Vastu Shastra- ଶୋଇବା ଘରୁ କାଢି ଦିଅନ୍ତୁ ଏହି 5 ଜିନିଷ ନହେଲେ ରାଗିଯିବେ ମା ଲକ୍ଷ୍ମୀ

ପ୍ରାୟତଃ ସବୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କଥାକୁ ନେଇ ବାଦ ବିବାଦ ଲାଗି ରହିଥାଏ । ଏମିତିରେ ଏହାର ପ୍ରଭାବ ଆପଣଙ୍କ ଘର ଓ ପରିବାର ଉପରେ ପଡିଥାଏ । ଯାହା ପରିବାର ସୁଖ ଶାନ୍ତିକୁ ନଷ୍ଟ କରିଦିଏ । ଯଦି ଆପଣଙ୍କ ଘରେ ସବୁବେଳେ ଝାଗଡା ଲାଗି ରହୁଛି ତେବେ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ଖାସ ଉପାୟକୁ ଯଦି ଆପଣ କରୁଛନ୍ତି ତେବେ ଆପଣଙ୍କ ଘରେ ଦେଖାଯାଉଥିବା ସବୁଦିନ କଳହ ବନ୍ଦ ହୋଇଯିବ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯେଉଁ ଘରେ ସବୁବେଳେ କଳହ ଲାଗି ରହିଥାଏ । ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଶୋଇବା ଘରେ ଏମିତି କିଛି ଜିନିଷ ରହିଥାଏ ଯାହାକି ଆପଣଙ୍କର ସବୁଦିନ କଳହର କାରଣ ଅଟେ । ଯଦି ଆପଣ ସେଇ ଜିନିଷକୁ ବାହାର କରିଦେଉଛନ୍ତି । ତେବେ ଘରେ କଳହର ବାଧା ସୃଷ୍ଟି ହେବ ନାହିଁ । ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ଗୁଡିକ କଣ କଣ ।

ଚପଲ

ଶୋଇବା ଘରେ ଚପଲ ରଖିବା ବାସ୍ତୁ ଶସ୍ତ୍ର ଅନୁସାରେ ଅନୁଚିତ ଅଟେ । ଏହା ଦ୍ଵାରା ପରିବାରରେ ନକରାତ୍ମକ ପ୍ରଭାବ ପଡିଥାଏ । ଭୁଲରେ ଶୋଇବା ଘରେ ଚପଲ ରଖନ୍ତୁ ନାହିଁ ।

ଝାଡୁ

ଯଦି ଝାଡୁ ଶୋଇବା ଖକ୍ଷରେ ରଖୁଛନ୍ତି ଅଥବା ଝାଡୁକୁ ଶୋଇ ରଖୁଛନ୍ତି ତେବେ ଘରେ ଦରିଦ୍ରତା ଆସିଥାଏ । ଅଭାବ ଅନାଟନ ତଥା ଅଶାନ୍ତି ସବୁବେଳେ ଲାଗି ରହିଥାଏ । ତେଣୁ ବାସ୍ତୁ ଶସ୍ତ୍ର ଅନୁସାରେ ଝାଡୁକୁ କାନ୍ଥରେ ଡେରି କରି କିମ୍ବା ଏପରି ଜାଗାରେ ରଖନ୍ତୁ ଯେପରି କାହାର ନଜର ନ ପଡେ ।

ଚିରା କିମ୍ବା ମଇଳା କପଡା

ଯଦି ଘରେ ଚିରା କିମ୍ବା ମଇଳା କପଡା ରଖୁଛନ୍ତି । ତେବେ ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି । ଏହା ଦ୍ଵାରା ଘରେ ଦରିଦ୍ରତା ଓ ଅଶାନ୍ତି ବଢିଥାଏ । ସେଥିପାଇଁ ଭୁଲରେ ବି ଘରେ କେବେ ବି ଚିର କିମ୍ବା ମଇଳା କପଡା ରଖନ୍ତୁ ନାହିଁ ।

ପଲିଥିନ ଜିନିଷ

ଶୋଇବା ଘରେ ପଲିଥିନ ଜିନିଷ ରଖନ୍ତୁ ନାହିଁ । ଯଦି ରଖିବେ ତେବେ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବ । ତେଣୁ ଘରେ ପଲିଥିନ ଜିନିଷ ରଖନ୍ତୁ ନାହିଁ ।

ଲୁଣ

ବାସ୍ତୁ ଶସ୍ତ୍ର ଅନୁସାରେ ଶୋଇବା ଘରେ ଲୁଣ ରଖିବା ଅନୁଚିତ ଅଟେ । ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥାଏ । ଯାହା ଦ୍ଵାରା ପରିବାରରେ ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଭୁଲରେ କେବେ ବି ଶୋଇବା ଘରେ ଲୁଣ ରଖନ୍ତୁ ନାହିଁ । ଏହା ସହିତ କୌଣସି ଖାଲିପତ୍ର କିମ୍ବା ଭଙ୍ଗା ଜିନିଷ ରଖନ୍ତୁ ନାହିଁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।