Jyotish Shastra- ଯଦି ଆପଣଙ୍କ ରାଶି ମେଷ, ବୃଷ କିମ୍ବା ମିଥୁନ ହୋଇଥାଏ, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମେଷ, ବୃଷ ଏବଂ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ସମ୍ବନ୍ଧରେ ଜଣାଇବୁ । ବନ୍ଧୁଗଣ ଦୁନିଆ ରେ ଥିବା ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । କୌଣସି ବ୍ୟକ୍ତି ସ୍ୱଭାବ ରେ ବହୁତ ରାଗି ହୋଇଥାନ୍ତି ଏବଂ କୌଣସି ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ବ୍ୟକ୍ତି ର ରାଶି ଦ୍ୱାରା ହିଁ ତା’ର ସ୍ଵଭାବ ସମ୍ବନ୍ଧରେ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତିର ରାଶି ଦ୍ଵାରା ହିଁ ସେହି ବ୍ୟକ୍ତି ର ସ୍ଵଭାଵ ଏବଂ ଗୁଣ ନିର୍ଭର କରିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ମେଷ, ବୃଷ ଏବଂ ମିଥୁନ ଏହି ୩ଟି ରାଶି ଥିବା ବ୍ୟକ୍ତି ଙ୍କ ସମ୍ବନ୍ଧରେ ଜଣାଇବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା-

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ‘ମେଷ ରାଶି’ ସମ୍ବନ୍ଧରେ । ଏହି ରାଶି ର ସ୍ୱାମୀ ଗ୍ରହ ମଙ୍ଗଳ ଗ୍ରହ ଅଟେ । ଏହି ରାଶିକୁ ପରାକ୍ରମୀ ଏବଂ ଉତ୍ସାହ ର କାରକ ବୋଲି ମାନି ନିଆ ଯାଇଥାଏ । ଏହି କାରଣରୁ ହିଁ ଏହି ରାଶି ସର୍ବଦା ଜୀବନରେ ସକାରାତ୍ମକ ଉର୍ଜା ର ସୃଷ୍ଟି କରିଥାଏ । ମେଷ ରାଶିର ଚିନ୍ହ ‘ମେଣ୍ଢା’ ଅଟେ । ଯାହା ନିର୍ଭୀକତା ର ପ୍ରତୀକ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜ ଚିନ୍ହ ଅନୁସାରେ ହିଁ ନିଜ ଜୀବନ ଅତିବାହିତ କରନ୍ତି ।

ଏମାନେ କୌଣସି ବ୍ୟକ୍ତି ଉପରେ ନିର୍ଭରଶୀଳ ରୁହନ୍ତି ନାହିଁ ଏବଂ ନିଜ ହିସାବରେ ଜୀବନ ବଂଚିବାକୁ ପସନ୍ଦ କରନ୍ତି । ଏମାନଙ୍କ ମତରେ କୌଣସି ମତଭେଦ ଆସିଲେ ଏମାନେ ଆଦୋୖ ପସନ୍ଦ କରନ୍ତି ନାହିଁ । ମେଷ ରାଶି ର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟ କୁ ସଠିକ ଭାବରେ ସମ୍ପାଦନ କରିଥାନ୍ତି ଏବଂ ଏଥି ନିମନ୍ତେ ଅନ୍ୟ କୌଣସି ବ୍ୟକ୍ତି ର ସାହାଯ୍ୟ ଲୋଡ଼ନ୍ତି ନାହିଁ । ଏହି ବ୍ୟକ୍ତି ମାନେ ନିଜର ସମସ୍ତ କାର୍ଯ୍ୟ ରେ ସତର୍କତା ଅବଲମ୍ବନ କରନ୍ତି ଏବଂ ସତର୍କତା ର ସହିତ ଏମାନେ ସମସ୍ତ କାର୍ଯ୍ୟ କୁ ପୂରଣ କରିଥାନ୍ତି ।

