ପ୍ରେମ କୌଣସି ପ୍ରତିବନ୍ଧକ ମାନେ ନାହିଁ । ସବୁ ବାଧାବିଘ୍ନକୁ ପାର୍ କରି ବିଜୟୀ ହେବାର ତାକତ ପ୍ରେମ ପାଖେ ରହିଛି । ଯାହାକୁ ଏହି ସୁନ୍ଦର ଲଭଷ୍ଟୋରି ସତ୍ୟ ପ୍ରତିପାଦନ କରୁଛି । ମୁସ୍କାନ ଓ ଆମିରଙ୍କ ପ୍ରେମ କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଖୁସିରେ ଭିଜିଯିବ । ମୁସ୍କାନ ହେଉଛନ୍ତି ୨୦ ବର୍ଷୀୟ ଜଣେ ପାକିସ୍ତାନୀ ଯୁବତୀ ଏବଂ ୨୫ ବର୍ଷୀୟ ଆମିର ମୁସ୍କାନଙ୍କ ଘରେ ସହାୟକ ଭାବେ କାମ କରନ୍ତି । କିନ୍ତୁ ସେ ସାଧାରଣ କର୍ମଚାରୀ ନୁହନ୍ତି ବରଂ ମୁସ୍କାନ ପାଇଁ ତାଙ୍କର ସବୁକିଛି ଅଟନ୍ତି ।

ମୁସ୍କାନ ଆମିରଙ୍କୁ ସବୁଠୁ ବେଶୀ ବିଶ୍ବାସ କରନ୍ତି । ତାଙ୍କ ବିଶ୍ବାସ ଏତେ ବଢିଯାଇଛି ଯେ ସେ ଆମିରଙ୍କୁ ପ୍ରେମ କରି ବସିଛନ୍ତି । ଆମିରଙ୍କ ସଚ୍ଚୋଟପଣିଆ ଓ ସାଧୁତାରେ ମୁସ୍କାନ ବେଶ ପ୍ରଭାବିତ । ମୁସ୍କାନଙ୍କ କହିବା ଅନୁଯାୟୀ, ଆମିର ତାଙ୍କ ଘରେ ମେଣ୍ଢା ଚରାଇବା କାମ କରୁଥିଲେ । ଚାରୋଟି ମେଣ୍ଢା ଚରାଇବା ସହ ତାଙ୍କର ଯତ୍ନ ନେବା ହିଁ ତାଙ୍କର କାମ ଥିଲା । କିନ୍ତୁ ଆମିରଙ୍କ ରୂପ, ଗୁଣ, ବ୍ୟବହାର ଓ ସଚ୍ଚୋଟପଣିଆ ତାଙ୍କୁ ବେଶ ଆକର୍ଷିତ କରିଥିଲା ।
ଆମିର କୌଣସି କାମରେ କେବେବି ହେରାଫେରି କରନ୍ତି ନାହିଁ । ଖାସ୍ ସେଥିପାଇନ ଆମିରଙ୍କୁ ହୃଦୟ ଦେଇ ବସିଥିଲେ ମୁସ୍କାନ । ଏମିତିକି ତାଙ୍କୁ ପ୍ରେମ ନିବେଦନ କରି ବାହାଘର ପ୍ରସ୍ତାବ ମଧ୍ୟ ଦେଇଥିଲେ । ଆଉ ମୁସ୍କାନଙ୍କ କଥା ଶୁଣି ପ୍ରଥମେ ଆମିର ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏବେ ମୁସ୍କାନ ଏବଂ ଆମିରଙ୍କ ପ୍ରେମ କାହାଣୀ ସବୁଠୁ ଚର୍ଚ୍ଚାରେ ରହିଛି ।

ମାଲିକାଣୀ ଯେ ତାଙ୍କୁ ବିବାହ ପାଇଁ କହିବେ ଏକଥା ବିଶ୍ବାସ କରିପାରୁ ନଥିଲେ ଆମିର । ପ୍ରେମ ନିବେଦନର ଉତ୍ତର ଦେବା ପାଇଁ ମୁସ୍କାନ ଆମିରଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଅନେକ ଚିନ୍ତା କରିବା ପାଇଁ ପରିବାର ଲୋକଙ୍କ ପରାମର୍ଶ ନେଇ ବିବାହ ପାଇଁ ରାଜି ହୋଇଥିଲେ ଆମିର । ଆଉ ମୁସ୍କାନ ମାଆ ମଧ୍ୟ ନିଜ ଘରର ଭୃତ୍ୟ ହାତରେ ଝିଅକୁ ଟେକି ଦେବା ପାଇଁ ତିଳେ ହେଲେ ବି ସଙ୍କୋଚ କରି ନଥିଲେ । କାରଣ ଆମିରଙ୍କ ସଚ୍ଚୋଟପଣିଆ ବାବଦରେ ତାଙ୍କୁ ଅଛପା ନଥିଲା ଏବଂ ସେ ବି ଆମିରଙ୍କୁ ବେଶ ପସନ୍ଦ କରୁଥିଲେ ।
ଆଉ ସେମାନଙ୍କ ବିବାହ ପରେ ଆମିର ଏବେ ଆଉ ମେଣ୍ଢା ଚରାଉ ନାହାନ୍ତି । ମୁସ୍କାନ କୁହନ୍ତି ଆମିରଙ୍କୁ ପାଇ ସେ ସବୁକିଛି ପାଇଛନ୍ତି । ପ୍ରେମ ନା ସାନ ବଡ ଦେଖେ ନା ଧନୀ ଗରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।