ମେଦ ବହୁଳ ବ୍ୟକ୍ତିଙ୍କୁ କରୋନା ରିସ୍କ, ଜାଣନ୍ତୁ କଣ କରିବେ ଓ କଣ କରିବେନି ? Dr Gourav Das

ଦୁଇ ପ୍ରକାରର ରୋଗୀ ଥାଆନ୍ତି । ସେଥିମଧ୍ୟରୁ ମେଦ ବହୁଳ ବ୍ୟକ୍ତିଙ୍କୁ କରୋନା ହେବାର ଅଧିକ ସମ୍ଭାବନା ଥାଏ ଯାହା ୪୬% ଅଧିକ ସମ୍ଭାବନା ଥାଏ । ଯେଉଁଠି ସାଧାରଣ ଲୋକଙ୍କୁ ନହୋଇ ଆପଣଙ୍କୁ ହେବ । ସାଧାରଣତଃ ଲୋକମାନଙ୍କୁ କରୋନା ଆକ୍ରାନ୍ତ କରିଛି ସେଥିରେ ୪୬% ମେଦ ବହୁଳ ବ୍ୟକ୍ତି ଅଛନ୍ତି ।

୧୧୩% ରୁ ଅଧିକ ରୋଗୀ ଏମାନଙ୍କ ଭିତରୁ ସେମାନେ ଆଇସିୟୁ କୁ ଯାଇଥିଲେ ଏବଂ ସେଥିରେ ୭୪% ରୋଗୀ ମୃତ୍ୟୁ ବରଣ କରିଥିଲେ । ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ୪୬% ବ୍ୟକ୍ତିଙ୍କୁ ହୋଇପାରେ କରୋନା । ଏହା ମେଦ ବହୁଳ ରୋଗୀଙ୍କ ପାଇଁ ମାରାତ୍ମକ ରୋଗ । ଏହା ଏଥିପାଇଁ ମାରାତ୍ମକ ହୋଇଥାଏ ଯେଉଁ ମେଦ ବହୁଳ ବ୍ୟକ୍ତି ଥାଆନ୍ତି ସେମାନେ ତାଙ୍କ ସହ ଅନେକ ପ୍ରକାର ସମସ୍ୟା ଧରି ବୁଲନ୍ତି ।

ପ୍ରଥମେ ରୋଗ ପ୍ରତିରୋଧକ ଶକ୍ତି ସମସ୍ୟା ଥାଏ, ଦ୍ଵିତୀୟରେ ବିପାକ କ୍ରିୟା ସମସ୍ୟା ଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଥାଏ । ମେଦ ବହୁଳ ରୋଗୀଙ୍କ ପେଟ ବଡ଼ ଥାଏ ଏବଂ ଚର୍ବି ଅଧିକ ହେବା କାରଣରୁ ସେମାନଙ୍କର ବିପାକ କ୍ରିୟାରେ ସମସ୍ୟା ଦେଖାଦିଏ ।

ଉଦାହରଣ ଦେଇ କହିଲେ ଯଦି ସେହି ବ୍ୟକ୍ତିଙ୍କ ମଧୁମେହ ରୋଗ ଅଛି ତେବେ ଏହା ଅତି ଶିଘ୍ର ଆପଣଙ୍କୁ ଆକ୍ରାନ୍ତ କରିବ । ସେହି ରୋଗୀଙ୍କର ଏହି ସମସ୍ୟା ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇଥାଏ । ଓଏସଏ ଏହି ରୋଗ ସହିତ ଆଜିକାଲି ରୋଗୀଙ୍କୁ ମୁକାବିଲା କରିବା ବହୁତ କଷ୍ଟକର ହୋଇ ପଡୁଛି ।

ମାନେ ଏହା ଏକ ଏମିତି ରୋଗ ଯେତେବେଳେ ରୋଗୀ ମାନେ ରାତିରେ ଶୁଅନ୍ତି ସେତେବେଳେ ଏମାନଙ୍କ ନିଃଶ୍ବାସ ପ୍ରଶ୍ବାସ ୩-୪ ଥର ବନ୍ଦ ହୋଇଯାଏ । ସେହିଭଳି ରୋଗୀଙ୍କୁ ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ । ଯଦି ସେହି ବ୍ୟକ୍ତିର ଅଧିକ ଓଜନ ଅଛି ତେବେ ସେହିପରି ବ୍ୟକ୍ତିଙ୍କୁ ଭେଣ୍ଟିଲେଟର ଚିକିତ୍ସା କରିବା ବହୁତ କଷ୍ଟକର ହୋଇପଡେ ଏବଂ ଅଧିକାଂଶ ସ୍ତରରେ ଅସଫଳ ମଧ୍ୟ ରହିପଡନ୍ତି ।

ସେଥିପାଇଁ କରୋନା ରୋଗୀଙ୍କୁ ପେଟେଇ ଶୋଇବାକୁ କୁହନ୍ତି । ଏହାଦ୍ବାରା ଫୁସଫୁସ ର ଯେଉଁ ଅଂଶ ଖୋଲି ନଥାଏ ତାହା ଫିଟିଯାଏ, ଶରୀର କିଛି ମାତ୍ରାରେ କମ୍ ହୋଇଥାଏ କିନ୍ତୁ ମେଦ ବହୁଳ ରୋଗୀଙ୍କୁ ପେଟେଇ ଶୋଇବା ବହୁତ କଷ୍ଟ ଏବଂ ଅନେକ ସମୟ ଧରି ସେମାନଙ୍କର ଶ୍ଵାସ ପ୍ରକିୟା ଭଲ ଭାବରେ କାମ କରୁନଥାଏ ଯେଉଁଥିପାଇଁ ଆମେ ସେହି ରୋଗୀଙ୍କୁ ହରାଇବାକୁ ପଡେ ।

ବର୍ତ୍ତମାନ ସୁଦ୍ଧା କରୋନାର କୈାଣସି ଉପଚାର ବାହାରି ନାହିଁ । ସେଥିପାଇଁ ମେଦ ବହୁଳ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ପ୍ରଥମେ ଯେଉଁମାନେ ମେଦ ବହୁଳ ରୋଗୀ ସେମାନେ ଭ୍ୟାକ୍ସିନ୍ ନେବା ନିହାତି ଆବଶ୍ୟକ କାରଣ ସାଧାରଣ ଲୋକଙ୍କ ଅପେକ୍ଷା ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ଏହି ସହିତ ଘରେ ରହି ଯୋଗ ଏବଂ ବ୍ୟାୟାମ କରନ୍ତୁ । ନିୟମିତ ଭାବେ ନିଜର ହାତ,ଗୋଡ଼ ଧୋଇ ନିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।