ଭାଗବତ ଗୀତାରେ ଆମିଷ ଖାଇବା ପାପ କି ନୁହେଁ ? ଜାଣନ୍ତୁ କଣ କୁହନ୍ତି ଶ୍ରୀକୃଷ୍ଣ- Geeta Bani

ଦୁନିଆରେ ନିରାମିଷ ହେଉ ବା ଆମିଷ ହେଉ ଏଥିରୁ କେଉଁଟା ଉପଯୁକ୍ତ ଅଟେ । ଏହି ବିଷୟରେ ବହୁତ ସମୟରୁ ବିବାଦ ଉପୁଜି ଆସିଛି । ଆଜି ଆମେ ଆପଣଙ୍କୁ ବେଦ ଓ ବିଜ୍ଞାନ ଅନୁସାରେ ନିରାମିଷ ଭଲ କି ଆମିଷ ମନୁଷ୍ୟ ପାଇଁ ଉପଯୁକ୍ତ ଅଟେ ସେ ବିଷୟରେ ବର୍ଣ୍ଣନା କରିବୁ । ସନାତନ ଧର୍ମରେଜୀବହ  ତ୍ୟାକୁମହା ପାପ ବୋଲି ବିବେଚନା କରା ଯାଇଛି । ବେଦରେ ଆମିଷ ଭକ୍ଷଣଙ୍କୁ ବାରଣ କରାଯାଇଛି । ରୁକ ବେଦରେ କୁହା ଯାଇଛି ଯେଉଁ ମନୁଷ୍ୟ ପଶୁ ର ମାଂସ ଖାଇ ନିଜ ଶରୀରର ଭାଗ ବଣାଇ ଥାଏ ।

ଗୋ ହତ୍ୟା କରି ଅନ୍ୟ ମାନଙ୍କ ତାର କ୍ଷୀରରୁ ବଂଚିତ କରିଥାଏ , ହେ ଅଗ୍ନିଶ୍ଵରୂପ ରାଜା ଯଦି ସେହି ଦୁଷ୍ଟ ବ୍ୟକ୍ତି କୌଣସି ପ୍ରକାର ନଶୁଣେ ତେବେ ଆପଣ ତାର ମସ୍ତକକୁ ତାର ଶରୀରରୁ ଅଲଗା କରିଦିଅନ୍ତୁ । ସେହି ପରି ଭଗବତ ଗୀତାରେ କୌଣସି ଭୋଜନକୁ କରିବାରେ କୌଣସି ବାରଣ ନାହିଁ । ଏଥିରେ ଭୋଜନକୁ ତିନି ଭାଗରେ ବିଭକ୍ତ କାରାଯାଇଛି । ଯଥା ଶାତ୍ଵିକ , ରାଜଶି , ତାମସିକ । ଗୀତାର ୧୭ତମ ଅଧ୍ୟାୟର ଦ୍ଵିତୀୟ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଯେ ଶାତ୍ଵିକ ଭୋଜନ ଦ୍ୱାରା ବଳ , ବୁଦ୍ଧି , ଆୟୁ ସ୍ୱାସ୍ଥ୍ୟ ଓ ତୃପ୍ତି ବୃଦ୍ଧି ପାଇଥାଏ ।

ଏହା ସର୍ବ ଶ୍ରେଷ୍ଠ ଭୋଜନ ହୋଇଥାଏ ଓ ଏହାକୁ ବିଦ୍ୱାନ ବ୍ୟକ୍ତି ମାନେ ହିଁ ଗ୍ରହଣ କରିଥାନ୍ତି । ଏହି ଭୋଜନରେ କ୍ଷୀର ଦ୍ୱାରା ପ୍ରସ୍ତୁତ ଖାଦ୍ୟ , ଫଳ , ପନି ପରିବା ,ଧନ ସମ୍ବନ୍ଧୀୟ ଖାଦ୍ୟ ଶାତ୍ଵିକ ଆହାର ହୋଇଥାଏ । ଗୀତାର ନବମ ଶ୍ଳୋକ ରେ କୁହାଯାଇଛି ଯେତେବେଳେ ସକାହାରି ଭୋଜନ ଅତ୍ୟଧିକ ଖଟା , ମସଲା ଜାତୀୟ ହୋଇଥାଏ ଏହା ଶାତ୍ଵିକ ରୁ ରାଜଶି ଭୋଜନ ହୋଇଯାଏ ।ଏହି ଭୋଜନ ଦ୍ୱାରା ଭୋକ ମେଂଟେ ନାହିଁ କେବଳ ଭୋଜନ କୁ ଉପଭୋଗ କରାଯାଏ ।