ମେଷ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଉଦାର ସ୍ଵଭାବ ର ହୋଇଥାନ୍ତି ଏବଂ ଏମାନେ କୌଣସି କାର୍ଯ୍ୟ ଉତ୍ତେଜନା ର ସହିତ ଶୀଘ୍ର କରିବାକୁ ପସନ୍ଦ କରନ୍ତି ନାହିଁ । ଏହି ରାଶିର ନିରୀକ୍ଷଣ ଶକ୍ତି ବହୁତ ଅଧିକ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜର ଯୋଗ୍ୟତା ଦେଖାଇବା ନିମନ୍ତେ ସର୍ବଦା ସୁଯୋଗ ଖୋଜିଥାନ୍ତି । ଏହି ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ହାସଲ କରିଥାନ୍ତି । ବ୍ୟାପର କ୍ଷେତ୍ରରେ ମଧ୍ୟ ଏମାନେ ସଫଳତା ହାସଲ କରନ୍ତି ।

ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ମନ ପସନ୍ଦ ର ଜୀବନ ସାଥି ମିଳିନଥାଏ । ତେଣୁ ଏମାନଙ୍କ ବୈବାହିକ ଜୀଵନ ବେଳେବେଳେ କଳହ ରେ ଲିପ୍ତ ହୋଇଯାଏ । ଏହି ରାଶିକୁ ସମାଜରେ ପ୍ରତିଷ୍ଠା ଲାଭ ହୋଇଥାଏ । ମେଷ ରାଶି ର ଶୁଭ ରଙ୍ଗ- ଧଳା, ଶୁଭ ସଂଖ୍ୟା- ୯ ଶୁଭ ଦିନ- ମଙ୍ଗଳବାର ଏବଂ ଶୁଭ ରତ୍ନ-ମୁଙ୍ଗା ଅଟେ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ‘ବୃଷ ରାଶି’ ସମ୍ବନ୍ଧରେ । ବୃଷ ରାଶିର ଚିନ୍ହ ‘ଷଣ୍ଢ’ ଅଟେ । ଏହି ଚିନ୍ହ ପରିଶ୍ରମୀ ଏବଂ ବୀରତ୍ବର ପ୍ରତୀକ ଅଟେ । ବୃଷଭ ପ୍ରାୟ ସମୟ ଶାନ୍ତ ରହିଥାଏ କିନ୍ତୁ ଯଦି କୌଣସି କଥାରେ ତାଙ୍କୁ କ୍ରୋଧ ଆସିଥାଏ ତେବେ ସେ ନିଜର ଉଗ୍ର ରୂପ ଧାରଣ କରିଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ମଧ୍ୟ ଠିକ ଏହି ସ୍ୱଭାବ ର ହୋଇଥାନ୍ତି । ବୃଷ ରାଶିର ବ୍ୟକ୍ତି ମାନଙ୍କ ଚେହେରା ସର୍ବଦା ଖୁସି ରେ ପରିପୂର୍ଣ୍ଣ ରହିଥାଏ ଏବଂ ଏମାନଙ୍କ ତ୍ୱଚା ବହୁତ କୋମଳ ହୋଇଥାଏ ଏବଂ ଏହା ସହିତ ଏମାନଙ୍କ ଓଠ ମଧ୍ୟ ବହୁତ କୋମଳ ହୋଇଥାଏ ।

ବୃଷ ରାଶି ର ବ୍ୟକ୍ତି ମାନଙ୍କ ସ୍ୱଭାବ ବହୁତ ଶାନ୍ତ ହୋଇଥାଏ । ଏମାନେ ନିଜ ବ୍ୟକ୍ତିତ୍ୱ ରେ ସମସ୍ତ ବ୍ୟକ୍ତି ଙ୍କ ହୃଦୟ କୁ କିଣି ନେଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ତାଙ୍କୁ ସହଜରେ ବୋକା ବନାଯାଇ ପାରେ ନାହିଁ । ବୃଷ ରାଶିର ବ୍ୟକ୍ତି ମାନଙ୍କ ର କଳା କ୍ଷେତ୍ର ରେ ବହୁର ରୁଚି ରହିଥାଏ ଏବଂ ଏମାନେ ବିବିଧ ଘଟଣା ସମ୍ପର୍କରେ ଜାଣିବାକୁ ପସନ୍ଦ କରିଥାନ୍ତି । ବୃଷ ରାଶି ର ବ୍ୟକ୍ତି ମାନେ ବହୁତ ଜିଦ୍ଦି ସ୍ଵଭାବ ର ହୋଇଥାନ୍ତି ଏବଂ ଏମାନେ ବହୁତ ଅଳସୁଆ ମଧ୍ୟ ହୋଇଥାନ୍ତି ।

