ମୟୂରପର ର ୧୦ ଟି ଅଦ୍ଭୁତ ଲାଭ ଯାହାକୁ ଜାଣିବା ପରେ ଆପଣ ଏହାକୁ ଘରକୁ ନ ଆଣି ରହି ପାରିବେନି

ଆଜି ଆମ ଆପଣଙ୍କୁ ମୟୂରପରର ଏମିତି ଗୁଣ ବିଷୟରେ କହିବୁ ଯାହାକୁ ଜାଣିବା ପରେ ଆପଣ ଏହାକୁ ଘରକୁ ନ ଆଣି ରହି ପାରିବେ ନାହିଁ । ପୌରାଣିକ କଥାରେ ମୟୂରପରର ବିଶେଷ ମହତ୍ତ୍ଵ ରହିଛି । ମୟୁରପରକୁ ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ରେ ସ୍ଥାନ ମିଳିଛି ଓ ଇନ୍ଦ୍ରଦେବତା ବି ମୟୁରପରର ସିଂହାସନରେ ବସିଥାନ୍ତି ।

ପୌରାଣିକ ସମୟରେ ରୁଷି ମୁନୀମାନେ ଲେଖିବା ପାଇଁ ମଧ୍ୟ ମୟୂରପରର ବ୍ୟବହାର କରୁଥିଲେ । ଏହି କାରଣ ଅଟେ କି ଶାସ୍ତ୍ର ଓ ବେଦରେ ମୟୂରପରକୁ ମୁଖ୍ୟ ସ୍ଥାନ ଦିଆଯାଇଛି । ତେବେ ଚାଲନ୍ତୁ ମୟୂରପରର ଏମିତି ୧୦ ଟି ଲାଭ ବିଷୟରେ ଜାଣିବା ।

୧. ଯେଉଁ ବ୍ୟକ୍ତି ଘରେ ଦୁଇଟି ମୟୂର ପର ରଖିଥାଏ ସେହି ଘରେ କଳହ ଲାଗି ନଥାଏ ଓ ସମସ୍ତେ ଖୁସିରେ ମିଳିମିଶି ରହିଥାନ୍ତି ।

୨. ଯେଉଁ ବ୍ୟକ୍ତି ସବୁବେଳେ ନିଜ ପାଖରେ ମୟୂରପର ରଖିଥାଏ ତା’ ସହିତ କେବେ ଦୁର୍ଘଟଣା ହୋଇ ନଥାଏ ଓ ଭାଗ୍ୟ ପ୍ରବଳ ହୋଇଥାଏ ।

୩. ମୟୂର ପରକୁ ଘରେ ରଖିବା ଦ୍ଵାରା ନକରାତ୍ମକ ଊର୍ଜା ଘରୁ ବାହାରି ଯାଇଥାଏ, ସକରାତ୍ମକ ଉର୍ଜ୍ଜା ଘରକୁ ଆସିଥାଏ ଓ ଘରକୁ ଲକ୍ଷ୍ମୀ ଆସିଥାନ୍ତି ।

୪. ଯଦି ଆପଣଙ୍କ ପିଲା ପାଠ ପଢାରେ କମଜୋର ଅଟେ ବା ତା’ର ପାଠ ପଢାରେ ମନ ଲାଗୁ ନାହିଁ ତେବେ ଆପଣ ତା’ର ସ୍କୁଲ ବ୍ୟାଗ ରେ ଗୋଟିଏ ମୟୂରପର ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ପିଲାର ପଢାରେ ମନ ଲାଗିବ ଓ ତା’ର ବୁଦ୍ଧିର ବିକାଶ ହେବ ।

୫. ଯେଉଁ ଲୋକଙ୍କ ରାଶିରେ ରାହୁ ଦୋଷ ଥାଏ ତାଙ୍କୁ ନିଜ ପକେଟ ରେ ବା ଡାଏରୀ ରେ ମୟୂରପର ରଖିବା ଉଚିତ । ଏମିତି କରିବା ଦ୍ଵାରା ରାହୁଦୋଷ ଶେଷ ହୋଇଯାଏ ଓ ଆପଣଙ୍କ କାର୍ଯ୍ୟରେ କୌଣସି ବାଧା ଆସି ନଥାଏ ।

୬. ମୟୂରର ପ୍ରିୟ ଭୋଜନ ସାପ ଅଟେ । ଏହି କାରଣ ଅଟେ ସାପ ମୟୂରକୁ ଡରିଥାଏ । ଯଦି ଆପଣଙ୍କୁ ସାପକୁ ଡର ଲାଗୁଛି ତେବେ ଆପଣ ନିଜ ପାଖରେ ବା ଘରେ ମୟୂର ପର ଅବଶ୍ୟ ରଖନ୍ତୁ । ଏମିତି କରିବା ଦ୍ଵାରା ସାପ ଆପଣଙ୍କ ପାଖକୁ ବା ଆପଣଙ୍କ ଘରକୁ ଆସିବ ନାହିଁ ।

୭. ଯଦି ଆପଣଙ୍କ ଘରେ ବାସ୍ତୁଦୋଷ ଅଛି ତେବେ ଆପଣ ଘରର ମୁଖ୍ୟ ଦ୍ଵାରରେ ୩ ଟି ମୟୂର ପର ଲଗାଇ ଦିଅନ୍ତୁ । ମୟୂରପର ତଳକୁ ଆପଣଙ୍କୁ ଭଗବାନ ଶ୍ରୀ ଗଣେଶଙ୍କ ଚିତ୍ର ବି ଲଗାଇବାକୁ ପଡିବ । ଏମିତି କରିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ ଓ ଘର ଉପରେ କୌଣସି ସମସ୍ଯା ଆସି ନଥାଏ ।

୮. ସୁଖୀ ଦାଂପତ୍ଯ ଜୀବନ ପାଇଁ ବିବାହ ଆଲବମ ରେ ମୟୂରପର ଲଗାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇ ନଥାଏ ଓ ପରସ୍ପରଙ୍କ ମଧ୍ୟରେ ପ୍ରେମ ବଢିଥାଏ ।

୯. ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଞ୍ଚନ୍ତି ତେବେ ନିଜ ପାଖରେ ସବୁବେଳେ ଗୋଟିଏ ମୟୂରପର ରଖନ୍ତୁ । ଏହି ମୟୂରପରରୁ ବାହାରୁଥିବା ପଜିଟିଭ ଏନର୍ଜି ଆପଣଙ୍କୁ କେବେ ବି ଫେଲ ହେବାକୁ ଦେବ ନାହିଁ ।

୧୦. ଯଦି କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଖୁସିରେ ଆପଣଙ୍କୁ ମୟୂର ପର ଦେଇଥାଏ ତେବେ ଆପଣଙ୍କ ଜୀବନରେ ସଫଳତାର ସବୁ ରାସ୍ତା ଖୋଲିଯାଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।