ମୀନ ରାଶି (Pisces) ମାସିକ ରାଶିଫଳ April 2022, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଗ୍ରହଙ୍କ ସ୍ଥିତି ଓ ଚଳନ ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ କେବେ ସୁଖ ଆସେ ତ ଆଉ କେବେ ଦୁଃଖ ମାଡି ଆସେ । ଜ୍ଯୋତିଷ ଅନୁସାରେ ସେହି ଗ୍ରହଙ୍କ ସ୍ଥିତି ଓ ଚଳନକୁ ଆଧାର କରି ବ୍ୟକ୍ତିଙ୍କର ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଆକଳନ କରି ହୁଏ । ତେବେ ଆସନ୍ତୁ ଜାଣିବା ୨୦୨୨ ଏପ୍ରିଲ ମାସଟି ମୀନ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ମୀନ ରାଶିର ଏକ ଜଳତତ୍ତ୍ଵର ରାଶି ହୋଇଥିବାରୁ ଏମାନଙ୍କ ସ୍ଵଭାବ ମଧ୍ୟ ଜଳ ପରି ହୋଇଥାଏ । ଅର୍ଥାତ ଏମାନେ ସମସ୍ତଙ୍କୁ ସାହାଯ୍ୟ କରି କରି ଚାଲନ୍ତି । ଏମାନଙ୍କ ମଧ୍ୟରେ ଖୁବ ଆଗକୁ ବଢିବାର ଉତ୍ସାହ ରହିଥାଏ ଓ ଦୟାଳୁ ମଧ୍ୟ ହୋଇଥାନ୍ତି । ପରୋପକାରୀ ଓ ଦୟାଳୁ ଗୁଣ ଯୋଗୁଁ ବେଳେବେଳେ ଅନ୍ୟକୁ ସାହାଯ୍ୟ କରି ଅସୁବିଧାରେ ମଧ୍ୟ ପଡିଥାନ୍ତି । ବେଳେବେଳେ ପରିବାର ପାଇଁ ହେଉ କି କର୍ମକ୍ଷେତ୍ରରେ ସବୁ ତ୍ୟାଗ କରି ମଧ୍ୟ ନିନ୍ଦା ପାଇଥାନ୍ତି ।

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୨ ଏପ୍ରିଲ ମାସଟି ମଧ୍ୟମ ଧାରଣର ଫଳ ପ୍ରଦାନ କରିବ । କ୍ଯାରିୟ କ୍ଷେତ୍ରରେ କଠିନ ସ୍ଥିତିର ସାମ୍ନା କରିବାକୁ ପଡିବ । ବିଦ୍ୟାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ଏହି ମାସରେ ଶିକ୍ଷା କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିବ । କିନ୍ତୁ ଏବେ କରିଥିବା ପରିଶ୍ରମର ଭବିଷ୍ୟତରେ ସଂପୂର୍ଣ୍ଣ ଫଳପ୍ରାପ୍ତି ହେବ ।

ମାସର ପୂର୍ବାର୍ଦ୍ଧରେ ପ୍ରାଇଭେଟ କ୍ଷେତ୍ରରେ ଥିବା ବ୍ୟକ୍ତଙ୍କୁ ମାନସିକ ଚିନ୍ତାର ବୃଦ୍ଧି ଘଟିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣ କୌଣସି ଷଡଯନ୍ତ୍ରର ଶିକାର ମଧ୍ୟ ହୋଇପାରନ୍ତି । ସେଥିପାଇଁ ଆପଣଙ୍କୁ ବିଶେଷ ସାବଧାନ ରହିବାକୁ ହେବ । କିନ୍ତୁ ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ମାସଟି ଉତ୍ତମ ଏବଂ ଅନୁକୂଳ ରହିବ । ବ୍ୟବସାୟରେ ପ୍ରତିଦ୍ଵନ୍ଦୀ ବୃଦ୍ଧି ପାଇବେ କିନ୍ତୁ ଆପଣ ନିଜ ପରିଶ୍ରମ ବଳରେ ସଫଳ ହେବେ ।

ମାସର ଉତ୍ତାରାର୍ଦ୍ଧରେ ସରକାରୀ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ପ୍ରାପ୍ତ ହେବ ଏବଂ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ବେଶ ଶୁଭ ଫଳଦାୟକ ରହିଛି ।

ଆମଦାନୀରେ ବୃଦ୍ଧି ହେବା ସହ କୌଣସି ସ୍ଥାନରୁ ଗୁପ୍ତଧନ ପ୍ରାପ୍ତ ହେବାର ଯୋଗ ମଧ୍ୟ ବନୁଅଛି । କିନ୍ତୁ ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ବଜାୟ ରଖନ୍ତୁ । କୌଣସି ବଡ ନିର୍ଣ୍ଣୟ ନେବା ଆଗରୁ ଗୁରୁଜନ ମାନଙ୍କର ପରାମର୍ଶ ଅବଶ୍ୟ ନିଅନ୍ତୁ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ ଓ ଉଚ୍ଚ ନୀଚର ସ୍ଥିତି ଦେଖା ଦେଇପାରେ ।

ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ପ୍ରତ୍ଯେକ ଦିନ ଭଗବାନ ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରି ତୁଳସୀ ଜଳ ଅର୍ପଣ କରନ୍ତୁ ଏବଂ ଛୋଟ ପିଲାଙ୍କୁ କିଛି ମିଠା ଜାତୀୟ ଖାଦ୍ଯ ଖାଇବାକୁ ଦିଅନ୍ତୁ, ଦେଖିବେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।