ମେଷ ରାଶିଫଳ 2019: ଜାଣନ୍ତୁ ମେଷ ରାଶି ପାଇଁ 2019 ର ବିସ୍ତୃତ ରାଶିଫଳ, ନୂତନ ବର୍ଷ ଭଲ ରହିବ କି ଖରାପ

ମେଷ ରାଶି ରାଶିଚକ୍ରର ପ୍ରଥମ ରାଶି ଅଟେ । ଏହି ରାଶିର ଜାତକଧାରୀ ମାନଙ୍କର ଚରିତ୍ର ସଫା ଏବଂ ଆଦର୍ଶବାଦି ହୋଇଥାଏ । ଲୋଭ କରିବା ଏହି ଜାତକର ଲୋକମାନେ ପସନ୍ଦ କରନ୍ତି ନାହିଁ । ନିଜ ସହିତ ହେଇଥିବା ଅପମାନକୁ ଏମାନେ ଜଲ୍ଦି ଭୁଲନ୍ତି ନାହିଁ । ସେହି ଅପମାନକୁ ମନରେ ଲୁଚେଇ ରଖନ୍ତି ଏବଂ ଯେତେବେଳେ ସମୟ ମିଳିଲେ ତାହାର ବଦଲା ନିଶ୍ଚିତ ନିଅନ୍ତି ।

ମେଷ ରାଶିରେ ଅନ୍ତର୍ଗତ ଚୂ, ଚେ, ଚୋ, ଲା, ଲୀ, ଲୂ, ଲେ, ଲୋ, ଆ ଅକ୍ଷରରେ ଆରମ୍ଭ ହେଉଥିବା ନାମ ଆସିଥାଏ । ଯଦି ଆପଣଙ୍କ ରାଶି ମେଷ ଅଟେ ତେବେ ଆପଣଙ୍କ ମୁଣ୍ଡରେ ଏହି ପ୍ରଶ୍ନ ବୁଲୁ ଥିବ କି, ୨୦୧୯ରେ ଆପଣଙ୍କର ଆର୍ଥିକ, ପାରିବାରିକ, ସ୍ୱାସ୍ଥ୍ୟ, କ୍ୟାରିୟର ଏବଂ ପ୍ରେମ ଜୀବନ କେମିତି ରହିବ ? ତେବେ ବୈଦିକ ଜ୍ୟୋତିଷ ଉପରେ ଆଧାରିତ ‘ମେଷ ରାଶିଫଳ ୨୦୧୯’ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବ ।

ବର୍ଷ ୨୦୧୯ରେ ମେଷ ରାଶିର ଆର୍ଥିକ ସ୍ଥିତି :

ନବବର୍ଷରେ ମେଷ ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତି ବହୁତ ଉତ୍ତମ ରହିବାର ଅଛି, କିନ୍ତୁ ଅଯଥା ଟଙ୍କା ଖର୍ଚ୍ଚ କରିବା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ପୈତୃକ ସମ୍ପତିରେ ଲାଭ ପ୍ରାପ୍ତି ହେବ । ପରିଜନମାନେ ସହଯୋଗ କରିବେ ।

ବର୍ଷ ୨୦୧୯ରେ ମେଷ ରାଶିର ପାରିବାରିକ ଜୀବନ :

ବର୍ଷ ଆରମ୍ଭର ତିନି ମାସ ରେ ପରିବାରର ଲୋକମାନେ ଆପଣଙ୍କ ପାଇଁ ବହୁତ ସକାରାତ୍ମକ ଏବଂ ସାହାର୍ଯ୍ୟକାରୀ ରହିବେ । ପରିବାରର କଥାରେ ଚାଲିବା ଆପଣଙ୍କ ପାଇଁ ବହୁତ ଲାଭପ୍ରଦ ସାବ୍ୟସ୍ତ ହେବ । ଆପଣ ବିଶ୍ଵାସଘାତ ଦେଉଥିବା ଲୋକମାନଙ୍କ ଠାରୁ ଦୂରରେ ରୁହନ୍ତୁ । ନବବର୍ଷରେ ଆପଣଙ୍କ ପାରିବାରିକ ଜୀବନରେ କିଛି ଅସୁବିଧା ବି ହୋଇପାରେ ।

ବର୍ଷ ୨୦୧୯ରେ ମେଷ ରାଶିର ସ୍ୱାସ୍ଥ୍ୟ :

ଏହି ବର୍ଷ ଆପଣଙ୍କୁ ଆପଣଙ୍କର ଶରୀର ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡିବ । ଯଦି ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଭଲ ରଖିବାର ଅଛି ତେବେ ନିଜର ଖାଦ୍ୟ ଏବଂ ଜୀବନଶୈଳୀକୁ ସମୟ ସହିତ ବଦଳାଇକୁ ପଡିବ । ଲିଭର, ରକ୍ତ ସମ୍ଭଧିତ ସମସ୍ୟା ଆପଣଙ୍କୁ ଅଗଷ୍ଟ ରୁ ସେପ୍ଟେମ୍ବର ମଝିରେ ରହିବ।

ବର୍ଷ ୨୦୧୯ରେ ମେଷ ରାଶିର ପ୍ରେମ ଜୀବନ :

ମେଷ ରାଶିର ଲୋକମାନଙ୍କର ଲଭ ଲାଇଫ ଏହି ବର୍ଷ ବହୁତ ଭଲ ରହିବ । ଆପଣଙ୍କୁ ମହିଳା ବନ୍ଧୁମାନଙ୍କ ଠାରୁ ପୁରା ସହଯୋଗ ମିଳିବ । କୌଣସି କଥା କୁ ନେଇ ଜିଦି କରନ୍ତୁ ନାହିଁ, ତାହା ଆପଣଙ୍କୁ ବିବାଦରେ ପକାଇ ପାରେ । ଲଭ ଲାଇଫରେ ଜୁନ ପରେ ସ୍ଥିରତା ଆସିବ ।

ବର୍ଷ ୨୦୧୯ରେ ମେଷ ରାଶିର କ୍ୟାରିୟର :

ବର୍ଷର ମଧ୍ୟ ସମୟରେ କାରିୟର ସମ୍ଭଦିତ କିଛି ଅସୁବିଧାର ସାମନା କରିବାକୁ ପଡିବ । କିନ୍ତୁ ସମୟ ସହିତ ସ୍ଥିତି ଗୁଡିକ ସୁଧୀରି ଯିବ । ଏହି ବର୍ଷ ଚାକିରିର ବହୁତ ସମ୍ଭାବନା ଅଛି ।

ବର୍ଷ ୨୦୧୯ରେ ମେଷ ରାଶିର ବୈଦିକ ଉପାୟ :

ଯେତେବେଳେ ବି କୌଣସି ବଡ ଯାତ୍ରା ପାଇଁ ଘରୁ ବାହାରୁଛନ୍ତି, କୌଣସି ଗାଈ କୁ କଞ୍ଚା ଚାଉଳ ନିଶ୍ଚିତ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଯାତ୍ରା ନିଶ୍ଚିତ ଶୁଭମୟ ରହିବ ।

ବର୍ଷ ୨୦୧୯ରେ ମେଷ ରାଶିର ଶୁଭ ମାସ ଏବଂ ରଙ୍ଗ :

ମେଷ ରାଶିର ଲୋକମାନଙ୍କ ପାଇଁ ନଭେମ୍ବର ମାସ ବହୁତତ ଶୁଭ ଅଟେ ଏବଂ ବାଇଗଣି ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ ।