ମେଡିକାଲ ଯାଉଛି କହି Tapaswini ଙ୍କୁ ଛାଡି କୁଆଡେ ଫେରାର ହେଲେ Sumit ? ଦେଖନ୍ତୁ ଗତ 7 ଦିନ ମଧ୍ୟରେ ଏମିତି କଣ ହୋଇଥିଲା ?

ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ପୁଣି ଦେଖା ଦେଇଛି ଚାଞ୍ଚଲ୍ୟ । ତପସ୍ଵିନୀଙ୍କୁ ଛାଡି ଫେରାର ହୋଇ ଯାଇଛନ୍ତି ସ୍ଵାମୀ ସୁମିତ । ପତ୍ନୀ ତପସ୍ଵିନୀଙ୍କ ଅଭିଯୋଗ ମୁତାବକ ଆଜି ସକାଳୁ ସୁମିତ କୁଆଡେ ଚମ୍ପଟ ମଆରିଛନ୍ତି । ତପସ୍ଵିନୀ ଦୀର୍ଘ ଦିନ ସୁମିତଙ୍କ ଘର ସାମନାରେ ବସି ରହିବା ପରେ କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ସାତ ଦିନ ଏକାଠି ରହିବା ପାଇଁ ଆଦେଶ ଦେଇଥିଲେ । ସେମାନଙ୍କ ଆଦେଶ ମୁତାବକ ପୋଲିସକର୍ମୀଙ୍କ ସୁରକ୍ଷା ଘେରରେ ଗତ ସାତ ଦିନ ଏକାଠି ରହି ଆସୁଥିଲେ ସୁମିତ ଓ ତପସ୍ଵିନୀ ।

ତେବେ ସାତ ଦିନ ସଂପୂର୍ଣ୍ଣ ହେବା ପରେ ଗତ କାଲି କୋର୍ଟ ସେମାନଙ୍କୁ ଆହୁରି କିଛି ଦିନ ଏକାଠି ରହିବାକୁ ଆଦେଶ ଦେଇଥିଲେ । ଏହାସହ ସେମାନଙ୍କ ପରିବାରବର୍ଗ ମଧ୍ୟ ସେମାନଙ୍କୁ ଦେଖା କରିପାରିବେ ବୋଲି କୋର୍ଟ ଶୁଣାଣି କରିଥିଲେ । କାରଣ ସାତଦିନ ପୂର୍ବରୁ କୋର୍ଟ ଦେଇଥିବା ଆଦେଶ ଅନୁଯାୟୀ ଉଭୟଙ୍କ ଘରଲୋକ କେହି ମଧ୍ୟ ତାଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲା ।

ତେବେ ଗତକାଲି ସାତଦିନ ଅବଧି ପୂର୍ଣ୍ଣ ହେବା ପରେ ସେମାନେ ଏକାଠି ରହିପାରିବେ ଏବଂ ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ଦେଖା କରିପାରିବେ ବୋଲି କୋର୍ଟ କହିଥିଲେ । ଆଜି ସକାଳେ କିଛି ମେଡିକାଲକୁ ଯାଉଛନ୍ତି ବୋଲି କହି ଏବଂ କିଛି ମେଡ଼ିସିନ ଆଣିବାକୁ ଅଛି ବୋଲି କହି ସୁମିତ ଘରୁ ବାହାରି ଯାଇଥିଲେ । କିନ୍ତୁ ଯେତେବେଳେ ପରବର୍ତ୍ତୀ ସମୟରେ ପତ୍ନୀ ତପସ୍ଵିନୀ ତାଙ୍କୁ ଯୋଗାଯୋଗ କରିଥିଲେ ତାଙ୍କ ଫୋନ ଲାଗି ନଥିଲା ।

ସୁମିତଙ୍କ ଫୋନ ନ ଲାଗିବାରୁ ସେ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଠାରୁ ସେ ଯାହା ଶୁଣିଥିଲେ ହତବାକ୍ ହୋଇ ଯାଇଥିଲେ । ସୁମିତ ଘରେ ନାହାନ୍ତି କି ତାଙ୍କ ଫୋନ ଲାଗୁନି ଏବଂ ହସ୍ପିଟାଲରେ ମଧ୍ୟ ନାହାନ୍ତି । ତେବେ ସୁମିତ ଏବେ କେଉଁଠି ଅଛନ୍ତି କୌଣସି ବନ୍ଧୁ ପରିଜନ କିମ୍ବା ପରିବାର ଲୋକଙ୍କ ପାଖରେ ଅଛନ୍ତି ତାକୁ ନେଇ ଉଠୁଛି ପ୍ରଶ୍ନ । ସୁମିତ ଗଲେ କୁଆଡେ ? କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ଯ କଲେ କି କି ସୁମିତ ? ଏମିତି କାହିଁକି କଲେ ସୁମିତ ?

ଏହି ସବୁ ପ୍ରଶ୍ନ ଏବେ ସାମସ୍ତଙ୍କ ମନରେ ଉଠିବାକୁ ଲାଗୁଛି । ସାତ ଦିନ ହେବ ଗୋଟିଏ ଘରେ ଏକାଠି ରହିଥିଲେ ତପସ୍ଵିନୀ ଓ ସୁମିତ । କିନ୍ତୁ କୋର୍ଟ ଯେତେବେଳେ ପୁନର୍ବାର ନିର୍ଦ୍ଦେଶ ଦେଲା ଯେ ସେମାନେ ଏକାଠି ରହିବେ ଏବଂ ପରିବାର ମଧ୍ୟ ସେମାନଙ୍କ ପାଖକୁ ଆସିପାରିବେ ତେବେ ସୁମିତ କାହିଁକି ଛୁ ମାରିଲେ ? ଏହା ତ କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।