ମ୍ୟାଟ୍ରିକ ଓ ଯୁକ୍ତଦୁଇ ପିଲାଙ୍କ ପାଇଁ ସରକାର ନେଲେ ଏହି ବଡ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀ କଲେ ବଡ ଘୋଷଣା

ବର୍ତ୍ତମାନ ସମୟରେ ସ୍କୁଲ ଓ କଲେଜକୁ ନେଇ ବହୁତ ବଡ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ଦେଶରେ ବର୍ତ୍ତମାନ ସମୟରେ କରୋନାକୁ ନେଇ ସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ବି ଖରାପ ଅଛି । କିନ୍ତୁ ଦୈନିକ ସଂକ୍ରମଣ କମି ଯାଇଛି । କିନ୍ତୁ ସମ୍ପୂର୍ଣ ରୂପରେ ବିପଦ ଟଳି ନାହିଁ । ଏମିତିରେ ସବୁ ରାଜ୍ୟରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଏହା ସହିତ ସରକାର ସ୍କୁଲ ଓ କଲେଜକୁ ନେଇ କିଛି ଖାସ ନିୟମ ଓ ସୂଚନା ଜାରି କରିଛନ୍ତି ।

ଚଳିତ ବର୍ଷ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ନିୟମିତ ରୂପରେ ପାଠପଠା ହୋଇ ପାରିବ ନାହିଁ ଓ ଏହି ବର୍ଷ ସେମାନେ ବାର୍ଷିକ ପରୀକ୍ଷା ମଧ୍ୟ ଦେଇ ପାରିବେ ନାହିଁ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରୋଜେକ୍ଟ ୱାର୍କ ହିସାବରେ ମାର୍କ ଦିଆଯିବ ।

ଅନ୍ୟ ପଟେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲ ଆସିବେ ନାହିଁ । ସେମାନେ ସପ୍ତାହକୁ ଥରେ କିମ୍ବା ଦୁଇ ଥର ସ୍କୁଲକୁ ଆସି ପାରିବେ । ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ଠାରୁ ସେମାନେ ନିଜର ପାଠ ପଢା ସମ୍ବନ୍ଧିତ ସମସ୍ତ ଅସୁବିଧା ବିଷୟରେ ପଚାରି ବୁଝି ପାରିବେ । କିନ୍ତୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ । ଏହି କାରଣରୁ ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ଓ ବହୁତ ଜଲ୍ଦି ସେମାନଙ୍କର ପାଠ ପଢା ବି ଆରମ୍ଭ ହୋଇଯିବ ବୋଲି ସରକାରଙ୍କ ନିର୍ଦେଶନାମାରେ କୁହାଯାଇଛି ।

ଏହା ସହିତ କୁହାଯାଇଛି କି ସ୍କୁଲରେ ସାମାଜିକ ଦୂରତା ସହ କରୋନା ପାଇଁ କରାଯାଇଥିବା ସମସ୍ତ ନିୟମକୁ ସମସ୍ତେ ଅବଲମ୍ବନ କରିବା ପାଇଁ ବାଧ୍ୟ ଅଟନ୍ତି । ଆସନ୍ତା ବର୍ଷ ଜାନୁୟାରୀ ୧ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ । ତେବେ ଏହା ପରେ ସ୍କୁଲର ଫିସ ସମ୍ବନ୍ଧିତ ବିଷୟ ଉପରେ ସରକାର କହିଛନ୍ତି କି ଯେତେ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ସେତେ ଦିନ ପର୍ଯ୍ୟନ୍ତ ଘରୋଇ ସ୍କୁଲ ଗୁଡିକ କେବଳ ଟ୍ୟୁସନ ଫିସ ନେଇ ପାରିବେ । ଏହା ବ୍ୟତିତ ଅନ୍ୟ କୌଣସି ବି ଫିସ ଘରୋଇ ସ୍କୁଲ ଆଦାୟ କରି ପାରିବେ ନାହିଁ ।

ଏହି ନିଷ୍ପତିକୁ କଡାକଡି ରୂପରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗକୁ ଆଦେଶ ଦେଇଛନ୍ତି । କିନ୍ତୁ ଶିକ୍ଷା ଅନୁଷ୍ଠାନ ଗୁଡିକ ଖୋଲିବା ପାଇଁ ଓଡିଶା ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହାନ୍ତି । ତେବେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ସ୍କୁଲ ଓ ଅନ୍ୟ କିଛି ବିଭାଗ ତରଫରୁ ମିଡିଆକୁ ବିଭିନ୍ନ ପ୍ରକାରର ସୂଚନା ଦିଆଯାଉଅଛି । ସରକାର ସ୍ତରରେ କୌଣସି ବି ପ୍ରକାରର ସଠିକ ନିଷ୍ପତି ନିଆଯାଇ ନାହିଁ କିନ୍ତୁ କିଛି ବିଭାଗ ତରଫରୁ ଦିଆଯାଉଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରୁ ନାହାନ୍ତି ।

ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାରର ସ୍ଥିତିକୁ ଆଖି ଆଗରେ ରଖି ଉପଯୁକ୍ତ ନିଷ୍ପତି ନେବେ । ସଂକ୍ରମଣର ସ୍ଥିତି ସମ୍ପୂର୍ଣ ରୂପରେ ଦୂର ହୋଇ ନ ଥିବାରୁ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ସରକାର ଦ୍ଵନ୍ଦରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବର ନୂଆ ବର୍ଷ ଠାରୁ ସ୍କୁଲ ଖୋଲିବାକୁ ନେଇ ଚିନ୍ତା କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ଏମିତିରେ ଶେଷ ନିଷ୍ପତି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହିଁ ନିଆଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।