୍ପର୍କରେ ଅତିଷ୍ଠ ହୋଇ ଯେତେବେଳେ ବାବୁଶାନଙ୍କ ପରିବାର ପ୍ରକୃତିଙ୍କ ଘରକୁ ଯାଇଥିଲେ ଓ ସବୁକଥା ତାଙ୍କୁ କହିଥିଲେ, ସେତେବେଳେ ପ୍ରକୃତିଙ୍କ ବାପା କହିଥିଲେ ମୋ ଝିଅ ମୋ ଆୟତ୍ତରେ ନାହିଁ ଆପଣମାନେ କିଛି ଷ୍ଟେପ ନିଅନ୍ତୁ । ସେମାନେ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ବୁଝେଇଥିଲେ ଜଣେ ବିବାହିତ ପୁରୁଷଙ୍କ ଜୀବନରେ କାହିଁକି ଝଡ ସୃଷ୍ଟି କରୁଛୁ ବୋଲି । ସେତେବଳେ ପ୍ରକୃତି ବାବୁଶାନଙ୍କ ଉପରେ ସବୁ ଦୋଷ ଲଦିଥିଲା ।

କିନ୍ତୁ ବାବୁଶାନ ଆସି ପହଞ୍ଚିବା ପରେ ସେ ସଂପୂର୍ଣ୍ଣ ଓଲଟି ଯାଇଥିଲେ । ପ୍ରକୃତି ତାଙ୍କ ଭାଇର ପରିବାର ଭାଙ୍ଗିଛନ୍ତି ବୋଲି ଆରୋପ ଲଗାଇଛନ୍ତି ବାବୁଶାନଙ୍କ ଭଉଣୀ ତୃପ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।