ଦଶମ ଶ୍ଳୋକରେ କୁହାଯାଇଛି ଯେଉଁ ଭୋଜନ ଅଧ ସିଝା , ଦୁର୍ଗନ୍ଧ ଯୁକ୍ତ ଓ ବାସି ହୋଇଥାଏ ଏହାକୁ ତାମସିକ ଭୋଜନ କୁହା ଯାଏ । ଏହି ଭୋଜନରେ ମଦ , ମାଂସ ଜାତୀୟ ଖାଦ୍ୟ ଥାଏ । ଏଥିରୁ ଆମେ ଯେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରିବା ଆମର ପ୍ରକୃତି ସେହି ଭଳି ରହିବ । ଅର୍ଥାତ ତାମସିକ ଖାଦ୍ୟ ଗ୍ରହଣ କଲେ ଆମ ମନ ସବୁବେଳେ ଉତ୍ତେଜିତ ଓ କ୍ରୋଧି ପ୍ରକୃତିର ହୋଇଥାଏ । ମନୁଷ୍ୟର ଭ୍ରାନ୍ତ ଧାରଣା ଥାଏ କି ମନୁଷ୍ୟ ଶାନ୍ତିପ୍ରିୟ ପଶୁ ର ମାଂସ ଆହାର କରିବା ଦ୍ୱାରା ତାର ମନ ମଧ୍ୟ ଶାନ୍ତ ରହିବ କିନ୍ତୁ ଏହା ନୁହେଁ କାହିଁକି ନା କୌଣସି ପଶୁକୁ ହତ୍ୟା କରିବା ବେଳେ ତାର ମନ ରେ ଭୟ , ହିଂସା ଓ ବିଦ୍ରୋହ ଭାବନା ଜାତ ହୋଇଥାଏ ।

ସେହି ପରି ଆମେ ତାର ମାଂସ ଖାଇଲେ ଆମର ମଧ୍ୟ ସେହି ଭଳି କ୍ରୋଧ ଭାବନା ଜାତ ହୋଇଥାଏ । ଏଥି ପାଇଁ ଏହି ଖାଦ୍ୟ ଆହାର କଲେ ଶାନ୍ତି ମିଳେ ନାହିଁ । ଅନ୍ୟ ଧର୍ମ ତଥା ସନାତନ ଧର୍ମ ଭଳି ବହୁତ ଏପରି ଧର୍ମ ଅଛି ଯେଉଁ ମାନେକି ସକାହାରି ଅଟନ୍ତି ।  ଯୀଶୁ ନିଜେ ନିରାମିଷ ଥିଲେ କିନ୍ତୁ ଖ୍ରୀଷ୍ଟିଆନ ମାନେ ଦିନ ପରେ ଦିନ ବିତିବା ପରେ ଆମିଷ ଆହାରଣ କରିବା ଆରମ୍ଭ କରିଦେଲେ । ସେହି ପରି ବୁଦ୍ଧ ଧର୍ମରେ ବି ଆମିସ ଭକ୍ଷଣର ବାରଣ ହୋଇଥାଏ । ନିଜେ ବୁଦ୍ଧ ଦେବ ବି ନିରାମିଷ ଥିଲେ ।

ବନ୍ଧୁଗଣ ଆଶା କରୁଛି ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