କି ନୃଶଂସ ! ମୟୂରକୁ ପିଟି ପିଟି ବନେଇଲେ ରିଲ୍ସ ! ଦୃଶ୍ୟ ଦେଖିଲେ ଆପଣ ବି ରକ୍ତ ଚାଉଳ ଚୋବେଇବେ ! ଦେଖନ୍ତୁ video

ଏମାନେ ମଣିଷ ନା ଅମଣିଷ ? ଏତେ ସୁନ୍ଦର ପକ୍ଷୀ କି ଏମିତି ନି-ର୍ଯ୍ୟା-ତ-ନା ? କେମିତି ଏତେ ଘୃ-ଣ୍ୟ କାମ କରି ପାରନ୍ତି ଲୋକ ? ଫ୍ୟାମସ ହେବା ପାଇଁ ଏତେ ତଳକୁ ଖସିପାରେ ମଣିଷ ? ହଁ ଦର୍ଶକ ବନ୍ଧୁ ଆନେ ସମସ୍ତେ ଜାଣିଛୁ ମୟୁର ଆମର ଜାତୀୟ ପକ୍ଷୀ । ମୟୁର କୁ ଦେଖି ଦେଲେ ମନରେ ଅଲଗା ପ୍ରକାରର ଶିହରଣ ଖେଳିଯାଏ ଆଉ ଆପେ ଆପେ ଖୁସି ଆସିଯାଏ । ଏହାର ସୁନ୍ଦରତା ଦ୍ଵାରା ପକ୍ଷୀ ଟି ନିଜ ଆଡକୁ ଆକର୍ଷିତ କରିଥାଏ । କିନ୍ତୁ ଏ ନିରୀହ ଜୀବ ଟି କାହାର କେବେ କ୍ଷତି କରି ପାରିବ ତାହା କିଏ ବା ଭାବି ପାରିବ ?

ଅନ୍ୟ କୁ ଖୁସି ଦେଉଥିବା ଏହି ପକ୍ଷୀ କୁ ସାମାନ୍ଯ ଭିୟୁ ପାଇଁ ଏଠାରେ ଅକଥନୀୟ ନି-ର୍ଯ୍ୟା-ତ-ନା ଦେଉଛନ୍ତି ଯୁବକ ଯୁବତୀ । ଋଲ୍ସ କରିବା ନିଶାରେ ଚୁର ହୋଇ ଯୁବକ ଯୁବତୀ ମାନେ ମୟୁର କୁ ଦେଉଛନ୍ତି ଭୟଙ୍କର ନି-ର୍ଯ୍ୟା-ତ-ନା । ମୟୁର କୁ କାବୁ କରି ଯୁବକ ଯୁବତୀ ଉଭୟ ତାର ପର କୁ ଅତି ନି-ର୍ମ-ମ ଭାବେ କାଟିବା ସହ ଏହାର ଭିଡିଓ କରି ଭାଇରାଲ ମଧ୍ୟ କରିଛନ୍ତି । ଏ ଦୃଶ୍ୟ ଏଭଳି ହୋଇଛି କି ଯାହାକୁ କି ସାଧାରଣ ମଣିଷ ବା ପଶୁ ପ୍ରେମୀ ସହ୍ୟ କରି ପାରିବ ନାହିଁ ।

ତେବେ ଭିଡିଓ ଟି ଭାଇରାଲ ହେବା ପରେ ପରିବେଶ ରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଖୁବ ଅସନ୍ତୋଷ ପ୍ରକାଶ ପାଇଛି । ଏ ଭିଡିଓ ଭାଇରାଲ ହେବା ପରେ ପୋଲିସ ଓ ବନ ବିଭାଗ ଆକ୍ସନ ମୋଡ କୁ ଚାଲି ଆସି ଉଭୟ ଙ୍କ ସନ୍ଧାନ ଆରମ୍ଭ କରି ଦେଇଥିଲେ । ଏହି ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶ ର କଟନେ ଜିଲ୍ଲା ର ବୋଲି ଜଣା ପଡିଛି । ସମ୍ପୃକ୍ତ ଭିଡିଓ ରେ ଯୁବକ ଙ୍କ ବାଇକ ନମ୍ବର ଦେଖା ଯାଉଥିବା ବେଳେ ଏହାକୁ ଆଧାର କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତଦନ୍ତ ରୁ ଯୁବକ ଙ୍କ ନାମ ଅତୁଳ ଓ ସେ ଋଥିୟା ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି । ଅତୁଳ କୁ ଗିରଫ କରିବାକୁ ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ସେ ସେଠାରେ ନ ଥିଲେ । ତେବେ ସାମାନ୍ଯ ଋଲ୍ସ ପାଇଁ ନିଜ ପାଇଁ ବିପଦ କୁ ଡାକି ଆଣିଥିବା ଏହି ଯୁବକ ଯୁବତୀ ଏବେ ବିଭିନ୍ନ ସ୍ଥାନରେ ଲୁଚୁ ଥିବା ବେଳେ ସେମାନଙ୍କୁ ଖୋଜିବାକୁ ପୋଲିସ ସ୍ଵତନ୍ତ୍ର ଟିମ କରି ବିଭିନ୍ନ ସ୍ଥାନ ରେ ଚଢାଉ କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।