ଜାଣନ୍ତୁ କାହିଁକି ଏରୋପ୍ଲେନର ରଙ୍ଗ ଧଳା ହିଁ ହୋଇଥାଏ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆକାଶରେ ଉଡୁଥିବା ଏରୋପ୍ଲେନକୁ ଦେଖି ଲୋକମାନେ ବହୁତ ଖୁସି ହୋଇଥାନ୍ତି । ଏହା ସହିତ ପ୍ରାୟତଃ ମନରେ ଏହି ପ୍ରଶ୍ନ ବି ଆସିଥାଏ କି ନୀଳ ଆକାଶରେ ସବୁବେଳେ ଧଳା ରଙ୍ଗର ଏରୋପ୍ଲେନ ହିଁ କାହିଁକି ଦେଖାଯାଏ । କେବଳ ଏରୋପ୍ଲେନର ଡାହାଣ ଓ ବାମ ପଟର ପରରେ ଅଲଗା ରଙ୍ଗ ହୋଇଥାଏ । ଏରୋପ୍ଲେନର ଧଳା ରଙ୍ଗ ହେବା ପଛରେ ବହୁତ କାରଣ ଅଛି ଯାହାକୁ ଆଜି ଆମେ ଆପଣଙ୍କ ସାମ୍ନାରେ ନେଇ ଆସିଛୁ ।

୧. ଧଳା ରଙ୍ଗ ଗରମରୁ ରକ୍ଷା କରିଥାଏ

ଏରୋପ୍ଲେନର ରଙ୍ଗ ଧଳା ହେବା ପଛରେ ବୈଜ୍ଞାନିକ କାରଣ ଅଛି । କହିବାକୁ ଗଲେ ଧଳା ରଙ୍ଗ ଉଷ୍ମତାର କୁଚାଳକ ରଙ୍ଗ ଅଟେ । ଯେତେବେଳେ ଏରୋପ୍ଲେନ ଆକାଶରେ ଉଡିଥାଏ ତେବେ ତାହା ଉପରେ ସୂର୍ଯ୍ୟର କିରଣ ପଡିଥାଏ ଯେଉଁଥିରୁ ଉଷ୍ମତା ବି ଆସିଥାଏ । ଏରୋପ୍ଲେନ ରଙ୍ଗ ଧଳା ହେବା କାରଣରୁ ପ୍ରାୟତଃ ଉଷ୍ମତାକୁ ସେ ରିଫ୍ଲେକ୍ଟ କରିଦିଏ ଓ ପ୍ଲେନ ସେତିକି ଗରମ ହୋଇ ନ ଥାଏ ଯେତିକି ସାମାନ୍ୟ ରୂପରେ ହେବା ଦରକାର ।

୨. ଦୁର୍ଘଟଣା ସ୍ଥିତିରେ ସହଜରେ ଖୋଜା ଯାଇ ପାରିବ

ପ୍ଲେନର ସୁରକ୍ଷା ଦୃଷ୍ଟିରୁ ବି ଏହାକୁ ଧଳା ରଙ୍ଗ କରା ଯାଇଥାଏ । ଅସଲରେ ଧଳା ରଙ୍ଗ ହେବା କାରଣରୁ ପ୍ଲେନ କ୍ରାଶ ହେବା ପରିସ୍ଥିତିରେ ବି ପ୍ଲେନକୁ ସହଜରେ ଖୋଜା ଯାଇ ପାରିବ ।

୩. ଧଳା ରଙ୍ଗ ଅନ୍ୟ ରଙ୍ଗ ତୁଳନାରେ ଶସ୍ତା ବି ହୋଇଥାଏ

କହିବାକୁ ଗଲେ ଗୋଟିଏ ପ୍ଲେନକୁ ରଙ୍ଗ କରିବା ପାଇଁ ଗୋଟିଏ ମାସର ସମୟ ଲାଗିଥାଏ । ଏହା ସହିତ ୩ ଲକ୍ଷ ରୁ ୧ କୋଟି ଟଙ୍କାର ଖର୍ଚ୍ଚ ବି ଆସିଥାଏ । ଏହିଭଳି ଭାବରେ କୌଣସି ବି କମ୍ପାନୀର କ୍ଷତି ହୋଇ ପାରିବ । ଅଲଗା ଆଲଗା ଡିଜାଇନ ଓ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଧଳା ରଙ୍ଗ କରାଯାଏ ।

୪. ଖରାରେ ଧଳା ରଙ୍ଗ ଫିକା ପଡେ ନାହିଁ

ପ୍ଲେନକୁ ସବୁବେଳେ ଖରାରେ ହିଁ ରଖା ଯାଇଥାଏ । ଏମିତିରେ ଖରାରେ ଅନ୍ୟ କୌଣସି ରଙ୍ଗ ଫିକା ହୋଇଯାଏ । କିନ୍ତୁ ଖରାରେ ଧଳା ରଙ୍ଗ ଫିକା ହୁଏ ନାହିଁ ।

୫. ଧଳା ରଙ୍ଗରେ ଲାଗିଥିବା ଦାଗ ଜଲ୍ଦି ଜଣା ପଡିଥାଏ

ଧଳା ରଙ୍ଗ କାରଣରୁ ପ୍ଲେନର ଦେଖା ଶୁଣା ବି ସହଜ ହୋଇଥାଏ । ଧଳା ରଙ୍ଗ କାରଣରୁ ପ୍ଲେନରେ ଲାଗିଥିବା ଦାଗ କିମ୍ବା କିଛି ଅଂଶ ଯଦି ଭାଙ୍ଗିଯାଇଛି ତେବେ ତାହା ସଙ୍ଗେ ସଙ୍ଗେ ଜଣା ପଡିଯାଏ ।

୬. ପ୍ଲେନର ଓଜନ କମ ରହିଥାଏ

ରଙ୍ଗ ପ୍ଲେନର ଓଜନ ଉପରେ ବି ଅଧିକ ପ୍ରଭାବ ପକାଇ ଥାଏ । ଅନ୍ୟ ରଙ୍ଗର ବ୍ୟବହାର ଦ୍ଵାରା ପ୍ଲେନର ଓଜନ ବଢିଯାଏ । ଅଧିକ ଓଜନ ବାଲା ପ୍ଲେନରେ ଇନ୍ଧନ ବି ଅଧିକ ଲାଗିଥାଏ । ଯେତେବେଳେ କି ଧଳା ରଙ୍ଗ ହେବା ଦ୍ଵାରା ପ୍ଲେନର ଓଜନ କମ ହୋଇଥାଏ ଓ ପେଟ୍ରୋଲ ବି କମ ଲାଗିଥାଏ । ଏହିଭଳି ଭାବରେ ପ୍ଲେନକୁ ଉଡାଉଥିବା କମ୍ପାନୀମାନଙ୍କର ଖର୍ଚ୍ଚ ବି କମ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।