Health Tips- ମାତ୍ର 2 ମିନିଟରେ ଭଲ ହେବ ଦାନ୍ତବିନ୍ଧା ଓ ଦାନ୍ତରୁ ପୋକ ବାହାରିଯିବେ, ଏହି ସହଜ ଘରୋଇ ରାମବାଣ ଉପାୟ ଥରେ ପ୍ରୟୋଗ କରି ଦେଖନ୍ତୁ

ଆପଣଙ୍କ ଦାନ୍ତ ବିନ୍ଧା ଘରୋଇ ଉପାୟରେ ଭଲ କରିବା ପାଇଁ ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯଦି ଆପଣଙ୍କ ଦାନ୍ତରେ କଣା ହୋଇଯାଇଛି କିମ୍ବା ଦାନ୍ତ ଓ ମାଢି ଫୁଲି ଯାଇଛି ତେବେ ଆପଣ ଏହି ଘରୋଇ ଉପଚାରର ପ୍ରୟୋଗ କରିପାରିବେ । ଏହା ଏକ ଚମତ୍କାରୀ ଉପଚାର ଅଟେ ଯେଉଁଥିରୁ ଆପଣଙ୍କୁ ଚମତ୍କାରୀ ଫାଇଦା ମିଳିବ । ତେବେ ଚାଲନ୍ତୁ ଦେଖିବା ଦାନ୍ତ ବିନ୍ଧା ଦୂର କରିବା ପାଇଁ କେମିତି ପ୍ରସ୍ତୁତ କରିବେ ଓ କିପରି ପ୍ରୟୋଗ କରିବେ ଏହି ଘରୋଇ ଉପଚାର ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁଇ କୋଲ ରସୁଣ । ରସୁଣରୁ ଚୋପା ଛଡେଇ ଏହାକୁ ଭଲ ଭାବେ କୁଟି ଦିଅନ୍ତୁ । ମନେରଖନ୍ତୁ ଏଥିରେ ପାଣି ମିଶାଇବେ ନାହିଁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଦୁଇ ଚିମୁଟା ଲବଙ୍ଗ ଗୁଣ୍ଡ । ଆପଣ ଗୋଟା ଲବଙ୍ଗକୁ ଗୁଣ୍ଡ କରି ଏଥିରେ ପ୍ରୟୋଗ କରନ୍ତୁ । ଦାନ୍ତ ଜନିତ ସମସ୍ତ ସମସ୍ଯା ଦୂର କରିବା ପାଇଁ ଲବଙ୍ଗ ଏକ ଚମତ୍କାରୀ ଘରୋଇ ଔଷଧ ଅଟେ ।

ଆପଣ ପ୍ରତିଦିନ ଲବଙ୍ଗ ପାଣି, ଲବଙ୍ଗ ତେଲ କିମ୍ବା ଲବଙ୍ଗ ଗୁଣ୍ଡ ଦାନ୍ତରେ ପ୍ରୟୋଗ କଲେ ମଧ୍ୟ ଲାଭଦାୟକ ହୋଇଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଧ ଚାମୁଚ ହଳଦୀ ଗୁଣ୍ଡ । ହଳଦୀ ମଧ୍ୟ ଦାନ୍ତ ବ୍ୟଥା ଏବଂ ସଂକ୍ରମଣ ଆଦି ରୋକିବାରେ ଚମତ୍କାର ଭାବେ କାର୍ଯ୍ୟ କରିଥାଏ । ରସୁଣ ଛେଚା ଓ ଲବଙ୍ଗ ଗୁଣ୍ଡ ମିଶ୍ରଣରେ ହଳଦୀ ପକାଇବା ପରେ ଏଥିରେ ଅଧ ଚାମୁଚ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏକ ଗାଢ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହାପରେ ଆପଣ ଏଥିରେ ପକାନ୍ତୁ ଅଧ ଚାମୁଚ ସୋରିଷ ତେଲ । କେବଳ ସୋରିଷ ତେଲ ଓ ହଳଦୀକୁ ଏକାଠି ମିଶାଇ ଯଦି ଆପଣ ନିଜ ଦାନ୍ତରେ ପ୍ରୟୋଗ କରିବେ ତେବେ ମଧ୍ୟ ଆପଣ ଦାନ୍ତ ଓ ମାଢି ସମସ୍ଯାରୁ ଉପଶମ ପାଇପାରିବେ । ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ଏକାଠି ମିଶାଇ ଦିଅନ୍ତୁ । ମିଶ୍ରଣକୁ ଅଧିକ ପାଣିଚିଆ କରିବେ ନାହିଁ । ଏବେ ଏହାକୁ ୧୫ ମିନିଟରୁ ଅଧ ଘଣ୍ଟା ଯାଏଁ ସେହିଅପରି ଛାଡି ଦିଅନ୍ତୁ । ଏହାକୁ ପ୍ରୟୋଗ କରିବା ପୂର୍ବରୁ ଆଉ ଏକ ଉପାୟ କରିବାକୁ ହେବ ।

ଏଥିପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଚାରିରୁ ପାଞ୍ଚଟି ଲବଙ୍ଗ ମିଶାନ୍ତୁ । ଯଦି ଆପଣଙ୍କ ବାଡିରେ ପିଜୁଳି ଗଛ ଅଛି ତେବେ ଦୁଇଟି ପିଜୁଳି ପତ୍ର ମଧ୍ୟ ଏଥିରେ ମିଶାନ୍ତୁ । ପିଜୁଳି ପତ୍ର ମଧ୍ୟ ଦାନ୍ତ ବିନ୍ଧା ଦୂର କରିବାରେ ରାମବାଣ ଭଳି କାମ କରିଥାଏ ।

ଏହିସବୁକୁ ୫ ମିନିଟ ଗରମ କରିବା ପରେ ଏକ ପାତ୍ରକୁ ଛାଣି ନିଅନ୍ତି ଓ ଏଥିରେ ଦୁଇ ଚିମୁଟା ଲୁଣ ମିଶାନ୍ତୁ । ଏବେ ଏହି ପାଣିକୁ ଅଳ୍ପ ଅଳ୍ପ ପାଟିରେ ନେଇ କୁଳି କରନ୍ତୁ । ରାତିରେ ଖାଦ୍ଯ ଖାଇ ସାରିବା ପରେ ଆପଣ ଏହି ପାଣିକୁ କୁଳି କରନ୍ତୁ ଓ ତା’ପରେ ଯେଉଁ ମିଶ୍ରଣ ବନେଇ ରଖିଥିଲେ ତାହାକୁ ଏକ ତୁଳା ମାଧ୍ୟମରେ ଅଳ୍ପ ନେଇ ପୋକ ଦାନ୍ତରେ ଚାପି ରଖନ୍ତୁ ।

ଏହାକୁ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ବାହାର କରି ଦିଅନ୍ତୁ ଓ ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ ଆଉ ଥରେ କୁଳି କରନ୍ତୁ । ଏମିତି ଶୋଇବା ପୂର୍ବରୁ କରନ୍ତୁ ଦେଖିବେ ବହୁ ବର୍ଷ ପୁରୁଣା ଦାନ୍ତ ବିନ୍ଧା ସମସ୍ଯା ମଧ୍ୟ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।