ବୃଷ ରାଶିର ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଅନ୍ୟର ସାହାଯ୍ୟ କରିଥାନ୍ତି । ବୃଷ ରାଶିର ବ୍ୟକ୍ତି ମାନେ ମିଛ ଭଲ ପାଇବାକୁ ଘୃଣା କରନ୍ତି ଏବଂ ଏମାନେ ନିଜ ବୈବାହିକ ଜୀବନ ରେ ସମସ୍ତ ଖୁସି ପାଇବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି । ଏହି ରାଶିର ବ୍ୟକ୍ତି ଅତ୍ୟନ୍ତ ବିଶ୍ୱାସନୀୟ ଅଟନ୍ତି । ବୃଷ ରାଶିର ଶୁଭ ରଙ୍ଗ- ନୀଳ, ଶୁଭ ସଂଖ୍ୟା- ୬, ଶୁଭ ଦିନ- ଶୁକ୍ରବାର ଏବଂ ଶୁଭ ରତ୍ନ- ହୀରା ଅଟେ ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ‘ମିଥୁନ ରାଶି’ ସମ୍ବନ୍ଧରେ । ମିଥୁନ ରାଶିର ଚିନ୍ହ ‘ଜାଆଁଳା’ ଅଟେ । ମିଥୁନ ରାଶି ର ବ୍ୟକ୍ତି ମାନେ ଆକର୍ଷଣୀୟ ହୋଇଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନେ ସମସ୍ତଙ୍କ ସହ ଖୁବ ଶୀଘ୍ର ବନ୍ଧୁତା ସ୍ଥାପନ କରିଥାନ୍ତି । ମିଥୁନ ରାଶିର ବ୍ୟକ୍ତି ମାନେ ନିଜ ସ୍ୱଭାବ ପାଇଁ ପ୍ରଶଂସନୀୟ ହୋଇଥାନ୍ତି ଏବଂ ଏହି ରାଶିର ବ୍ୟକ୍ତି ମାନେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ହୋଇଥାନ୍ତି । ମିଥୁନ ରାଶିର ବ୍ୟକ୍ତି ମାନେ ସାହସୀ ହୋଇ ନଥାନ୍ତି ।

ଏହି ରାଶି ର ବ୍ୟକ୍ତି ମାନେ ଯେ କୌଣସି ବି କାର୍ଯ୍ୟ ରେ ହାତ ଦେଇଥାନ୍ତି ସେହି କାର୍ଯ୍ୟ କୁ କେବେବି ପୂରଣ କରନ୍ତି ନାହିଁ ଅଧାରେ ଛାଡ଼ି ଦେଇଥାନ୍ତି । ମିଥୁନ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି ଏବଂ ଏହା ସହିତ ଏମାନେ ଦୃଢ଼ ସଂକଳ୍ପି ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ଧାର୍ମିକ ଅଟନ୍ତି । ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ବ୍ୟବସାୟ ଅପେକ୍ଷା ଚାକିରୀ କ୍ଷେତ୍ରରେ ଅଧିକ ସଫଳତା ପ୍ରାପ୍ତ ହୋଇଥାଏ । ମିଥୁନ ରାଶିର ବ୍ୟକ୍ତି ମାନେ ପ୍ରାୟତଃ ପ୍ରେମରେ ଅସଫଳ ହୋଇଥାନ୍ତି ।

ଏହି ରାଶିର ବ୍ୟକ୍ତି ମାନେ ଏକ ରୁ ଅଧିକ ପ୍ରେମ ସମ୍ପର୍କ ସ୍ଥାପନ କରିଥାନ୍ତି ଯେଉଁ କାରଣରୁ ତାଙ୍କ ପ୍ରେମ ସମ୍ପର୍କ କେବେବି ସଫଳ ହୋଇନଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜ ପରିବାର ଠାରୁ କେବେବି ଭଲ ପରିଣାମ ପାଇ ପାରନ୍ତି ନାହିଁ । ମିଥୁନ ରାଶିର ଶୁଭ ରଙ୍ଗ- ହଳଦିଆ, ଶୁଭ ସଂଖ୍ୟା- ୫, ଶୁଭ ଦିନ- ବୁଧବାର ଏବଂ ଶୁଭ ରତ୍ନ- ପନ୍ନା ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।